Advertisment

୨୦୧୯ ଜାମିଆ କେସ୍‌ରେ ସର୍ଜିଲ ଇମାମ ଦୋଷମୁକ୍ତ, କିନ୍ତୁ ଜେଲରେ ରହିବେ

୨୦୧୯ ମସିହା ଜାମିଆ ହିଂସା ଘଟଣାରେ ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Sharjeel imam

Sharjeel imam

Advertisment

ଛାତ୍ର ସ୍ୱେଚ୍ଛାସେବୀ ସର୍ଜିଲ ଇମାମଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୯ ମସିହା ଜାମିଆ ହିଂସା ଘଟଣାରେ ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ତାଙ୍କ ସହ ଅନ୍ୟତମ ଛାତ୍ର ନେତା ଆସିଫ ଇକବାଲ ତନହା ମଧ୍ୟ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଜାମିଆ ମାମଲାରେ ସର୍ଜିଲ ଦୋଷମୁକ୍ତ ହୋଇଥିଲେ ହେଁ ତାଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ।

Advertisment

୨୦୧୯ରେ ଜାମିଆ ନଗର ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ୍‌ ସର୍ଜିଲ ଇମାମ ଓ ଆସିଙ୍କୁ ଗିରଫ କରିଥିଲା। କିନ୍ତୁ ଅତିରିକ୍ତ ସେସନ୍ସ କୋର୍ଟ ଜଜ୍‌ ଅରୁଲ ବର୍ମା ଉଭୟଙ୍କୁ ଜାମିଆ ହିଂସା ଘଟଣାରେ ଦୋଷମୁକ୍ତ କରିଛନ୍ତି। ଉଭୟ ହିଂସାରେ ସାମିଲ ଥିବା କୌଣସି ପ୍ରକାରର ପ୍ରମାଣ ପୁଲିସ୍‌ ଉପସ୍ଥାପନ କରିପାରି ନାହିଁ। ତେଣୁ କୋର୍ଟ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ କୋର୍ଟ ନିର୍ଦ୍ଦେଶର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନି।

ଜାମିଆ ଘଟଣାରେ ସର୍ଜିଲ ଦୋଷମୁକ୍ତ ହୋଇଥିଲେ ମଧ୍ୟ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ସେ ଅଭିଯୁକ୍ତ ରହିଛନ୍ତି। ତାଙ୍କ ନାଁରେ ଦଙ୍ଗା ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି। ତେଣୁ ତାଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ। ତାଙ୍କ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। 

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe