Advertisment

ବିମାନରେ ପରିସ୍ରା ଘଟଣା: ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ

ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ରହିଥିଲେ। ତେବେ ସେ ମଦ ନିଶାରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ।

Shankar Mishra

Shankar Mishra

Advertisment

ଏୟାର ଇଣ୍ଡିଆ ବିମାନରେ ଯାତ୍ରା ସମୟରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ଶ୍ରୀ ମିଶ୍ରାଙ୍କୁ ଜାମିନ ଦେଇଛନ୍ତି। ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ରହିଥିଲେ। ତେବେ ସେ ମଦ ନିଶାରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହି ଘଟଣା ଜାନୁଆରୀ ୪ରେ ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ପୁଲିସ୍‌ ମାମଲା ରୁଜୁ କରିବା ସହ ଶଙ୍କର ମିଶ୍ରାଙ୍କୁ ଗିରଫ କରିଥିଲା।

Advertisment

ତେବେ ଆଜି ତାଙ୍କୁ ଆଡିସିନାଲ ସେସନ୍ସ ଜଜ ହରଜ୍ୟୋତି ସିଂହ ଭଲ୍ଲା ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ବଳରେ ଜାମିନ ଦେଇଛନ୍ତି। ଏହାପୂର୍ବରୁ ଗୋଟିଏ ଥର ବିଚାରପତି ଏହି ଘଟଣାରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଶ୍ରୀ ମିଶ୍ରାଙ୍କୁ ଜାମିନ ଦେଇ ନଥିଲେ।

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜିନେସ କ୍ଲାସରେ ଯାତ୍ରା କରୁଥିଲେ ଶଙ୍କର। ସେ ମଦ ନିଶାରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଦେଇଥିଲେ। ବୃଦ୍ଧା ଜଣଙ୍କ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜାନୁଆରୀ ମାସରେ ଚିଠି ଲେଖିବା ପରେ ପୂରା ଘଟଣାକୁ ସାମ୍ନାକୁ ଆସିଥିଲା। ସେହିପରି ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ ବି କରାଯାଇଥିଲା।

Advertisment

ବିବାଦ ବଢ଼ବା ଏୟାର ଇଣ୍ଡିଆ ଶଙ୍କର ମିଶ୍ରାଙ୍କ ଉପରେ ୩୦ ଦିନ ପାଇଁ ବ୍ୟାନ ଲଗାଇଥିଲା। ଏଥିସହ ଦିଲ୍ଲୀର ପାଲମ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ପରେ ଶଙ୍କର ଫେରାର ହୋଇଯାଇଥିଲେ। ଏପରିକି ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଥିଲା।

ଶଙ୍କର ମିଶ୍ରା ସଂପର୍କରେ ଏୟାର ଇଣ୍ଡିଆ ସବୁ ତଥ୍ୟ ସାର୍ବଜନୀନ କରିବା ପରେ ତାଙ୍କୁ ନିଯୁକ୍ତି ଦେଇଥିବା କମ୍ପାନି ୱେଲ୍ସ ଫାର୍ଗୋ ତାଙ୍କୁ ବହିଷ୍କାର କରିଥିଲା। ଶଙ୍କର ବେଙ୍ଗାଲୁରୁରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସର ଏକ ଦଳ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe