/odisha-reporter/media/post_attachments/uploadimage/library/16_9/16_9_0/Mumbai__1686302300.jpg)
Mumbai
ନିଜର ୩୨ ବର୍ଷୀୟ ଲିଭ ଇନ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ୫୬ ବର୍ଷୀୟ ମନୋଜ ସାଣେ ଏବେ ପୁଲିସ୍ ରିମାଣ୍ଡରେ ଅଛନ୍ତି। ସେ ରବିବାର ଦିନ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡ ସ୍ଥିତି ଫ୍ଲାଟରେ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ।
ଏହାପରେ ସେଗୁଡ଼ିକୁ ପ୍ରେସ କୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମହାରାଷ୍ଟ୍ର ପୁଲିସ୍ ଏହି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଜାଣିବାକୁ ପାଇଥିଲା। ଏହାପରେ ମନୋଜଙ୍କୁ ଗିରଫ କରିଛି।
ପୁଲିସ୍ ମନୋଜଙ୍କ ଘରୁ ସରସ୍ୱତୀଙ୍କ ମୃତଦେହର କିଛି ଅଂଶ ପାଇଥିବା ବେଳେ ଏବେ ବି ଆଉ କିଛି ଗାଏବ ରହିଛି। ହେଲେ ଏସବୁ ଭିତରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ୨୦୧୪ରୁ ଆରମ୍ଭ ହୋଇଥିଲା।
ଏହାପୂର୍ବରୁ ସରସ୍ୱତୀ ଗୋଟିଏ ଅନାଥ ଆଶ୍ରମରେ ରହୁଥିଲେ। ମନୋଜ ତାଙ୍କ ଠାରୁ ବୟସରେ ବହୁତ ବଡ଼ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୫ ବର୍ଷ ହେଲା ଉଭୟ ଲିଭ ଇନରେ ମଧ୍ୟ ରହୁଥିଲେ।
ହେଲେ ସରସ୍ୱତୀ କେବେ ହେଲେ ମନୋଜ ତାଙ୍କ ପ୍ରେମିକ କିମ୍ବା ଲିଭ ଇନ ପାର୍ଟନର ବୋଲି କାହାକୁ କହୁ ନଥିଲେ। ସବୁବେଳେ ମନୋଜ ତାଙ୍କ ମାମୁ ବୋଲି ସେ ସମସ୍ତ ଆଗରେ ପରିଚିତ କରାଇଥିଲେ। ଯେଉଁ ଅନାଥ ଆଶ୍ରମରେ ସରସ୍ୱତୀ ବଡ଼ ହୋଇଥିଲେ ସେଠାକାର ଲୋକମାନେ ମଧ୍ୟ ମନୋଜ ତାଙ୍କ ମାମୁ ବୋଲି ଜାଣିଥିଲେ।
ଅହମଦନଗରରେ ଥିବା ଜନକୀବାଈ ଆପଟେ ବାଳିକାଶ୍ରମରେ ସରସ୍ୱତୀ ଛୋଟଟି ବେଳୁ ରହୁଥିଲେ। ଏହାପରେ ସେ ମନୋଜଙ୍କ ସହ ୫ ବର୍ଷ ହେଲା ଲିଭ ଇନରେ ଥିଲେ। ବାଳିକାଶ୍ରମର ଜଣେ କର୍ମଚାରୀ କହିଛନ୍ତି, “ସରସ୍ୱତୀ ଆମକୁ କହିଥିଲେ ଯେ ସେ ତାଙ୍କ ମାମୁଙ୍କ ସହ ରହୁଛନ୍ତି। ତାଙ୍କ ମାମୁ ମୁମ୍ବାଇରେ ରହୁଥିବାରୁ ସେ ଆଉ ବାଳିକାଶ୍ରମରେ ରହିବେ ନାହିଁ ବୋଲି ଜଣାଇଥିଲେ।
ଏଥିସହ ସେ ମାମୁ ବୋଲି କହୁଥିବା ବ୍ୟକ୍ତି ଜଣଙ୍କ ଜଣେ ବଡ଼ କପଡ଼ା ବ୍ୟବସାୟୀ ଓ ତାଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି ବୋଲି ମଧ୍ୟ ସରସ୍ୱତୀ ଆମକୁ କହିଥିଲେ। ଶେଷଥର ପାଇଁ ୨ ବର୍ଷ ତଳେ ସରସ୍ୱତୀ ବାଳିକାଶ୍ରମକୁ ଆସିଥିଲେ। ଏହି ସମୟରେ ଅତ୍ୟନ୍ତ ଦୁଃଖରେ ଥିବା ତାଙ୍କ ମୁହଁରୁ ଜଣାପଡ଼ିଥିଲା।”
ମନୋଜ ଓ ସରସ୍ୱତୀଙ୍କ ପ୍ରେମ ଗୋଟିଏ ରାସନ ଦୋକାନରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଉଭୟ ପରସ୍ପରକୁ ପ୍ରଥମ ଥର ଦେଖିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ମନୋଜ ଉକ୍ତ ରାସନ ଦୋକାନରେ କାମ କରୁଥିଲେ। ଗିରଫ ମନୋଜ ବାହା ହୋଇ ନଥିଲେ। ବୋରିଭାଲିରେ ତାଙ୍କର ଗୋଟିଏ ଘର ରହିଛି। ସେଠାରେ ତାଙ୍କ ପରିବାର କିଛି ଲୋକ ରୁହନ୍ତି।
ତେବେ ମନୋଜଙ୍କ ସମ୍ପର୍କ ପରିବାର ଲୋକଙ୍କ ସହ ନାହିଁ। ମନୋଜ ଯେଉଁ ରାସନ ଦୋକାନରେ କାମ କରୁଥିଲେ ସେଇଟା ମଧ୍ୟ ବୋରିଭାଲିରେ। ମେ’ ୨୯ରୁ ଉକ୍ତ ଦୋକାନ ବନ୍ଦ ରହିଥିଲା ବୋଲି ମନୋଜ ପୁଲିସ୍କୁ କହିଛନ୍ତି।
ବିଗତ ୫ ବର୍ଷ ହେଲା ମନୋଜ ଓ ସରସ୍ୱତୀ ବିଲଡିଂର ୭୦୪ ନମ୍ବର ରୁମରେ ରହୁଥିଲେ। ତେବେ ସେଠାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସେମାନେ ୫ ବର୍ଷ ହେଲା ଏଠାରେ ରହୁଥିଲେ ମଧ୍ୟ ପଡ଼ୋଶୀଙ୍କ ସହ ଖୁବ କମ ମିଶୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
