Advertisment

ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ

ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

PM Modi

PM Modi

Advertisment

ବିକ୍ଷୋଭ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ନୂଆଦିଲ୍ଲୀକୁ କହି ଆସୁଛନ୍ତି। ଏପରି ସ୍ଥିତିରେ ଆଜି ଭାରତ ସରକାର ହସିନାଙ୍କ ଭିସା ଅବଧି ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ଭିସା ଅବଧି ଶେଷ ହେବା ଯାଏ ହସିନା ଭାରତରେ ରହିପାରିବେ।

Advertisment

ତେବେ ହସିନାଙ୍କୁ ଭାରତରେ ରାଜନୀତିକ ଆଶ୍ରୟ ଦିଆଯାଇଥିବା ଦାବିକୁ ସରକାରୀ ସୂତ୍ରରେ ଖଣ୍ଡନ କରାଯାଇଛି। ଭିସା ଅବଧି ବୃଦ୍ଧି କରିବାର ଅର୍ଥ ନୁହେଁ ଯେ କାହାକୁ ଶରଣ ଦେବା। ଏହା ସଂପୂର୍ଣ୍ଣ ଭାବେ ଏବେ ବୈଷୟିକ ଅବଧି ବୃଦ୍ଧି। ଏହାକୁ ଆଉ କୌଣସି କ୍ଷେତ୍ର ସହ ଯୋଡ଼ିବାର ଆବଶ୍ୟକ ନଥିବା ଏହି ସୂତ୍ରରେ କୁହାଯାଇଛି।

ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଭୟଙ୍କର ଶିକ୍ଷାର୍ଥୀ ବିକ୍ଷୋଭ ଦେଖାଯାଇଥିଲା। ବିକ୍ଷୋଭ ହିଂସାର ରୂପ ନେବାରୁ ହସିନା ଗୁପ୍ତ ଭାବେ ଭାରତ ଚାଲି ଆସିଥିଲେ। ସେବେଠାରୁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀର କୌଣସି ସେଫ ହାଉସରେ ରହିଛନ୍ତି।

Advertisment

ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

PM Modi Sheikh Hasina Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe