Advertisment

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର, ବିଜେପି ଦେଲା ବଡ଼ ବୟାନ

ବୈଠକର ଏଜେଣ୍ଡା ଓ କାରଣ ଜଣାପଡ଼ି ନଥିଲେ ହେଁ ଶିବସେନା(ସିନ୍ଦେ ଗୋଷ୍ଠୀ)ର ସହଯୋଗୀ ବିଜେପି ବଡ଼ ବୟାନ ଦେଇଛି। ଦଳ କହିଛି ଯେ ଏହା ଏକ ରାଜନୀତିକ ଭେଟଘାଟ ନୁହେଁ। ସାକ୍ଷାତକାର ସଂପୂର୍ଣ୍ଣ ବ୍ୟକ୍ତିଗତ।

author-image
Hemant Lenka
Sharad Pawar

Sharad Pawar

ବିରୋଧୀ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ହଠାତ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଆଜି ଶ୍ରୀ ପାୱାର ମୁମ୍ବାଇ ସ୍ଥିତ ସିନ୍ଦେଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।

Advertisment

ବୈଠକର ଏଜେଣ୍ଡା ଓ କାରଣ ଜଣାପଡ଼ି ନଥିଲେ ହେଁ ଶିବସେନା(ସିନ୍ଦେ ଗୋଷ୍ଠୀ)ର ସହଯୋଗୀ ବିଜେପି ବଡ଼ ବୟାନ ଦେଇଛି। ଦଳ କହିଛି ଯେ ଏହା ଏକ ରାଜନୀତିକ ଭେଟଘାଟ ନୁହେଁ। ସାକ୍ଷାତକାର ସଂପୂର୍ଣ୍ଣ ବ୍ୟକ୍ତିଗତ।

ସିନ୍ଦେ ଟ୍ୱିଟ କରି ଶରଦ ପାୱାରଙ୍କୁ ଭେଟିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏନସିପି ସଭାପତି ଓ ଏନସିପିର ସାଂସଦ ପାୱାର ସାହେବ ଆଜି ବର୍ଷା ବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସି ଭେଟିଛନ୍ତି। ସେ ଶୁଭକାମନା ଦେଇଛନ୍ତି। ସିନ୍ଦେ ଭେଟଘାଟ ବେଳର ଦୁଇଟି ଭିଡିଓ ମଧ୍ୟ ଶେୟାର କରିଛନ୍ତି।

Advertisment

ଏହି ଭେଟଘାଟର କିଛି ସମୟରେ ବିଜେପି ନେତା ତଥା ରାଜ୍ୟର ମନ୍ତ୍ରୀ ସୁଧୀର ଏମ କହିଛନ୍ତି ଯେ ଉକ୍ତ ମିଟିଂ ବ୍ୟକ୍ତିଗତ ଥିଲା। ଏହାର ଆଉ କୌଣସି ଅର୍ଥ ନାହିଁ। ଏହା ଆଦୌ ରାଜନୀତିକ ନୁହେଁ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଓ ପାୱାରଙ୍କର ମଧ୍ୟ। ମିଟିଂକୁ ନେଇ ଅନ୍ୟ କୌଣସି ଆକଳନ କରା ନଯାଉ ବୋଲି ସେ କହିଛନ୍ତି।

ଉଦ୍ଧବ ଠାକରେ ବିଦେଶରେ ଥିବା ବେଳେ ଶରଦ ପାୱାର ଆଜି ସିନ୍ଦେଙ୍କୁ ଭେଟିବାର ମାନେ କ’ଣ ବୋଲି ପ୍ରଶ୍ନରେ ସୁଧୀର କହିଛନ୍ତି, “ଯଦି ଆପଣମାନେ ଆକଳନ କରୁଥିବା କଥା ସତ, ତା’ହେଲେ ଆମେ ଏହାକୁ ସ୍ୱାଗତ କରିବୁ।

କିନ୍ତୁ ମୋର ତଥ୍ୟ ଅନୁସାରେ ଏହା ଆଦୌ ରାଜନୀତିକ ବୈଠକ ନଥିଲା। ଯେତେବେଳେ ରାଜନୀତିକ ମିଟିଂ ହେବ, ଏହା ଆପଣମାନଙ୍କୁ ଆଦୌ ଜଣାପଡ଼ିବ ନାହିଁ।”

ବେଶ କିଛି ଦିନ ହେଲା ଚର୍ଚ୍ଚା ହେଉଛି ଯେ ଏନସିପି ଏବେ ବିଜେପିକୁ ଆଡ଼କୁ ଢଳୁଛି। ଏନସିପିର ଅଜିତ ପାୱାରଙ୍କ ନେତୃତ୍ୱରେ କିଛି ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିବାକୁ ଗୋଡ଼ ଟେକି ବସିଛନ୍ତି। ଏସବୁ ଚର୍ଚ୍ଚା ଭିତରେ ଶରଦ ପାୱାର ଆଜି ସିନ୍ଦେଙ୍କୁ ଭେଟିଛନ୍ତି।

Shiv Sena Sharad Pawar Eknath Sinde NCP