Advertisment

'ଶରିୟତ କାଉନସିଲ୍‌ କୋର୍ଟ ନୁହେଁ, ଛାଡ଼ପତ୍ର ପାଇଁ ଲୋଡା ଲିଗାଲ୍‌ ଷ୍ଟାମ୍ପ'

୨୦୧୦ରେ ବିବାହାର କରିଥିବା ମୁସ୍‌ଲିମ ଡାକ୍ତର ଦମ୍ପତିଙ୍କ ତିନି ତଲାକକୁ ନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରି ଏଭଳି କିଛି ବଡ଼ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ।

author-image
Madhupriya Mistry
ଅଦ୍ୟତନ ହୋଇଛି
Madras High Court

Madras High Court

'ଶରିୟତ କାଉନସିଲ୍ କୋର୍ଟ ନୁହେଁ। ଏହା ଏକ ଘରୋଇ ସଂସ୍ଥା। ଛାଡ଼ପତ୍ର ପାଇଁ ଲିଗାଲ ଷ୍ଟାମ୍ପ ଲୋଡା। ପତ୍ନୀ ରାଜି ନଥିଲେ ସ୍ୱାମୀ ଛାଡ଼ପତ୍ର ନେଇପାରିବେ ନାହିଁ। ଯଦି ସ୍ୱାମୀ ଦେଇଥିବା ଛାଡପତ୍ରକୁ ସ୍ତ୍ରୀ ମନା କରୁଛନ୍ତି, ତେବେ ଛାଡପତ୍ର କେବଳ କୋର୍ଟ ମାଧ୍ୟମରେ ହିଁ କରାଯାଇପାରିବ।' ନିକଟରେ ୨୦୧୦ରେ ବିବାହାର କରିଥିବା ମୁସ୍‌ଲିମ ଡାକ୍ତର ଦମ୍ପତିଙ୍କ ତିନି ତଲାକକୁ ନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରି ଏଭଳି କିଛି ବଡ଼ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ।

Advertisment

ଏଥିସହ ତାମିଲନାଡୁର ଶରିୟତ କାଉନସିଲ୍‌ ତରଫରୁ ଜାରି କରାଯାଇଥିବା ଛାଡପତ୍ର ପ୍ରମାଣପତ୍ରକୁ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହାକୁ ବେଆଇନ ବୋଲି ହାଇକୋର୍ଟ ଘୋଷଣା କରିଛନ୍ତି। ଦ୍ୱିତୀୟ ବିବାହ କରି ସାରିଥିବା ସ୍ୱାମୀଙ୍କୁ ପ୍ରଥମ ପତ୍ନୀଙ୍କୁ କ୍ଷତିପୂରଣ ଏବଂ ଭରଣ ପୋଷଣ ଦେବାକୁ ନିମ୍ନ ଅଦାଲତ ଦେଇଥିବା ରାୟକୁ କୋର୍ଟ ବଜାୟ ରଖିଛନ୍ତି।

ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଜି ଆର୍‌ ସ୍ୱାମୀନାଥନ ଏହି ମାମଲାର ଶୁଣାଣି କରି କହିଛନ୍ତି, ଛାଡ଼ପତ୍ର ମାମଲାକୁ ନେଇ କେବଳ ରାଜ୍ୟ ଦ୍ୱାରା ଗଠିତ ଅଦାଲତ ହିଁ ବିଚାର କରିପାରିବେ। ଶରିୟତ କାଉନସିଲ ହେଉଛି ଏକ ଘରୋଇ ସଂସ୍ଥା। ଏହା କୋର୍ଟ ନୁହେଁ ବୋଲି କହିବା ସହ ସ୍ୱାମୀଙ୍କ ଦ୍ୱାରା ଦାଏର ହୋଇଥିବା ରିଭ୍ୟୁ ପିଟିସନକୁ ଖଣ୍ଡନ କରି ଦେଇଛନ୍ତି।

