Advertisment

ଅଜିତ ପାୱାରଙ୍କୁ ଗଦ୍ଦାର କହି ଜାରି ହେଲା ବାହୁବଳୀ ପୋଷ୍ଟର୍‌

ଏବେ ଶରଦ ପାୱାରଙ୍କ କ୍ୟାମ୍ପରୁ ବିଦ୍ରୋହୀ ଅଜିତ ପାୱାରଙ୍କୁ ବାହୁବଳୀ ସିନେମାର ଗୋଟିଏ ଦୃଶ୍ୟକୁ ଆଧାର କରି ଟାର୍ଗେଟ କରାରଯାଇଛି। ଶରଦ ପାୱାରଙ୍କୁ ବାହୁବଳୀ ଓ ଅଜିତ ପାୱାରଙ୍କୁ କଟପ୍ପା ଭାବେ ଚିତ୍ରଣ କରାଯାଇଛି।

NCP

NCP

Advertisment

ମହାରାଷ୍ଟ୍ରରେ ଦାଦା-ପୁତୁରା କଳି ଏବେ ଚରମସୀମାରେ ପହଞ୍ଚିଛି। ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଏଥିସହ ସେ ଶରଦ ପାୱାରଙ୍କୁ ଏନସିପି ସୁପ୍ରିମୋ ପଦରୁ ହଟାଇ ନିଜକୁ ଏହାର ସଭାପତି ଭାବେ ଚିତ୍ରଣ କରିଛନ୍ତି। ଏନସିପିର ଅଧିକାଂଶ ବିଧାୟକ ଅଜିତ ପାୱାରଙ୍କ ସପକ୍ଷରେ ଥିବାରୁ ଶରଦ ପାୱାରଙ୍କ କ୍ୟାମ୍ପରେ ନିରାଶ ଭାବ ଦେଖାଯାଇଛି।

Advertisment

ଏବେ ଶରଦ ପାୱାରଙ୍କ କ୍ୟାମ୍ପରୁ ବିଦ୍ରୋହୀ ଅଜିତ ପାୱାରଙ୍କୁ ବାହୁବଳୀ ସିନେମାର ଗୋଟିଏ ଦୃଶ୍ୟକୁ ଆଧାର କରି ଟାର୍ଗେଟ କରାରଯାଇଛି। ଶରଦ ପାୱାରଙ୍କୁ ବାହୁବଳୀ ଓ ଅଜିତ ପାୱାରଙ୍କୁ କଟପ୍ପା ଭାବେ ଚିତ୍ରଣ କରାଯାଇଛି। ସେମାନେ ଅଜିତ ପାୱାରଙ୍କୁ ଗଦ୍ଦାର କହିବା ସହ ଲୋକମାନେ କେବେ ବି ତାଙ୍କୁ କ୍ଷମା କରିବେ ନାହିଁ ବୋଲି ଗୋଟିଏ ପୋଷ୍ଟର ଜାରି କରିଛନ୍ତି।

ସିନିୟର ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବାହାରେ ଆଜି ତାଙ୍କ ସମର୍ଥକମାନେ ଗୋଟିଏ ବିରାଟ ପୋଷ୍ଟର ଲଗାଇଛନ୍ତି। ଏଥିରେ ସୁପରହିଟ୍‌ ଫିଲ୍ମ ବାହୁବଳୀର ଗୋଟିଏ ଦୃଶ୍ୟ ରହିଛି। ସିନେମାରେ ବାହୁବଳୀଙ୍କ ଅତ୍ୟନ୍ତ ଘନିଷ୍ଠ କଟପ୍ପା ତାଙ୍କୁ ପଛ ପଟୁ ଛୁରା ମାରି ହତ୍ୟା କରିଥିଲେ। ଉକ୍ତ ଦୃଶ୍ୟକୁ ଶରଦ ପାୱାରଙ୍କ ସମର୍ଥକମାନେ ପୋଷ୍ଟର୍‌ରେ ସ୍ଥାନ ଦେଇଛନ୍ତି। ବାହୁବଳୀଙ୍କ ସ୍ଥାନରେ ଶରଦ ପାୱାର ଓ କଟପ୍ପାଙ୍କ ସ୍ଥାନରେ ଅଜିତ ପାୱାରଙ୍କ ମୁହଁ ରହିଛି। ଅଜିତ ପାୱାର ପଛ ପଟୁ ଶରଦ ପାୱାରଙ୍କୁ ଛୁରୀ ଭୁଷୁଥିବା ଏଥିରେ ଦର୍ଶାଯାଇଛି।

Advertisment

ପୋଷ୍ଟର୍‌ରେ ଲେଖାଯାଇଛି, “ନିଜ ଲୋକଙ୍କ ଭିତରେ ଲୁଚିଥିବା ଗଦ୍ଦାରକୁ ପୂରା ଦେଶ ଦେଖୁଛି। ଏପରି ଲୋକଙ୍କୁ ଲୋକମାନେ କେବେ ହେଲେ କ୍ଷମା କରିବେ ନାହିଁ।” ଏଥିସହ ପୋଷ୍ଟର୍‌ରେ ହ୍ୟାଶଟାଗ ଗଦ୍ଦାର ଲେଖାଯାଇଛି। ଏନସିପିର ଛାତ୍ର ସଂଘ ପକ୍ଷରୁ ଏପରି ପୋଷ୍ଟର ଜାରି କରି ଅଜିତ ପାୱାରଙ୍କୁ ସମାଲୋଚନା କରାଯାଇଛି।

ରବିବାର ଠାରୁ ଏନସିପିରେ ଦେଖାଯାଇଥିବା ବିଦ୍ରୋହକୁ ଦୃଷ୍ଟିରେ ରଖି ବୁଧବାର ଅଜିତ ଓ ଶରଦ ପାୱାର ମୁମ୍ବାଇରେ ସମାନ୍ତରଳ ଭାବେ ବୈଠକ ଡାକିଥିଲେ। ସିନିୟର ପାୱାରଙ୍କ ଅପେକ୍ଷା ଜୁନିୟର ପାୱାରଙ୍କ କ୍ୟାମ୍ପରେ ଅଧିକ ବିଧାୟକ ଓ ସାଂସଦଙ୍କୁ ଦେଖିବାକୁ ମିଳିଥିଲା।

ଏହାପରେ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ପାଖକୁ ଯାଇ ଏନସିପିର ନିର୍ବାଚନୀ ଚିହ୍ନ ଓ ନାଁ ଉପରେ ହକ ଜାହିର କରିଛି। ଏଥିସହ ଜୁନ ୩୦ରୁ ଅଜିତ ପାୱାର ଏନସିପିର ସଭାପତି ଭାବେ କାର୍ଯ୍ୟ କରୁଥିବା ତାଙ୍କ କ୍ୟାମ୍ପ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି।

ଏନସିପିର ଡୋରି ହାତରୁ ଖସି ଯାଉଥିବାରୁ ଶରଦ ପାୱାର ଆଜି ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଦଳ ଆଗକୁ କ’ଣ କରିବ, ତା’ର ନିଷ୍ପତ୍ତି ନିଆଯିବ। ଏଥିପାଇଁ ଆଜି ସକାଳୁ ଶରଦ ପାୱାର ମୁମ୍ବାଇରୁ ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା ମଧ୍ୟ ଆରମ୍ଭ କରିଛନ୍ତି।

Maharashtra Politics NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe