Advertisment

କଥା ବଦଳାଇଲେ ଶରଦ ପାୱାର, ଜେପିସି ତଦନ୍ତକୁ ସମର୍ଥନ କରିବେ କହିଲେ

ଯଦି ସମସ୍ତ ବିରୋଧୀ ଦଳ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଚାହୁଁଛନ୍ତି, ତା’ହେଳେ ଏହାକୁ ସେ କେବେ ହେଲେ ବିରୋଧ କରିବେ ନାହିଁ ବୋଲି କହିଛନ୍ତି।

sharad pawar

sharad pawar

Advertisment

ଆଦାନି-ହିଣ୍ଡେନବର୍ଗ ବିବାଦ ପ୍ରସଙ୍ଗରେ ବିରୋଧୀଙ୍କ ଠାରୁ ଅଲଗା ବୟାନ ରଖିଥିବା ଏନସିପି ସୁପ୍ରିମୋ ଶରଦ ପାୱାର ଏବେ ନିଜର କଥା ବଦଳାଇଛନ୍ତି। ସେ ଅନ୍ୟ ବିରୋଧୀ ଦଳଗୁଡ଼ିକ ଭଳି ଆଦାନି ପ୍ରସଙ୍ଗରେ ସଂସଦୀୟ ଯୁଗ୍ମ କମିଟି(ଜେପିସି) ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଯଦି ସମସ୍ତ ବିରୋଧୀ ଦଳ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଚାହୁଁଛନ୍ତି, ତା’ହେଳେ ଏହାକୁ ସେ କେବେ ହେଲେ ବିରୋଧ କରିବେ ନାହିଁ ବୋଲି କହିଛନ୍ତି।

Advertisment

ଏନସିପିର ଏଗ୍ରିକଲଚର ଗ୍ରାଜ୍ୟୁଏଟ ସେଲ ପକ୍ଷରୁ ଅମରାବତୀରେ ଗୋଟିଏ କାର୍ଯ୍ୟକ୍ରମ ଆୟୋନ କରାଯାଇଥିଲା। ଏଥିରେ ଯୋଗଦେଇ ପାୱାର କହିଛନ୍ତି, “ମୋ ମତ ହେଲା ଆଦାନି ବିବାଦରେ ଜେପିସି ତଦନ୍ତ ସମାଧାନର ରାସ୍ତା ନୁହେଁ। ପୂର୍ବରୁ ମୁଁ କହିଥିଲି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ପୂରା ଘଟଣାର ତଦନ୍ତ କରୁଛନ୍ତି। କିନ୍ତୁ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜେପିସି ତଦନ୍ତ ଦାବି କରୁଛନ୍ତି। ଯଦି ସମସ୍ତେ ଏହା ଚାହୁଁଛନ୍ତି, ତା’ହେଲେ ମୁଁ ଏହାକୁ ବିରୋଧ କରିବି ନାହିଁ। ଏଭଳି ସ୍ଥିତିରେ ମୁଁ ସେମାନଙ୍କ ସହ ଯିବି।“

ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର କିଛି ବିଧାୟକ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ଏନସିପିରେ ବିଜେପି ଫାଟ ସୃଷ୍ଟି କରିବାକୁ ଚାହୁଁଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ଏ ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି, “ଯଦି କେହି ଏମିତି କରୁଛନ୍ତି, ତା’ହେଲେ ଏହା ସେମାନଙ୍କ ରଣନୀତି ଓ ରାଜନୀତି କରିବାର ଶୈଳୀ। ଆମକୁ ଯେମିତି ହେଲେ ଏହା ବିରୋଧରେ ଗୋଟିଏ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ। କିନ୍ତୁ ଆଜିକା ଦିନରେ ଏ ବିଷୟରେ ମତ ରଖିବା ଠିକ ହେବନି। କାରଣ ଆମ ଭିତରେ ଏହାକୁ ନେଇ କୌଣସି ପ୍ରକାରର ଆଲୋଚନା ହୋଇନି।”

Advertisment

ବଞ୍ଚିତ ବହୁଜନ ଅଘାଡ଼ି(ଭିବିଏ) ସହ ମେଣ୍ଟ ସମ୍ପର୍କରେ ଏଯାଏ କୌଣସି ପ୍ରକାରର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିବା ପାୱାର କହିଛନ୍ତି। ସେ କହିଛନ୍ତି, “ପ୍ରକାଶ ଆମ୍ବେଦକର(ଭିବିଏ ସଭାପତି) ମୋ ସହ କୌଣସି ପ୍ରକାରର କଥାବାର୍ତ୍ତା କରି ନାହାନ୍ତି। କିନ୍ତୁ କର୍ଣ୍ଣାଟକା ନିର୍ବାଚନରେ ଆମେ ଏକାଠି ଲଢ଼ିବାକୁ ଗୋଟିଏ ପ୍ରସ୍ତାବ ରହିଛି। ଆମେ ଠିକ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବୁ।”

Sharad Pawar NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe