Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କେହି ପଚାରିଲେନି! ମୋଦିଙ୍କ ସହ କଥା ହେଲେ, ଶେହବାଜଙ୍କୁ ଅଣଦେଖା କଲେ ପୁଟିନ ଓ ଜିନପିଙ୍ଗ

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ କଥା ହୋଇ ଆଗକୁ ବଢୁଥିଲେ ସେତେବେଳେ ଶେହବାଜ କଣେଇ କଣେଇ ସେମାନଙ୍କୁ ଚାହୁଁଥିଲେ।

Pak

Pak

Advertisment

ଚାଇନାରେ ଚାଲିଥିବା ସଙ୍ଘାଇ କର୍ପୋରେସନ (ଏସ୍‌ସିଓ) ସମ୍ମିଳନୀରେ ପାକିସ୍ତାନ ଏକଘରକିଆ ହୋଇଛି। ଏସସିଓର ଅଂଶବିଶେଷ ଭାବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସମ୍ମିନଳୀରେ ଯୋଗ ଦେଇଥିଲେ ହେଁ ତାଙ୍କୁ କେହି ବି ଗୁରୁତ୍ୱ ଦେଇ ନାହାନ୍ତି। ପାକିସ୍ତାନର ପରମବନ୍ଧୁ ଚାଇନା ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖରେ ପାଇ ଶେହବାଜଙ୍କୁ ଦେଖି ନ ଦେଖିଲା ଭଳି ଅଭିନୟ କରିଛି।

Advertisment

ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକାପଡ଼ି ଯାଇଥିବାର ଏକାଧିକ ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କ ଚାଇନା ପ୍ରତିପକ୍ଷ ସି ଜିନପିଙ୍ଗ ଏସସିଓ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବେଶ ହସଖୁସରେ ଗପ ମାରିଛନ୍ତି। ଏହି ସମୟରେ ଶେହବାଜ ସାଇଡରେ ଛିଡ଼ା ହୋଇଥିଲେ ହେଁ ତାଙ୍କୁ କେହି ବି ପଚାରି ନଥିଲେ।

ସେହିପରି ମୋଦି ଓ ପୁଟିନ୍ କଥା ହୋଇ ଆଗକୁ ବଢ଼ୁଥିବା ବେଳେ ଶେହବାଜ ଶରିଫ ଗୋଟିଏ କୋଣରେ କେବଳ ହାତ ଯୋଡ଼ି ଛିଡ଼ା ହୋଇଥିଲେ। ତାଙ୍କ ସହ ବିଶ୍ୱର କୌଣସି ନେତା କଥା ହୋଇ ନଥିଲେ। ସେ ମଞ୍ଚରେ ଏକାକୀ ଛିଡ଼ା ହୋଇ ଥିବା ବେଳେ ତାଙ୍କ ପାଖରେ କୌଣସି ବିଶ୍ୱସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳି ନଥିଲା।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ କଥା ହୋଇ ଆଗକୁ ବଢୁଥିଲେ ସେତେବେଳେ ଶେହବାଜ କଣେଇ କଣେଇ ସେମାନଙ୍କୁ ଚାହୁଁଥିଲେ। ତଥାପି ଉଭୟ ନେତା ତାଙ୍କ ଆଡ଼କୁ ଚାହିଁ ନଥିଲେ। ସି ଜିନପିଙ୍ଗ ମଧ୍ୟ ଶରିଫଙ୍କୁ ଦେଖି ନ ଦେଖିଲା ଭଳି ହୋଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।

ତିଆନଜିନରେ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବନ୍ଧୁତା ପୂରା ବିଶ୍ୱ ଦେଖିଛି। କିନ୍ତୁ ଶେହବାଜଙ୍କୁ ସମସ୍ତେ କୋଣଠେସା କରିଛନ୍ତି। ସେହିପରି ଏସ୍‌ସିଓ ସମ୍ମିଳନୀ ପରେ ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହି ଆଲୋଚନା ପାଇଁ ଜିନପିଙ୍ଗ ଉପହାରରେ ପୁଟିନଙ୍କୁ ଦେଇଥିବା କାରରେ ସେ ମୋଦିଙ୍କୁ ଧରି ବୈଠକ ସ୍ଥଳକୁ ଯାଇଥିଲେ। ଏହି ସମୟରେ ଦୁଇ ନେତା ପରସ୍ପର ସହ ହସିହସି କଥା ହେଉଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

PM Modi Shebaz Sherief SCO Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe