Advertisment

ମନମୋହନଙ୍କ ପାଇଁ ସ୍ମାରକସ୍ଥଳ ମାଗିଲା କଂଗ୍ରେସ, ବର୍ଷିଲେ ପ୍ରଣବଙ୍କ ଝିଅ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଶ ପ୍ରତି ମନମୋହନଙ୍କ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଭିନ୍ନ ରୂପେ ଏକ ସ୍ମାରକ ସ୍ଥଳ ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

author-image
Madhupriya Mistry
Sharmista Mukharjee

Sharmista Mukharjee

ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ଗୁରୁବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ଆଜି ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବ। ତେବେ ମନମୋହନ ସିଂହଙ୍କ ପାଇଁ ଭିନ୍ନ ରୂପେ ଏକ ସ୍ମାରକସ୍ଥଳ ତିଆରି କରିବା ପାଇଁ କଂଗ୍ରେସ ଦାବି କରିଛି। ଏହାକୁ ନେଇ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ସେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

Advertisment

ଶର୍ମିଷ୍ଠା କହିଛନ୍ତି ଯେ, ଯେତେବେଳେ ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ୨୦୨୦ରେ ଦେହାନ୍ତ ହୋଇଥିଲା ସେତେବେଳେ କଂଗ୍ରେସ କୌଣସି ଶୋକସଭା ଆୟୋଜନ କରିନଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ବୈଠକ ମଧ୍ୟ ଡ଼କା ଯାଇନଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋଭ ସଭା ଆୟୋଜିତ ହୁଏ ନାହିଁ। ତେବେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ନିରାଧାର ବୋଳି କହିଛନ୍ତି ପ୍ରଣବଙ୍କ ଝିଅ।

ସେ ଆହୁରି କହିଛନ୍ତ ଯେ, 'ମୁଁ ମୋ ବାପାଙ୍କ ହାତ ଲେଖା ଡାଏରୀ ପଢ଼ିଛି। ଏଥିରେ ଯେତେବେଳେ ଭାରତର ପୂର୍ବତନ ରାଷ୍ଟ୍ରପତି କେ ଆର୍‌ ନାରାୟଣଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସିଡବ୍ଲୁସି ତରଫରୁ ବୈଠକ ବସିଥିଲା। ଖୋଦ୍‌ ବାପା ପ୍ରଣବ ମୁଖାର୍ଜୀ ଶୋକ ସନ୍ଦେଶ ପ୍ରସ୍ତୁତ କରିଥିଲେ।'

Advertisment

ଏହାବ୍ୟତୀତ ସିଆର୍‌ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା କାରଣ ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି।

କହିରଖୁ ଯେ, ୯୨ ବର୍ଷ ବୟସରେ ଡଃ ମନମୋହନ ସିଂହଙ୍କ ଦେହାନ୍ତ ହୋଇଛନ୍ତି। ଡିସେମ୍ବର ୨୭ ତାରିଖରେ ଦିଲ୍ଲୀ ସ୍ଥିତ AIIMSରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଶ ପ୍ରତି ମନମୋହନଙ୍କ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଭିନ୍ନ ରୂପେ ଏକ ସ୍ମାରକ ସ୍ଥଳ ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Congress Manmohan Singh Pranab Mukherjee Sharmishtha Mukherjee