Advertisment

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଶରିୟତ କାଉନସିଲ୍‌ କିମ୍ବା ଏହିପରି କୌଣସି ବେସରକାରୀ ଅନୁଷ୍ଠାନ ଛାଡପତ୍ର ପ୍ରମାଣପତ୍ର ଦେଇପାରିବେ ନାହିଁ। ଯଦି ଛାଡପତ୍ରକୁ ନେଇ ବିବାଦ ଥାଏ, ତେବେ ସ୍ୱାମୀ ଆଇନ ଅନୁଯାୟୀ ଗଠିତ କୋର୍ଟକୁ ଯିବା ଉଚିତ୍। କେବଳ ସେତେବେଳେ ନିଷ୍ପତ୍ତି ନିଆଯାଇପାରେ କି ଛାଡପତ୍ର ପ୍ରକୃତରେ ହୋଇଛି କି ନାହିଁ। ଯେପର୍ଯ୍ୟନ୍ତ କୌଣସି ଅଦାଲତରୁ ଗ୍ରୀନ୍‌ ସିଗ୍‌ନାଲ ବା ଷ୍ଟାମ ପେପର୍‌ରେ ସହମତି ମିଳିନାହିଁ, ସେପର୍ଯ୍ୟନ୍ତ ବିବାହ ସ୍ଥିର ବୋଲି ଧରାଯାଏ ବୋଲି ଜଷ୍ଟିସ୍ ଜିଆର୍‌ ସ୍ୱାମୀନାଥନ କହିଛନ୍ତି।

ଯଦି ସ୍ୱାମୀ ଦ୍ୱିତୀୟ ଥର ବିବାହ କରନ୍ତି ତେବେ ପ୍ରଥମ ପତ୍ନୀ ତାଙ୍କ ସହ ରହିବାକୁ ବାଧ୍ୟ ନୁହନ୍ତି। ମୁସଲିମ ପର୍ସନାଲ ଲ'ରେ ପୁରୁଷମାନଙ୍କୁ ଏକରୁ ଅଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି। ତଥାପି, ଏହା ପ୍ରଥମ ପତ୍ନୀଙ୍କୁ ମାନସିକ ଯନ୍ତ୍ରଣା ଦେଇଥାଏ। ଏଭଳି ପରିସ୍ଥିତିରେ ଏହାକୁ 'ଘରୋଇ ହିଂସା ଅଧିନିୟମ'ର ଧାରା ୩ ଅନୁଯାୟୀ କ୍ରୁରତା ଭାବରେ ଦେଖାଯାଇପାରେ। ଯଦି ପ୍ରଥମ ପତ୍ନୀ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ରାଜି ନୁହଁନ୍ତି, ତେବେ ଧାରା ୧୨ ଅନୁଯାୟୀ ସେ ପୃଥକ ଭାବରେ ରହିବାକୁ ଏବଂ ସ୍ୱାମୀଙ୍କଠାରୁ ରକ୍ଷଣା ବେକ୍ଷଣ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।

୨୦୧୦ରେ ତାମିଲନାଡୁର ମୁସ୍‌ଲିମ ଡାକ୍ତର ଦମ୍ପତି ବିବାହ କରିଥିଲେ। ତେବେ ୨୦୧୮ରେ ପତ୍ନୀ 'ଘରୋଇ ହିଂସା ଆଇନ' ବିଭାଗ ଅଧୀନରେ ଅଭିଯୋଗ କରିଥିଲେ। ଏହାର ଜବାବରେ ସ୍ୱାମୀ ଦାବି କରିଛନ୍ତି ଯେ ସେ ମହିଳାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ସ୍ୱାମୀ ତାମିଲନାଡୁ ମୁସଲିମ ତାହିଦ୍ ଜମାତର ଶରିୟତ କାଉନସିଲର ମୁଖ୍ୟ କାଜିଙ୍କଠାରୁ ଏକ ପ୍ରମାଣପତ୍ର କୋର୍ଟରେ ଉପସ୍ଥାପନ କରିଥିଲେ।

୨୯ ନଭେମ୍ବର ୨୦୧୭ ରେ ଦିଆଯାଇଥିବା ଏହି ସାର୍ଟିଫିକେଟ୍‌ରେ କାଜି ଛାଡପତ୍ରକୁ ସ୍ୱୀକୃତି ଦେଇଥିଲେ। ଏଥିରେ ଛାଡପତ୍ର ହୋଇଛି ବୋଲି ସ୍ୱାମୀଙ୍କ ବାପା ନିଶ୍ଚିତ କରିଥିଲେ। ତେବେ ଏହାକୁ ପ୍ରଥମ ପତ୍ନୀ ମାନି ନଥିଲେ। ଏହାକୁ ନେଇ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା। ତୃତୀୟ ବିଜ୍ଞପ୍ତି ବଦଳରେ ବାପାଙ୍କ ସାକ୍ଷ୍ୟ ଆଧାରରେ ଛାଡପତ୍ରକୁ ମାନ୍ୟତା ମିଳିପାରିବ ନାହିଁବୋଲି ହାଇକୋର୍ଟ କହିଛନ୍ତି।

Triple Talaq Madras High Court Shariat Council