Advertisment

ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ: ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଶରଦ ପାୱାର

ସେ ଦୁଇ କଂଗ୍ରେସ ହେଭିୱେଟଙ୍କ ସହ ଦୀର୍ଘସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ହେଲେ ବୈଠକରେ କ’ଣ ସବୁ ଆଲୋଚନା ହୋଇଛି, ସେବିଷୟରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ।

NCP

NCP

Advertisment

ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ କ୍ୟମ୍ପରେ ହଲଚଲ ତୀବ୍ର ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କେମିତି ଚେକ୍‌ ଦିଅଯାଇ ପାରିବ, ସେଥିପାଇଁ ବିରୋଧୀ ଦଳଗୁଡ଼ିକ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଦିନକ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାନ ଲକ୍ଷ୍ୟ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ।

Advertisment

ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏନସିପି ସୁପ୍ରିମୋ ଶରଦ ପାୱାର ଦିଲ୍ଲୀ ଆସି ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି।

ଆଦାନି ପ୍ରସଙ୍ଗରେ ବିରୋଧୀଙ୍କ ଠାରୁ ଭିନ୍ନ ମତ ରଖିବା ପରେ ଶରଦ ପ୍ରଥମଥର ପାଇଁ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରୁଛନ୍ତି। ହେଲେ ଶରଦ ପାୱାର ନିକଟରେ କହିଥିଲେ ଯେ ଜେପିସି ତଦନ୍ତର କିଛି ମୂଲ୍ୟ ନାହିଁ। ଏହାକୁ ନେଇ ବିରୋଧୀ କ୍ୟାମ୍ପରେ କମ୍ପନ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ବିଜେପି ବିରୋଧରେ ମେଳି କରିବାକୁ ଶରଦ ପାୱାର ଆଜି ରାହୁଲ ଗାନ୍ଧି ଓ ଖଡଗେଙ୍କୁ ଭେଟିଛନ୍ତି।

Advertisment

ସେ ଦୁଇ କଂଗ୍ରେସ ହେଭିୱେଟଙ୍କ ସହ ଦୀର୍ଘସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ହେଲେ ବୈଠକରେ କ’ଣ ସବୁ ଆଲୋଚନା ହୋଇଛି, ସେବିଷୟରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ତେବେ କଂଗ୍ରେସ ଖୁବଶୀଘ୍ର ଅନ୍ୟ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ କରିବ ବୋଲି ଜଣାପଡ଼ିଛି।

ଗତକାଲି ନୀତୀଶ କୁମାରଙ୍କୁ ଭେଟିବା ପରେ ରାହୁଲ ଗାନ୍ଧି କହିଥିଲେ ଯେ “ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଗୋଟିଏ ଐତିହାସିକ ପଦକ୍ଷେପ ନିଆଯାଇଛି। ଏହା ଏକ ପ୍ରକ୍ରିୟା। ଦେଶ ପାଇଁ ବିରୋଧୀଙ୍କ ଆଭିମୁଖ୍ୟଙ୍କୁ ଏହା ବିକଶିତ କରିବ।” ତେଣୁ ଆଗକୁ କଂଗ୍ରେସ ବଡ଼ ନିଷ୍ପତ୍ତି ନେବାର ସମ୍ଭାବନା ଥିବା କୁହାଯାଉଛି।

ନୀତୀଶ କୁମାର ରାହୁଲ ଓ କେଜ୍ରିୱାଲଙ୍କ ବ୍ୟତୀତ ସିପିଆଇ-ଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ମଧ୍ୟ ଭେଟିଥିଲେ। ଏହି ଭେଟଘାଟ ପରେ ୟେଚୁରୀ କହିଥିଲେ ଯେ “ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଦ୍ରୁତଗତିରେ ଚାଲିଛି। ଗୋଟିଏ ବିରୋଧୀ ମେଣ୍ଟ ଗଠନ ହେବ ଓ ରାଜ୍ୟସ୍ତରରେ ସିଟ ବୁଝାମଣା ହେବ। କେରଳରେ ଆମ ଦଳ ଓ କଂଗ୍ରେସ ଚୀରପ୍ରତିଦ୍ୱନ୍ଦ୍ୱୀ। ବିଜେପିର ସେଠାରେ କୌଣସି ପ୍ରକାରର ଚିହ୍ନ ନାହିଁ।” ତେଣୁ ଆଗକୁ ବିରୋଧୀଙ୍କ ଆଭିମୁଖ୍ୟ କ’ଣ ରହୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Congress Sharad Pawar NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe