Advertisment

‘ବିଜେପିକୁ ଯିବନି ଏନସିପି, କିନ୍ତୁ ବିଧାୟକମାନେ ସେମାନଙ୍କ ନିଷ୍ପତ୍ତି ନେଇପାରିବେ’

ଶରଦ ପାୱାର ସ୍ପଷ୍ଟ କରିଥିଲେ ଯେ ଏନସିପି କେବେ ହେଲେ ବିଜେପି ସହ ହାତ ମିଳାଇବ ନାହିଁ। କୌଣସି ବିଧାୟକ ଦଳ ଛାଡ଼ିବାର ମଧ୍ୟ ନାହିଁ।

ShivSena

ShivSena

Advertisment

ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ଦଳର ମୁଖପତ୍ର ସାମ୍ନାରେ ସାଂଘାତିକ ତଥ୍ୟ ଦେଇଛନ୍ତି। ଏନସିପି ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ଭିତରରେ ସାମ୍ନାରେ ଅତ୍ୟନ୍ତ ରୋଚକ କଥା ପ୍ରକାଶ ପାଇଛି। ଏପ୍ରିଲ ୧୧ରେ ଏନସିପି ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।

Advertisment

ଏହି ସମୟରେ ଶରଦ ପାୱାର ସ୍ପଷ୍ଟ କରିଥିଲେ ଯେ ଏନସିପି କେବେ ହେଲେ ବିଜେପି ସହ ହାତ ମିଳାଇବ ନାହିଁ। କୌଣସି ବିଧାୟକ ଦଳ ଛାଡ଼ିବାର ମଧ୍ୟ ନାହିଁ। କିନ୍ତୁ ବିଧାୟକମାନଙ୍କ ପରିବାର ଲୋକଙ୍କୁ ନିୟମିତ ଟାର୍ଗେଟ କରାଯାଉଛି। ଏପରି ସ୍ଥିତିରେ ଯଦି ବିଧାୟକମାନେ କୌଣସି ନିଷ୍ପତ୍ତି ନେବେ, ତା’ହେଲେ ଏହା ସେମାନଙ୍କ ବ୍ୟକ୍ତିଗତ ମତ ହେବ।

ଏଥିରେ ଏନସିପିର କୌଣସି ପ୍ରକାରର ଭୂମିକା ରହିବ ନାହିଁ ବୋଲି ଶରଦ ପାୱାର ଭେଟଘାଟ ବେଳେ ଉଦ୍ଧବ ଠାକରେଙ୍କୁ କହିଥିବା ସଞ୍ଜୟ ରାଉତ ସାମ୍ନାରେ ଉଲ୍ଲେଖ କରିଛନ୍ତି।

Advertisment

ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର କିଛି ବଧାୟକ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୁପ୍ରିମକୋର୍ଟ ଯଦି ଶିବସେନାର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି, ତା’ହେଲେ ଏନସିପି ବିଧାୟକମାନେ ସିନ୍ଦେଙ୍କ ସରକାର ବଞ୍ଚାଇବା ପାଇଁ ସମର୍ଥନ କରିବେ ବୋଲି କୁହାଯାଉଛି। ଏହି ଚର୍ଚ୍ଚା ଭିତରେ ଶରଦ ପାୱାର ଏପ୍ରିଲ ୧୧ରେ ଏପରି କଥା କହିଛନ୍ତି।

ସେହପରି ଏନସିପି ବିଧାୟକଙ୍କ ବିଦ୍ରୋହ ଖବରକୁ ଅଜିତ ପାୱାର ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଶିବସେନାର ବିଧାୟକମାନେ ଅଯୋଗ୍ୟ ବିବେଚିତ ହେଉଛନ୍ତି, ତା’ହେଲେ ମଧ୍ୟ ସିନ୍ଦେ ସରକାର ସୁରକ୍ଷିତ। କାରଣ ସରକାରଙ୍କ ପ୍ରତି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।

ପାୱାରଙ୍କ ବୟାନ ସମ୍ପର୍କରେ ସେ କହିଛନ୍ତି, “ପାୱାର ଯାହା ବି କହିଛନ୍ତି, ସେସମ୍ପର୍କରେ ସେ ହିଁ ସ୍ପଷ୍ଟୀକରଣ ଦେଇପାରିବେ। ମୁଁ ମାଇଣ୍ଡ ରିଡର ନୁହେଁ। ସୁପ୍ରିମକୋର୍ଟରେ ଯାହା ବି ହେଲେ, ମୁଁ ଭାବୁଛି ସରକାରଙ୍କ ପ୍ରତି କୌଣସି ପ୍ରକାରର ବିପଦ ନାହିଁ। ଆପଣ ଭାବି ନିଅନ୍ତୁ ଯେ ୧୬ ଜଣ ବିଧାୟକ ଅଯୋଗ୍ୟ ହୋଇଗଲେ। ଏହାପରେ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ସେମାନେ ସହଜରେ ମ୍ୟାଜିକ ନମ୍ବର ହାସଲ କରିନେବେ ବୋଲି ମୁଁ ଭାବୁଛି।”

ମୁମ୍ବାଇରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପ୍ରସଙ୍ଗରେ ସେ କହିଛନ୍ତି, “ଶାହ ମୁମ୍ବାଇରେ ଅବତରଣ କରିବା ମାତ୍ରେ, ଆପଣମାନେ ତାଙ୍କର ପ୍ରତିଟି ଗତିପଥକୁ ଅନୁସରଣ କରୁଥିଲେ। ଏବେ ଆପଣମାନେ କୁହନ୍ତୁ, ଆମେ କେଉଁଠି ଓ କେତେବେଳେ ପରସ୍ପରକୁ ଭେଟିଲୁ?”

ସାମ୍ନାର ସାପ୍ତାହିକ ସ୍ତମ୍ଭରେ ସଞ୍ଜୟ ରାଉତ କହିଛନ୍ତି, “ସେ(ଶରଦ ପାୱାର) କହିଛନ୍ତି ଯେ କେହି ବି ହୃଦୟରୁ ଦଳ ଛାଡ଼ିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେମାନଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରାଯାଉଛି। ଯଦି କେହି ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତ୍ତି ନିଅନ୍ତି, ତା’ହେଲେ ଏହା ସେମାନଙ୍କ ଉପରେ ନିର୍ଭର କରିବ।

ଦଳ ହିସାବରେ ଆମେ କେବେ ବି ବିଜେପି ସହ ଯିବୁ ନାହିଁ। ଏପ୍ରିଲ ୧୧ରେ ଉଦ୍ଧ ଠାକେରଙ୍କୁ ସାକ୍ଷାତ କରିବା ବେଳେ ସେ ଏକଥା କହିଥିଲେ।” ଏହି ବୈଠକରେ ସଞ୍ଜୟ ରାଉତ ଓ ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ। ବିଜେପି ସହ ଯିଏ ଏବେ ଯିବ, ସେ ରାଜନୀତିକ ଆତ୍ମହତ୍ୟା କରିବା ସହ ସମାନ ହେବ ବୋଲି ବୈଠକରେ ବେଳେ ଉଭୟ ଶରଦ ଓ ଉଦ୍ଧବ ମତ ରଖିଥିଲେ।

Maharashtra Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe