Advertisment

କର୍ଣ୍ଣାଟକାରେ ମୋଦିଙ୍କ ପ୍ରଚାର ଦେଖି କାହିଁକି ଆଶ୍ଚର୍ଯ୍ୟ ହେଲେ ଶରଦ ପାୱାର

ନିର୍ବାଚନ ବେଳେ ଯଦି ଜଣେ ଧର୍ମ ଓ ଧାର୍ମିକ ପ୍ରସଙ୍ଗ ଉଠାଏ, ଏହା ଅଲଗା ପ୍ରକାରର ପରିବେଶ ସୃଷ୍ଟି କରେ। ଏହା ଆଦୌ ଭଲ କଥା ନୁହେଁ ବୋଲି ପାୱାର କହିଛନ୍ତି।

author-image
Hemant Lenka
Sharad Pawar

Sharad Pawar

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରଚାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏନସିପି ସଭାପତି ଶରଦ ପାୱାର। ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ଧାର୍ମିକ ସ୍ଲୋଗାନ ଦେଇଥିବାରୁ ଶରଦ ପାୱାର ଏପରି କହିଛନ୍ତି। ନିର୍ବାଚନ ବେଳେ ଯଦି ଜଣେ ଧର୍ମ ଓ ଧାର୍ମିକ ପ୍ରସଙ୍ଗ ଉଠାଏ, ଏହା ଅଲଗା ପ୍ରକାରର ପରିବେଶ ସୃଷ୍ଟି କରେ। ଏହା ଆଦୌ ଭଲ କଥା ନୁହେଁ ବୋଲି ପାୱାର କହିଛନ୍ତି।

Advertisment

ରବିବାର ଶରଦ ପାୱାର ଦମ୍ଭୋକ୍ତି କରିଥିଲେ ଯେ କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଫେରିବ। ଏବେ ସେ ମୋଦିଙ୍କ ଧାର୍ମିକ ସ୍ଲୋଗାନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ TV9 ମରାଠୀକୁ କହିଛନ୍ତି ଯେ “ନିର୍ବାଚନ ଲଢ଼ିବା ବେଳେ ଆମେ ଗଣତନ୍ତ୍ରର ମୂଲ୍ୟବୋଧ ଓ ଧର୍ମନିରପେକ୍ଷ ପାଇଁ ଶପଥ ନେଇଥାଉ।

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାର୍ମିକ ସ୍ଲୋଗାନ ଦେବା ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି। ଆମେ ଧର୍ମନିରପେକ୍ଷର ଆଭିମୁଖ୍ୟକୁ ଗ୍ରହଣ କରିଛୁ। ଯେତେବେଳେ ଆପଣ ନିର୍ବାଚନ ବେଳେ ଧର୍ମ କିମ୍ବା ଧାର୍ମିକ ପ୍ରସଙ୍ଗ ଉଠାଇବେ, ତା’ହେଲେ ଏହା ଗୋଟିଏ ଅଲଗା ପ୍ରକାରର ପରିବେଶ ସୃଷ୍ଟି କରିଥାଏ ଓ ଏହା ଆଦୌ ଭଲ କଥା ନୁହେଁ।”

Advertisment

ମହାରାଷ୍ଟ୍ରର ରତ୍ନଗିରିର ବାର୍ସୁ ଗାଁର ଲୋକମାନେ ସେଠାରେ ହେବାକୁ ଥିବା ମେଗା ତୈଳ ରିଫାଇନାରୀ ପ୍ରକଳ୍ପକୁ ବିରୋଧ କରୁଛନ୍ତି। ଏ ସମ୍ପର୍କରେ ମଧ୍ୟ ଏନସିପି ସୁପ୍ରିମୋ ପାୱାର ମତ ରଖିଛନ୍ତି। ସେ କହିଛନ୍ତି, “ବାର୍ସୁ ଗାଁର ପ୍ରତିନିଧିଙ୍କ ସହ ମୁଁ କଥା ହୋଇଛି। ମୁଁ ବିଶେଷଜ୍ଞଙ୍କ ସହ ଆଉ ଗୋଟିଏ ମିଟିଂ କରିବି। ଗାଁ ଲୋକଙ୍କୁ ବିଶ୍ୱାସକୁ ନେଇ ଏହି ପ୍ରସଙ୍ଗକୁ ଆଗକୁ ନିଆଯାଇ ପାରିବ ବୋଲି ମୁଁ ଭାବୁଛି।”

Bjp Karnataka PM Modi Sharad Pawar NCP Karnataka Polls 2023 Karnataka Assembly Election