Advertisment

ନାମାଙ୍କନ ଦାଖଲ ପାଇଁ ଥିଲା ୧୫ ମିନିଟ୍‌, ହଠାତ୍‌ ଦୌଡ଼ିଲେ ଲୋକସଭା ପ୍ରାର୍ଥୀ

ହାତରେ ଆଉ ମାତ୍ର ୧୫ ମିନିଟ୍‌ ଥିବାରୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ବିଚ୍‌ ବଜାରରେ ଦୌଡ଼ିଲେ ବିଜେପି ଲୋକସଭା ପ୍ରାର୍ଥୀ । ବହୁ ସମୟ ଦୌଡ଼ିବା ପରେ ଶେଷରେ ସେ ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି।

MP Candidate run to file nomination

MP Candidate run to file nomination

Advertisment

ନାମାଙ୍କନ ଦାଖଲ ସମୟ ପାଖେଇ ଆସିଲା। ମାତ୍ର ଅତ୍ୟଧିକ ଭିଡ଼ ଯୋଗୁ ଧାର୍ଯ୍ୟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସମ୍ଭବପର ହେଲାନି। ହାତରେ ଆଉ ମାତ୍ର ୧୫ ମିନିଟ୍‌ ଥିବାରୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ବିଚ୍‌ ବଜାରରେ ଦୌଡ଼ିଲେ ବିଜେପି ଲୋକସଭା ପ୍ରାର୍ଥୀ । ବହୁ ସମୟ ଦୌଡ଼ିବା ପରେ ଶେଷରେ ସେ ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି। ଏପରି ଏକ ରୋଚକ ଘଟଣା ଉତ୍ତରପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି।

Advertisment

ଦେବରିୟା ଲୋକସଭା ଆସନ ପାଇଁ ଶଶାଙ୍କ ମଣି ତ୍ରିପାଠୀ ମଇଦାନରରେ ଅଛନ୍ତି। ଗତକାଲି ନାମାଙ୍କନ ଦାଖଲ ନିମନ୍ତେ ତାଙ୍କ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଅପରାହ୍ନ ୨ଟା୪୫ରୁ ୩ଟା ପର୍ଯ୍ୟନ୍ତ ତାଙ୍କୁ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଥିଲା।

ଏହି ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ଶଶାଙ୍କ ମଣି ଯୋଗ ଦେଇଥିଲେ। ସେଠାରୁ ବାହାରି ସେ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ନିମନ୍ତେ ବାହାରି ପଡ଼ିଲେ।

Advertisment

ମାତ୍ର ଶହେ ମିଟର ଦୂରରେ ପୁଲିସ୍‌ ବ୍ୟାରିକେଡ କରି ସମସ୍ତଙ୍କୁ ରୋକିଦେଲେ। ଏହାପରେ ପୁଲିସ୍‌ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହେଲା।

ଆଉ ମାତ୍ର ହାତରେ ୧୫ ମିନିଟ୍‌ ଥିବାରୁ ଏହାଦେଖି ଶଶାଙ୍କ ମଣି ତ୍ରିପାଠୀ ନିଜର କିଛି ସମର୍ଥକଙ୍କ ସହ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଲାଗିଲେ। ଆଉ ଦୌଡ଼ି ଦୌଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଛନ୍ତି।

ଏନେଇ ପଚରାଯିବାରୁ ଶଶାଙ୍କ ମଣି କହିଛନ୍ତି, ମୁଁ ଜଣେ ଧାବକ । ମୁଁ ଆଇଆଇଟିରେ ପଢ଼ୁଥିବା ବେଳେ ୨ଶହ ଓ ୪ଶହ ମିଟର ଦୌଡ଼ରେ ଗୋଲ୍ଡ ଚାମ୍ପିୟନ ରହି ସାରିଛି। ଦୌଡ଼ିବାକୁ ମୋତେ ମଜା ଲାଗେ। ଗତ କିଛି ବର୍ଷ ଧରି ନିଜ କ୍ଷେତ୍ରରେ ଦୌଡ଼ୁଛି। ଲୋକମାନେ ଚାହିଁଲେ ଆଗାମୀ ୫ ବର୍ଷ ସେମାନଙ୍କ ପାଇଁ ଦୌଡ଼ିବି ।

Bjp Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe