Advertisment

ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ୍ ହସିନା

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦିଲ୍ଲୀ ଆସିବା ପୂର୍ବରୁ ଭାରତ ସରକାରଙ୍କଠାରୁ ଅନୁମତି ମାଗିଥିଲେ।

ଅଦ୍ୟତନ ହୋଇଛି
S Jaishankar

S Jaishankar

Advertisment

ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ସମୟ ପାଇଁ ଭାରତରେ ରହିବାକୁ ଅନୁମତି ମାଗିଥିଲେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବା ସମୟରେ ଏହି ସୂଚନା ଜେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର। 

Advertisment

ସେ କହିଛନ୍ତି, "ବଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କିଛି ସମୟ ପାଇଁ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଏହି ଆଲୋଚନା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ।"

ଆଜି ବାଂଲାଦେଶରେ ଚାଲିଥିବା ସଙ୍କଟକୁ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ପରେ ଉପର ଗୃହକୁ ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବାଂଲାଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। 

Advertisment

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ଏହାପରେ ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିବା ଖବର ଚର୍ଚ୍ଚା ହୋଇଥିଲା।

ପରବର୍ତ୍ତୀ ସମୟରେ ହସିନା ଦିଲ୍ଲୀର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ। ବର୍ତ୍ତମାନ ସେ ଭାରତର ଏକ ସୁରକ୍ଷିତ ସ୍ଥାନରେ ରହିଛନ୍ତି। ତେବେ ସେ ଭାରତ ଆସିବା ପୂର୍ବରୁ ଏନେଇ ଅନୁମତି ମାଗିଥିବା ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି। 

S Jaishankar Sheikh Hasina Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe