Advertisment

ସାମ୍ବାଦିକ ସମ୍ମିଳନୀରେ ନଥିଲେ ଅଜିତ, କ’ଣ କହିଲେ ଶରଦ

‘ଯଦି କେହି ଅନ୍ୟ ଦଳକୁ ଯିବାକୁ ଚାହିଁବେ, ତା’ହେଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ’

author-image
Jitendra Garnayak
Ajit and Sharad Pawar

Ajit and Sharad Pawar

ଶରଦ ପାୱାର ଶୁକ୍ରବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିପି ର ସଭାପତି ପଦ ଛାଡ଼ିବା ନିଷ୍ପତ୍ତିରୁ ଓହରିଯାଇଥିବା ନେଇ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ବଡ଼ ଘୋଷଣା ବେଳେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନଥିଲେ ଦଳର ଅନ୍ୟତମ ବଡ଼ ନେତା ତଥା ତାଙ୍କ ପୁତୁରା ଅଜିତ ପାୱାର। ସେ ବିଜେପିରେ ମିଶିବାକୁ ଚାହୁଁଥିବା ନେଇ ଆଲୋଚନା ଚାଲିଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଅନୁପସ୍ଥିତି ଉକ୍ତ ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି। କିନ୍ତୁ ଶରଦ ପାୱାର ଜୋର ଦେଇ କହିଥିଲେ ଯେ ତାଙ୍କ ଦଳରୁ କେହି ବି ନେତା ବିଜେପିକୁ ଯାଉ ନାହାନ୍ତି।

Advertisment

ଶ୍ରୀ ପାୱାର କହିଥିଲେ, ସାମ୍ବାଦିକ ସମ୍ମିଳନୀରେ ଦଳର ସବୁ ନେତା ଉପସ୍ଥିତ ରହିବାର କିଛି ଆବଶ୍ୟକତା ନାହିଁ। ଆଜି ସକାଳେ ଅନୁଷ୍ଠିତ ହୋଇଥିବା ଦଳର ଏକ ବୈଠକରେ ସମସ୍ତେ ଉପସ୍ଥିତ ଥିଲେ। ଆଉ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ ଯେ ମୁଁ ଦଳର ସଭାପତି ଭାବେ କାର୍ଯ୍ୟ ଅବ୍ୟାହତ ରଖିବା ଉଚିତ।

ସେ କହିଥିଲେ, ଯଦି କେହି ଅନ୍ୟ ଦଳକୁ ଯିବାକୁ ଚାହିଁବେ, ତା’ହେଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ତେବେ ଏନ୍‌ସିପିର କୌଣସି ନେତା ଅନ୍ୟ ଦଳକୁ ଯାଉନାହାନ୍ତି। ଏନେଇ ଯାହା କିଛି କୁହାଯାଉଛି ସବୁ ଗୁଜବ। ସେଥିରେ କିଛି ସତ୍ୟତା ନାହିଁ।

Advertisment

ଶରଦ ପାୱାର କହିଥିଲେ ଯେ ତାଙ୍କ ପୁତୁରା ଅଜିତ ପାୱାର ହେଉଛନ୍ତି ଏକ ମାତ୍ର ଏନ୍‌ସିପି ନେତା ଯିଏ ଜାଣିଥିଲେ ଯେ ସେ ଇସ୍ତଫା ଦେବାକୁ ଯାଉଛନ୍ତି। ତେଣୁ ସେ (ଅଜିତ ପାୱାର) ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଅଜିତ ପାୱାର ତାଙ୍କ ଉପରେ କିମ୍ବା ଦଳ ଉପରେ ଅସନ୍ତୁଷ୍ଟ ନାହାନ୍ତି। ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ହେବା ପାଇଁ କିଛି ନେତା ପରାମର୍ଶ ଦେଇଥିଲେ। କିନ୍ତୁ ସେ ମନା କରି ଦେଇଥିଲେ।

ଦଳରେ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯିବ। ଦଳର ସମସ୍ତ ସ୍ତରରେ ନୂଆ ନେତାଙ୍କୁ ସୁଯୋଗ ଦିଆଯିବ ବୋଲି ଶରଦ ପାୱାର କହିଛନ୍ତି।

ସୂଚନାଯୋଗ୍ୟ, ମେ’ ଦୁଇ ତାରିଖରେ ଶରଦ ପାୱାର ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ଦଳରେ ଗଭୀର ଅସନ୍ତୋଷ ଦେଖାଯାଇଥିଲା। ଦଳର ନେତା ଓ କର୍ମୀ ତାଙ୍କ ଉପରେ ଚାପ ପକାଇଥିଲେ।

Sharad Pawar NCP