Advertisment

ବଦଳିଗଲା ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସ୍ୱର, କହିଲେ- ମୁଁ ମୋଦିଙ୍କ ପ୍ରଶଂସକ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଥିବା ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସ୍ୱର ବଦଳିଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଦିନକ ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

author-image
Niharika Rout
Shankaracharya Avimukteshwaranand-saraswati

Shankaracharya Avimukteshwaranand-saraswati

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଥିବା ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସ୍ୱର ବଦଳିଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଦିନକ ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

Advertisment

ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସେ କହିଛନ୍ତି, ମୁଁ ମୋଦି ବିରୋଧି ନୁହେଁ। ସେ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ହିନ୍ଦୁ ଧର୍ମାବଲମ୍ବୀଙ୍କ ସ୍ୱାଭିମାନ ଜାଗ୍ରତ ହୋଇ ଉଠିଛି। ଆମେ ତାଙ୍କର ଆଲୋଚନା ନୁହେଁ, ପ୍ରଶଂସା କରୁଛୁ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଗୋଟିଏ ଦିନ ପୂର୍ବରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଏପରି ନରମ ସ୍ୱର ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ବହୁ ଥର ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିବା ଶଙ୍କରାଚାର୍ଯ୍ୟ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

Advertisment

ଏହି ଅବସରରେ ସେ କହିଛନ୍ତି, ଆମେ ମୋଦିଙ୍କ ବିରୋଧି ନୁହଁ, ତାଙ୍କ ପ୍ରଶଂସକ । ସେ ପ୍ରଧାନମନ୍ତ୍ରୀ ହେବା ପରଠୁ ଦେଶରେ ହିନ୍ଦୁତ୍ୱ ମୁଣ୍ଡ ଟେକିଛି।  ସେ ପ୍ରଧାନମନ୍ତ୍ରୀ ହୋଇ ବି ହିନ୍ଦୁଙ୍କ ଭାବନାକୁ ସବୁବେଳେ ସମର୍ଥନ ଜଣାଇଥାନ୍ତି।

କିଛି ଦିନ ପୂର୍ବରୁ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପ୍ରଶ୍ନ ଉଠାଇଥିଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ । ସେ କହିଥିଲେ, “ଆମେ କୌଣସି କାର୍ଯ୍ୟକ୍ରମକୁ ବିରୋଧ କରିନାହୁଁ। ଆମେ କହିଛୁ ଯେ ମନ୍ଦିରଟି ଅସମ୍ପୂର୍ଣ୍ଣ ଥିବାରୁ କୌଣସି କାର୍ଯ୍ୟ କରିହେବ ନାହିଁ। ମନ୍ଦିର ସମ୍ପୂର୍ଣ୍ଣ ହେବା ପରେ ପ୍ରାଣ ପ୍ରତିଷ୍ଠା ହେବା ଠିକ ହୋଇଥାନ୍ତା। ଏଗୁଡିକ ଧର୍ମର ବିଷୟ ଏବଂ ଆମେ ଯେଉଁ ସ୍ଥାନରେ ବସିଛୁ, ଏହା ଆମର ଦାୟିତ୍ୱ ଅଟେ କି ଧର୍ମୀୟ ମାମଲାରେ କେଉଁଠାରେ ଅଧୋଗତି ହେଉଛି ତାହାକୁ ରେଖାଙ୍କିତ କରୁଛୁ, ଆମେ ବିରୋଧ କରୁନାହୁଁ।”

ନିମନ୍ତ୍ରଣ ପାଇବା ପରେ ମଧ୍ୟ ରାମଲା ପ୍ରଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନ ଯିବା ନେଇ ସେ କହିଥିଲେ, “ଆମନ୍ତ୍ରିତ ହେଲେ କୌଣସି ସ୍ଥାନକୁ ଯିବା ଏକ ଭିନ୍ନ କଥା। ସେଠାରେ ଉପସ୍ଥିତ ରହିବା ଏବଂ ଆମ ସାମ୍ନାରେ ଅଶାସ୍ତ୍ରୀୟ ରୀତିନୀତି ଦେଖିବା ଏକ ଭିନ୍ନ କଥା। ଆମର ହିନ୍ଦୁ ସମାଜ ପ୍ରତି ଆମେ ଉତ୍ତରଦାୟୀ।  ଯଦି ଆମ ସାମ୍ନାରେ କୌଣସି ଅବିଧିମୂଳକ କାର୍ଯ୍ୟ ଘଟୁଛି ତେବେ ଜନସାଧାରଣ ଆମକୁ ପଚାରନ୍ତି ଯେ ଆପଣ ଥାଉ ଥାଉ ଏହା କିପରି ହେଲା। ଆପଣ କାହିଁକି ଏହି ପ୍ରସଙ୍ଗ ଉଠାଇ ନାହାନ୍ତି? ସେଥିପାଇଁ ଆମକୁ ଆମର କାର୍ଯ୍ୟ କରିବାକୁ ପଡିବ। “

PM Modi Ayodhya Ram Mandir