Advertisment

Sunetra Pawar: ସୁନେତ୍ରା ପାୱାର ଉପ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ବଡ଼ ବୟାନ ଦେଲେ ଶରଦ ପାୱାର

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଖୁବଶୀଘ୍ର ଶପଥ ନେବେ। ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ବୁଧବାର ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Hemant Lenka
Sharad

ସୁନେତ୍ରା ଓ ଶରଦ ପାୱାର (ଫାଇଲ ଫଟୋ)

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଖୁବଶୀଘ୍ର ଶପଥ ନେବେ। ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ବୁଧବାର ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ମହାରାଷ୍ଟ୍ରର କ୍ଷମତାସୀନ ମହାୟୁତି ସରକାରରେ ତାଙ୍କ ପତ୍ନୀ ସୁନେତ୍ରା ଏହି ପଦ ଅଳଙ୍କୃତ କରିବେ।

Advertisment

ତେବେ ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ ହେବା ନିଷ୍ପତ୍ତି ଏନସିପି ନେଇଛି ଓ ପାୱାର ପରିବାର ସହ ଏ ସମ୍ପର୍କରେ କିଛି ବି ଆଲୋଚନା ହୋଇ ନଥିବା ଅଜିତ ପାୱାରଙ୍କ ଦାଦା ତଥା ଏନସିପି(ଶରଦ ପାୱାର) ଗୋଷ୍ଠୀର ମୁଖ୍ୟ ଶରଦ ପାୱାର(Sharad Pawar) କହିଛନ୍ତି। 

ଅଜିତ ପାୱାରଙ୍କ ଉତ୍ତରାଧିକାରୀ ଚୟନରେ ତାଙ୍କୁ କୋଣଠେସା କରାଯାଇଛି କି ପ୍ରଶ୍ନରେ ଶରଦ ପାୱାର କହିଛନ୍ତି ଯେ “ମୁଁ କିଛି ବି ଜାଣିନି।” ସିନିୟର ପାୱାରଙ୍କ ଏପରି ବୟାନ ରାଜନୀତି ଓ ପରିବାର ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିବାର ସଙ୍କେତ ଦେଇଛି।

Advertisment

୨୦୨୩ ଜୁଲାଇ ମାସରେ ଏନସିପି ଦୁଇ ଭାଗ ହୋଇଥିଲା। ଅଜିତ ପାୱାର(Ajit Pawar) ଦାଦା ଶରଦ ପାୱାରଙ୍କ ଠାରୁ ଅଲଗା ହୋଇ ରାଜ୍ୟ ରାଜନୀତିରେ ନିଜସ୍ୱ ରାସ୍ତା ବାଛିଥିଲେ। ସେ ବିଜେପି ଓ ଏକନାଇ ସିନ୍ଦେଙ୍କ ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। 

ଏବେ ଅଜିତଙ୍କ ଦେହାନ୍ତ ପରେ ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିଲେ ହେଁ ଏ ସମ୍ପର୍କରେ ଶରଦ ପାୱାର କିଛି ଜାଣି ନଥିବା କହିଛନ୍ତି। ବାରାମତୀରେ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ଆମେ ଶପଥ ପାଠ ସମ୍ପର୍କରେ କିଛି ବି ଜାଣିନୁ। ଆମେ ଏ ସମ୍ପର୍କରେ ମିଡିଆରୁ ଜାଣିବାକୁ ପାଇଛୁ। ଶପଥ ପାଠ କାର୍ଯ୍ୟକ୍ରମ ସମ୍ପର୍କରେ ମୋର କୌଣସି ଧାରଣା ନାହିଁ।” 

ଡିସେମ୍ବର ୧୨ ଥିଲା ଶରଦ ପାୱାରଙ୍କ ଜନ୍ମ ଦିନ। ସେହି ଦିନ ଅଜିତ ପାୱାର ତାଙ୍କ ଦାଦା ଶରଦଙ୍କୁ ଏନସିପିର ଦୁଇ ଗୋଷ୍ଠୀ ଏକାଠି ହେବାର ଉପହାର ଦେଇ ଥାଆନ୍ତେ। କିନ୍ତୁ ମିଶ୍ରଣ ଆଲୋଚନା ସେହି ସମୟରେ ଚୂଡ଼ାନ୍ତ ହୋଇ ପାରି ନଥିଲା ବୋଲି ଶରଦ ପାୱାରଙ୍କ ଏନସିପିର ନେତା ଅଙ୍କୁଶ କାକଡେ ଶୁକ୍ରବାର କହିଥିଲେ। 

Ajit Pawar Sharad Pawar