Advertisment

Share Certificates: ଘରର ଡଷ୍ଟବିନରୁ ମିଳିଲା କୋଟି କୋଟି ମୂଲ୍ୟର ଶେୟାର କାଗଜପତ୍ର, ଆଣିଲା ଉଭୟ ଖୁସି ଓ ବିବାଦ

ଘରର ଡଷ୍ଟବିନରୁ ମିଳିଛି କୋଟିକୋଟି ଟଙ୍କା ମୂଲ୍ୟରେ ଶେୟାର ପ୍ରମାଣପତ୍ର ଓ ଅନ୍ୟ ଦସ୍ତାବିଜ। ପରିବାର ଚଳାଇବାକୁ କଷ୍ଟ କରୁଥିବା ପରିବାର ଏହି ଖବର ପାଇବା ପରେ ଖୁସି ହୋଇଯାଥିଲେ।

AI

ଏଆଇ ଫଟୋ

Advertisment

ଗାଁରେ ଥିବା ଜେଜେବାପାଙ୍କ ଘରୁକୁ ଜଣେ ବ୍ୟକ୍ତି ସଫା କରୁଥିଲେ। ଏହି ସମୟରେ ଘରର ଡଷ୍ଟବିନରୁ ମିଳିଛି କୋଟିକୋଟି ଟଙ୍କା ମୂଲ୍ୟରେ ଶେୟାର ପ୍ରମାଣପତ୍ର ଓ ଅନ୍ୟ ଦସ୍ତାବିଜ। ପରିବାର ଚଳାଇବାକୁ କଷ୍ଟ କରୁଥିବା ପରିବାର ଏହି ଖବର ପାଇବା ପରେ ଖୁସି ହୋଇଯାଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହି ଶେୟାର କାଗଜପତ୍ର ବିବାଦର କାରଣ ମଧ୍ୟ ସାଜିଛି। 

Advertisment

ଗୁଜରାଟ(Gujarat)ରୁ ଏପରି ଏକ ଖବର ଆସିଛି। ଜେଜେବାପା ଶିବାଜୀ ପଟେଲଙ୍କ ଦେହାନ୍ତ ପରେ ତାଙ୍କ ନାତି ଉନା ସ୍ଥିତ ଘରୁ ଯାଇଥିଲେ। ଏହି ଘରକୁ ପଟେଲ ତାଙ୍କ ନାତିଙ୍କ ନାଁରେ ମୃତ୍ୟୁ ପୂର୍ବରୁ କରି ଦେଇଥିଲେ। ନାତି ଜଣଙ୍କ ଗାଁ ଘରକୁ ସଫା କରୁଥିବା ବେଳେ ହଷ୍ଟବିନରୁ ମିଳିଛି ଶେୟାର ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ।

ସେ ଏହାକୁ ଯାଞ୍ଚ କରିବା ପରେ ପୂରା ସ୍ତବ୍ଧ ହୋଇ ଯାଇଥିଲେ। କାରଣ ଡଷ୍ଟବିନରୁ ମିଳିଥିବା ଶେୟାର କାଗଜପତ୍ରର ମୂଲ୍ୟ ୨.୫ କୋଟି। ଏହାକୁ ପାଇ ସେ ପୂରା ଖୁସି ହୋଇଯିବା ସହ ରାତାରାତି ବଡ଼ ଲୋକ ହେବାର ଆଶା କରିଥିଲେ। 

Advertisment

କିନ୍ତୁ କୋଟିପତି ବନିବାର ଖୁସି ମାତ୍ର କିଛି ସମୟ ପରେ ପାରିବାରିକ ବିବାଦର ରୂପ ନେଇଛି। ଶେୟାର କାଗଜପତ୍ର ଉପରେ ପଟେଲଙ୍କ ନାତି ଓ ପୁଅ ଉଭୟ ମାଲିକାନା ଜାହିରି କରିଛନ୍ତି। ଅର୍ଥାତ ବାପ-ପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। 

ପୂର୍ବରୁ ଶେୟାର ମାଲିକାନା ପାଇଁ ଏପରି ପ୍ରମାଣପତ୍ର ଜାରି କରାଯାଉଥିଲା। ଏହାକୁ ପରବର୍ତ୍ତୀ ଅବସ୍ଥାରେ ଦେଖାଇ ଜଣେ ଟଙ୍କା ପାଇ ପାରିବେ। 

ପ୍ରକୃତ ଉତ୍ତରାଧିକାରୀ କିଏ? 

ଶିବାଜୀ ପଟେଲ ଡ୍ୟୁରେ ଜଣେ ୱେଟର ଭାବେ କାମ କରୁଥିଲେ। ଏହି ହୋଟେଲ ତିଆରି ହେବା ପୂର୍ବରୁ ସମାନ ମାଲିକଙ୍କ ବଙ୍ଗଳାରେ ପଟେଲ ଜଗୁଆଳୀ ଭାବେ କାମ କରୁଥିଲେ। ୱେଟର ଭାବେ କାମ କରିବା ସହ ପଟେଲ ହୋଟେଲ ପରିସରରେ ରହୁଥିଲେ। ତାଙ୍କ ବାପା ଉନାରେ ଚାଷ କାମ କରୁଥିଲେ। ତାଙ୍କ ନାଁରେ ଗୋଟିଏ ଘର ସେଠାରେ ରହିଥିଲେ। ପଟେଲଙ୍କ ପୁଅ ମଧ୍ୟ ଡ୍ୟୁରେ କାମ କରନ୍ତି। 

ପରବର୍ତ୍ତୀ ସମୟରେ ପଟେଲ ନିଜ ନାତିଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଚୟନ କରିବା ଗାଁ ଘରକୁ ତାଙ୍କ ନାଁରେ କରି ଦେଇଥିଲେ। ହେଲେ ଶେୟାର ସମ୍ପର୍କରେ ସେ କିଛି ବି କହି ନଥିଲେ। ପୂର୍ବରୁ ଘରକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ସମସ୍ତଙ୍କ ଫୋକସ ଶେୟାର କାଗଜପତ୍ର ଉପରକୁ ଚାଲି ଆସିଛି।

ପଟେଲଙ୍କ ପୁଅ ଶେୟାର ପ୍ରମାଣପତ୍ର ଉପରେ ତାଙ୍କର ଆଇନଗତ ଅଧିକାର ଥିବା ଦାବି କରିଛନ୍ତି। ସେ ଶିବାଜୀ ପଟେଲଙ୍କ ସିଧାସଳଖ ଉତ୍ତରାଧିକାରୀ ବୋଲି ସେ ଯୁକ୍ତି ରଖିଛନ୍ତି। 

ତେବେ ପଟେଲଙ୍କ ନାତି ତାଙ୍କ ବାପାଙ୍କ କଥାରେ ଏକମତ ହୋଇ ନାହାନ୍ତି। ଘର ଭିତରୁ ପ୍ରମାଣପତ୍ର ମିଳିଥିବାରୁ ଏହା ଉପରେ କେବଳ ତାଙ୍କର ଅଧିକାର ରହିଛି। 
ଏବେ କୋର୍ଟ ହିଁ ସ୍ଥିର କରିବେ ‘କିଏ କୋଟିପତି’ ହେବେ। ନଭେମ୍ବର ୩ରେ ଗୁଜରାଟ ହାଇକୋର୍ଟ ଏହି ବିବାଦର ଶୁଣାଣି କରିବେ ବୋଲି ଜଣାପଡ଼ିଛି। 

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe