Advertisment

ଅଜିତ ପାୱାର ଏନସିପିରୁ ବିଦା, କହିଲେ- ଆମ ପାଖରେ ଅଛି ସଂଖ୍ୟାଗରିଷ୍ଠତା

ମହାରାଷ୍ଟ୍ର ରାଜନୀତିରେ ସବୁଦିନ ଦେଖିବାକୁ ମିଳୁଛି ହଟଚମଟ। ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଶରଦ ପାୱାରଙ୍କ ଏନସିପି ଦୁଇ ଫାଳ ହୋଇ ଯାଇଥିବା ବେଳେ ଏବେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି।

author-image
Niharika Rout
ଅଦ୍ୟତନ ହୋଇଛି
Sharad-pawar & Ajit-pawar

Sharad-pawar & Ajit-pawar

ମହାରାଷ୍ଟ୍ର ରାଜନୀତିରେ ସବୁଦିନ ଦେଖିବାକୁ ମିଳୁଛି ହଟଚମଟ। ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଶରଦ ପାୱାରଙ୍କ ଏନସିପି ଦୁଇ ଫାଳ ହୋଇ ଯାଇଥିବା ବେଳେ ଏବେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଳ କଷାକଷି । ଗତକାଲି ଦଳର କିଛି ନେତାଙ୍କ ବିରୋଧରେ ସୁପ୍ରିମୋ ଶରଦ ପାୱାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଆଜି ଅଜିତ ପାୱାରଙ୍କ ସମେତ ଆଉ ୮ ବିଧାୟକଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇଛନ୍ତି ।

Advertisment

ଗତ ରବିବାର ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ତଥା ଏନସିପି ପ୍ରମୁଖ ଅଜିତ ପାୱାର ନିଜ ୮ ସହଯୋଗୀଙ୍କ ସହ ସରକାରରେ ମିଶିଥିଲେ। ଏହି ଅବସରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ସେମାନେ ହିଁ ପ୍ରକୃତ ଏନସିପି ବୋଲି ଦାବି କରିବାକୁ ପଛାଉ ନାହାନ୍ତି।

ଏହା ମଧ୍ୟରେ ଗତକାଲି ଦଳ ସୁପ୍ରିମୋ ଦଳର ୩ ନେତା ମୁମ୍ବାଇ ଡିଭିଜିନ ମୁଖ୍ୟ ନରେନ୍ଦ୍ର ରାଥୋଡ, ଅକୋଲା ସିଟି ଜିଲ୍ଲା ମୁଖ୍ୟ ବିଜୟ ଦେଶମୁଖ ଓ ରିଜୋନାଲ ସାଧାରଣ ସମ୍ପାଦକ ଶିବାଜୀରାଓ ଗରଜେଙ୍କୁ ବହିଷ୍କୃତ କରି  ସାରିଛନ୍ତି। ଏଥିସହ ଦୁଇ ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ମଧ୍ୟ ବିଦା କରି ଦେଇଛନ୍ତି। ଏହି କ୍ରମରେ ଆଜି ଅଜିତ ପାୱାରଙ୍କ ସମେତ ଆଉ ୮ ବିଧାୟକଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇଛି ଏନସିପି । ଏହା ଦଳ ବିରୋଧୀ କାମ ହୋଇଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏନସିପି ପକ୍ଷରୁ କୁହାଯାଇଛି।

Advertisment

ଅଜିତ ପାୱାରଙ୍କୁ ଦଳରୁ ବିତାଡ଼ିତ କରିବା ପରେ ବିରୋଧୀ ଦଳ ନେତା ଭାବେ ଜୀତେନ୍ଦ୍ର ଆୱାଦାଙ୍କୁ ନିଯୁକ୍ତି ଦେଇଛନ୍ତି ଶରଦ ପାୱାର । ବିରୋଧୀ ଦଳ ନେତା ଭାବେ ସେ ଗତକାଲି ରାତିରେ ବାଚସ୍ପତିଙ୍କ ବାସଭବନରେ ପହଞ୍ଚି ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅପରପକ୍ଷେ,ଅଜିତ ପାୱାର ଏନସିପିର ରାଜ୍ୟ ପ୍ରଭାରୀ ଜୟନ୍ତ ପାଟିଲଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ସେ ସୁନୀଲ ତାଟକରେଙ୍କୁ ନିଯୁକ୍ତି ଦେଇଛନ୍ତି।  ଅଜିତ ପାୱାରଙ୍କ ସମର୍ଥକମାନେ ଜୀତେନ୍ଦ୍ର ଆୱାଦା ଓ ଜୟନ୍ତ ପାଟିଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନିଜ ପାଖରେ ଏନସିପିର ସଂଖ୍ୟା ଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା ବେଳେ ଅଜିତ ପାୱାର ବାଚସ୍ପତିଙ୍କୁ ଏକ ଚିଠି ଦେଇ ପ୍ରକୃତ ଏନସିପି ତାଙ୍କ ନିକଟରେ ଥିବା କହିଛନ୍ତି । ଅନ୍ୟପଟେ ପ୍ରଫୁଲ୍ଲ ପଟେଲ ସୁନୀଲ ତଟକରେଙ୍କୁ ଦଳର ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଅନିଲ ଭାଇଦାସ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଅଜିତ ପାୱାରଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ବାଚସ୍ପତିଙ୍କୁ ଜଣାଇ ଦିଆଯାଇଥିଲା ପଟେଲ ସୂଚନା ଦେଇଛନ୍ତି।

ସଂଖ୍ୟାଧିକ ବିଧାୟକ ତାଙ୍କୁ ସମର୍ଥନ କରୁଥିବାରୁ ସେ ଉପମୁଖ୍ୟମନ୍ତ୍ରୀ ହୋଇ ପାରିଥିବା ଅଜିତ ପାୱାର କହିଛନ୍ତି। ଏଥିସହ ଶରଦ ପାୱାର ଦଳର ରାଷ୍ଟ୍ରୀୟ ମୁଖ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

ଗତ ରବିବାରଠାରୁ ଦଳରେ ହାଇଡ୍ରାମା ଚାଲିଥିବା ବେଳେ ଏହା ସେପରି କିଛି ଫରକ ପକାଇବ ନାହିଁ ଓ ସେ ଦଳକୁ ପୁଣି ଥରେ ଛିଡ଼ା କରାଇ ଦେବେ ବୋଲି ଶରଦ ପାଓୱାର ଦମ୍ଭୋକ୍ତି ପ୍ରକାଶ କରି ସାରିଛନ୍ତି। ବିଜେପି ସବୁବେଳେ ଅନ୍ୟ ଦଳକୁ ଭାଙ୍ଗିବାକୁ ଚେଷ୍ଟା ଚଳାଇ ଆସୁଛି। ଆମର କିଛି ନେତା ଏହି ଷଡଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ଗତକାଲି କରାଦଠାରେ ଶକ୍ତି ପ୍ରଦର୍ଶନ ଅବସରରେ ଶରଦ ପାୱାର କହିଛନ୍ତି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ୫୩ ବିଧାୟକ ଥିଲେ। ସେମାନଙ୍କ ମଧ୍ୟରୁ ଗତ ରବିବାର ବିରୋଧୀ ଦଳ ନେତାଙ୍କ ସମେତ ୯ ବିଧାୟକ ଗତ ରବିବାର ସରକାରରେ ସାମିଲ ହୋଇଥିଲେ । 

Sarad Power NCP Ajit Pawar