Advertisment

କଂଗ୍ରେସକୁ ଝଟକା, କର୍ଣ୍ଣାଟକା ଲଢ଼େଇରେ ଏନସିପିର ଏଣ୍ଟ୍ରୀ

କ୍ଷମତାସୀନ ବିଜେପି ସହ ପୂର୍ବତନ ସହଯୋଗୀ ଜେଡିଏସ୍‌ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏବେ ସହଯୋଗୀ ଏନସିପିର ଶେଷ ମୁହୂର୍ତ୍ତରେ ଏଣ୍ଟ୍ରୀ ଦଳର ସବୁ ଗଣିତକୁ ଏପଟସେପଟ କରି ଦେବାର ଆଶଙ୍କା ସୃଷ୍ଟି ହୋଇଛି।

author-image
Hemant Lenka
Sharad Pawar

Sharad Pawar

ବିରୋଧୀ ଏକତା ଆଳରେ ଦିନକ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିବା ଏନସିପି ସୁପ୍ରିମୋ ଶରଦ ପାୱାର ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ଏକତା କହୁଥିବା ଏନସିପି ଆସନ୍ତା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଲଢ଼େଇ କରିବ।

Advertisment

ଏହା କଂଗ୍ରେସ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। କ୍ଷମତାସୀନ ବିଜେପି ସହ ପୂର୍ବତନ ସହଯୋଗୀ ଜେଡିଏସ୍‌ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏବେ ସହଯୋଗୀ ଏନସିପିର ଶେଷ ମୁହୂର୍ତ୍ତରେ ଏଣ୍ଟ୍ରୀ ଦଳର ସବୁ ଗଣିତକୁ ଏପଟସେପଟ କରି ଦେବାର ଆଶଙ୍କା ସୃଷ୍ଟି ହୋଇଛି। 

ଏନସିପି କହିଛି ଯେ ଦଳ ୪୦ରୁ ୪୫ଟି ଆସନରେ ପ୍ରାର୍ଥୀ ଦେବ। ବିରୋଧୀ ମେଣ୍ଟ ପାଇଁ ଏନସିପିର ନିଷ୍ପତ୍ତି ଶକ୍ତ ଝଟକା ସଦୃଶ ହୋଇଥିଲେ ହେଁ ଏହା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି। ନିକଟରେ ଏନସିପି ଜାତୀୟ ଦଳର ମାନ୍ୟତା ହରାଇଛି। ତେଣୁ ଦଳ ବାଧ୍ୟ ହୋଇ କର୍ଣ୍ଣାଟକା ନିର୍ବାଚନରେ ପ୍ରବେଶ କରିଛି।

Advertisment

ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି, “ଆମକୁ ପୁଣିଥରେ ଜାତୀୟ ଦଳର ମାନ୍ୟତା ହାସଲ କରିବାକୁ ପଡ଼ିବ। ଏଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପଡ଼ିବ।”

କର୍ଣ୍ଣାଟକାରେ ନିର୍ବାଚନ ଲଢ଼ିବା ପାଇଁ ଏନସିପିକୁ ଆଲାରାମ ଘଣ୍ଟା ଚିହ୍ନ ଭାବେ ମିଳିଛି। ଏନସିପି ମହାରାଷ୍ଟ୍ର ଇକିକରନ ସମିତି ସହ ମିଶି ନିର୍ବାଚନ ଲଢ଼ିପାରେ। ବିଶେଷ କରି ମହାରାଷ୍ଟ୍ର-କର୍ଣ୍ଣାଟକାରେ ଦଳ ଅଧିକ ସଂଖ୍ୟକ ପ୍ରାର୍ଥୀ ଦେବ। କାରଣ ଏହି ଅଞ୍ଚଳରେ ମରାଠୀ ଲୋକଙ୍କ ସଂଖ୍ୟା ଅଧିକ ରହିଛି।

Congress Karnataka Sharad Pawar NCP