Advertisment

ଦିଲ୍ଲୀରେ ବିଜେପିକୁ ବଡ଼ ଝଟକା: ମେୟର ନିର୍ବାଚନ ଜିତିଲେ ଆପ୍‌ର ଶେଲୀ ଓବରୟ

ଏମସିଡି ନିର୍ବାଚନ ଶେଷ ହେବାର ୭୫ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛନ୍ତି।

Shelly Oberoi

Shelly Oberoi

Advertisment

ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି(ଆପ)। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍‌ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି ନିର୍ବାଚନ ଶେଷ ହେବାର ୭୫ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛନ୍ତି। 

Advertisment

ପୂର୍ବରୁ ୩ଥର ହଟ୍ଟଗୋଳ ଯୋଗୁ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ ହୋଇପାରି ନଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ୧୦ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ସୁପ୍ରିମକୋର୍ଟ ବାରଣ କରିଥିଲେ। ସେମାନେ ମଧ୍ୟ ଆଜି ଭୋଟ ଦେଇ ନାହାନ୍ତି।

ଆଜି ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଓ ଆପ୍‌ର ନବ ନିର୍ବାଚିତ କର୍ପୋରେଟରମାନେ ନାରାବାଜୀ କରିଥିଲେ। ଏହାରି ଭିତରେ ଭୋଟିଂ ହୋଇଥିଲା। ମୋଟ ୨୪୧ ଜଣ କର୍ପୋରେଟର ଭୋଟ ଦେଇଥିଲେ। ଏହବାଦ ଦିଲ୍ଲୀର ୭ ଲୋକସଭା, ୩ ରାଜ୍ୟସଭା ସାଂସଦ ଓ ୧୪ ଜଣ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି। କଂଗ୍ରେସର ୯ ଜଣ କର୍ପୋରେଟର ପୂର୍ବ ନିଷ୍ପତ୍ତି ଅନୁସାରେ ଭୋଟ ଦେଇ ନଥିଲେ। ଶେଷରେ ଆପ୍‌ର ଶେଲୀ ଓବରୟ ୩୪ ଖଣ୍ଡ ଭୋଟ ବ୍ୟବଧାନରେ ମେୟର ନିର୍ବାଚନ ଜିତିଛନ୍ତି।

Advertisment

୨୫୦ ଆସନ ବିଶିଷ୍ଟ ଏମସିଡି ନିର୍ବାଚନରେ ଆପ୍‌ ୧୩୪ଟି ଆସନ ଜିତିଥିବା ବେଳେ ବିଜେପି ୧୦୪ଟି ବାଜିମାତ କରିଥିଲା। ଦୀର୍ଘ ୧୫ ବର୍ଷ ହେଲା ବିଜେପି ଏମସିଡି ନିର୍ବାଚନ ଜିତୁଥିବା ବେଳେ ଏଥର ଆପ୍‌ ଦଳ ଠାରୁ କ୍ଷମତା ଛଡ଼ାଇ ଆଣିଥିଲା।

ଆଜିର ବିଜୟ ପରେ ଆପ୍‌ର ଶେଲୀ ଓବରୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ କରି ଗୁଣ୍ଡା ହାରିଲେ ଓ ଲୋକ ଜିତିଲେ ବୋଲି କହିଛନ୍ତି। ସେହିପରି ଆପ୍‌ ସମର୍ଥକମାନେ ମଧ୍ୟ ବିଜୟ ପରେ ସେଲିବ୍ରେସନ ଆରମ୍ଭ କରିଛନ୍ତି।

Bjp Delhi AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe