Advertisment

କ୍ରିକେଟର ଶିଖର ଧୱନଙ୍କୁ ଘାଣ୍ଟିଲା ଇଡି

ସମନ ପାଇବା ପରେ ଆଜି ଦିନ ପ୍ରାୟ ୧୧ଟା ବେଳେ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଇଡି ଅଫିସରେ ଧୱନ ପହଞ୍ଚିଥିଲେ। ଏହାପରେ ଇଡିର ସ୍ୱତନ୍ତ୍ର ଟିମ ତାଙ୍କୁ ଜେରା ଆରମ୍ଭ କରିଛି।

Dhawan

Dhawan

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ। ବେଆଇନ ବେଟିଂ ଆପ୍‌ ମାମଲାରେ ଧୱନଙ୍କୁ ଜେରା ଆରମ୍ଭ କରିଛି ଇଡି। ବେଆଇନ ବେଟିଂ ଆପ୍‌ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଧୱନଙ୍କୁ ଇଡି ପକ୍ଷରୁ ସମନ କରାଯାଇଥିଲା। ସମନ ପାଇବା ପରେ ଆଜି ଦିନ ପ୍ରାୟ ୧୧ଟା ବେଳେ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଇଡି ଅଫିସରେ ଧୱନ ପହଞ୍ଚିଥିଲେ। ଏହାପରେ ଇଡିର ସ୍ୱତନ୍ତ୍ର ଟିମ ତାଙ୍କୁ ଜେରା ଆରମ୍ଭ କରିଛି।

Advertisment

ବେଆଇନ ବେଟିଂ ଆପ ୧xବେଟ୍‌ର ପ୍ରଚାର ପ୍ରସାର ଧୱନ କରିଥିଲେ। ତେଣୁ ଇଡି ଏବେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଧୱନଙ୍କ ବୟାନ ରେକର୍ଡ କରାଯିବ। ୧xବେଟ୍‌ରେ ଧୱନଙ୍କ ଭୂମିକା କ’ଣ ଥିଲା? ସେ କେତେ ଟଙ୍କା ପାଇଥିଲେ? ସେସବୁ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ଏହାପୂର୍ବରୁ ଗତ ମାସରେ ଅନ୍ୟତମ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ଇଡି ୧xବେଟ୍‌ ଠକେଇ ମାମଲାରେ ଜେରା କରିଥିଲା।

୧xବେଟ୍‌ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଧୱନ ଓ ରାଇନାଙ୍କ ବ୍ୟତୀତ ଅନେକ ଚର୍ଚ୍ଚିତ କ୍ରିକେଟର ଏହି ଆପ୍‌ର ପ୍ରଚାର ପ୍ରସାର କରିଥିଲେ। ଆଗକୁ ସେମାନଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି।

Advertisment

ଭାରତରେ ୧xବେଟ୍‌ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍‌ ସାମିଲ ଥିବା ଇଡି ଜାଣିବାକୁ ପାଇଛି।

ED Raid Shikhar Dhawan Betting APP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe