Advertisment

Shashi Tharoor : ‘ବୀର ସାବରକର ସମ୍ମାନ’ ନେବାକୁ ମନା କରିଦେଲେ ଶଶି ଥରୁର

‘ଦ ବୀର ସାବରକର ଅନ୍ତର୍ଜାତୀୟ ଇମ୍ପାକ୍ଟ ଆୱାର୍ଡ ୨୦୨୫କୁ ହାଇ ରେଞ୍ଜ ରୁରାଲ ଡେଭଲପମେଣ୍ଟ ସୋସାଇଟୀ ନାମକ ଗୋଟିଏ ଏନଜିଓ ଦେଇଥାଏ। ସଂସ୍ଥା ପକ୍ଷରୁ ପ୍ରଥମ ବର୍ଷ ହିଁ ସମ୍ମାନ ପାଇଁ ଥରୁରଙ୍କ ନାଁକୁ ଚୟନ କରାଯାଇଥିଲା।

Tharoor

ଶଶି ଥରୁର

Advertisment

ହିନ୍ଦୁବାଦୀ ନେତା ବିନାୟକ ଦାମଦୋର ସାବରକରଙ୍କ ନାଁ ଅନୁସାରେ ନାମିତ ଗୋଟିଏ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ପୂର୍ବରୁ ଥରୁରଙ୍କ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ବୟାନ କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦକୁ ଜନ୍ମ ଦେଇଥିଲା। ଏବେ ସାବରକର ସମ୍ମାନ ପାଇଁ ଥରୁରଙ୍କୁ ଚୟନ କରାଯିବାରୁ କଂଗ୍ରେସ ସହ ତାଙ୍କ ତିକ୍ତତା ବଢ଼ିବାର ଆଶଙ୍କା କରାଯାଉଥିଲା।

Advertisment

 କିନ୍ତୁ ଥରୁର(Shashi Tharoor) ଉକ୍ତ ସମ୍ମାନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଆୟୋଜକମାନେ ବିନା ଆଲୋଚନାରେ ତାଙ୍କ ନାଁକୁ ପୁରସ୍କାର ପାଇଁ ଚୟନ କରିଥିବାରୁ ଏହାକୁ ସେ ନାପସନ୍ଦ କରିଛନ୍ତି।

ପ୍ରଥମେ ସେ ସୋଶାଲ ମିଡିଆରେ ଓ ଏହାପରେ ଗଣମାଧ୍ୟମ ଆଗରେ ଆୱାର୍ଡ ଗ୍ରହଣ କରୁ ନଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ‘ଦ ବୀର ସାବରକର ଅନ୍ତର୍ଜାତୀୟ ଇମ୍ପାକ୍ଟ ଆୱାର୍ଡ ୨୦୨୫କୁ ହାଇ ରେଞ୍ଜ ରୁରାଲ ଡେଭଲପମେଣ୍ଟ ସୋସାଇଟୀ ନାମକ ଗୋଟିଏ ଏନଜିଓ ଦେଇଥାଏ। ସଂସ୍ଥା ପକ୍ଷରୁ ପ୍ରଥମ ବର୍ଷ ହିଁ ସମ୍ମାନ ପାଇଁ ଥରୁରଙ୍କ ନାଁକୁ ଚୟନ କରାଯାଇଥିଲା। 

Advertisment

ଏହି ଆୱାର୍ଡ କାର୍ଯ୍ୟକ୍ରମକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିଁ ଦିଲ୍ଲୀ ସ୍ଥିତ ଏନଡିଏମସି କନଭେନସନ ହଲରେ ଉଦଘାଟନ କରିବେ। ଜାତୀୟ ବିକାଶ, ସାମାଜିକ ସଂସ୍କାର ଓ ମାନବୀୟ ସହାୟତାରେ ପରିବର୍ତ୍ତନ ଧାରା ସୃଷ୍ଟି କରିଥିବା ଲୋକଙ୍କୁ ସଂସ୍ଥା ପୁରସ୍କୃତ କରିବ ବୋଲି ସୂଚନା ଦେଇଛି। 

ଏହି କ୍ରମରେ ‘ବୀର ସାବରକର ସମ୍ମାନ’ ପାଇଁ ଥରୁରଙ୍କ ନାଁ ଚୟନ କରାଯାଇଥିଲା। ଥରୁର କିନ୍ତୁ ଏ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଥିଲେ। ଆୱାର୍ଡ ପାଇଁ ନାଁ ସାର୍ବଜନୀନ କରିବା ପୂର୍ବରୁ ଆୟୋଜକମାନେ ତାଙ୍କ ସହ ଆଲୋଚନା କରି ନଥିବାରୁ ଏହାକୁ ସେ ସମାଲୋଚନା କରିଛନ୍ତି। 

ଥରୁର ସମ୍ମାନ ଗ୍ରହଣ କରିଥିଲେ ଏହା କଂଗ୍ରେସ ପାଇଁ ଅପମାନ ସୂଚକ ହୋଇଥାଆନ୍ତି। କାରଣ ବିଜେପି ଓ ଦକ୍ଷିଣ ପନ୍ଥୀମାନେ ବିନାୟକ ଦାମୋଦରଙ୍କୁ ବୀର ସାବରକର କୁହନ୍ତି। ସେମାନେ ତାଙ୍କୁ ବିପ୍ଳବର ଆଇକନ କହୁଥିବା ବେଳେ କଂଗ୍ରେସ ସବୁବେଳେ ସ୍ୱାଧୀନତା ପ୍ରତି ସେ କେଉଁ ପ୍ରକାରର ଅବଦାନ ଦେଇଥିଲେ ବୋଲି ପ୍ରଶ୍ନ କରି ଆସିଛି। 

ଥରୁର ଯଦିଓ ସିଧାସଳଖ ସାବରକରଙ୍କ ସମ୍ପର୍କରେ କିଛି ବି କହି ନାହାନ୍ତି। କିନ୍ତୁ ତାଙ୍କ ନାଁ ଅନୁସାରେ ଦିଆଯାଉଥିବା ସମ୍ମାନକୁ ଗ୍ରହଣ କରିବା ପାଇଁ ମନେ କରି ଦେଇଛନ୍ତି। 

Shashi Tharoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe