Advertisment

ହିମାଚଳରେ ବାଦଲଫଟା ବର୍ଷା, ଭାସିଗଲା ୬୦ ଘର, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ହିମାଚଳ ପ୍ରଦେଶ ମୁଖମନ୍ତ୍ରୀ ସିଖବିନ୍ଦର ସିଂହ ସୁଖୁ ପୀଡିତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

author-image
Madhupriya Mistry
Cloud Brust

Cloud Brust

ହିମାଚଳ ପ୍ରଦେଶରେ ପ୍ରକୃତି ତାଣ୍ଡବ ରଚିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେବଳ ପ୍ରବଳ ବର୍ଷା ଓ ମାଟି ଅତଡା ଖସି ୬୦ରୁ ଅଧିକ ଘର ଭାସି ଯାଇଛି।

Advertisment

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି ଯେ ଶିମଲା ଜିଲ୍ଲାର ସମଜେ ଅଞ୍ଚଳ, ରାମପୁର, କୁଲ୍ଲୁର ବାଗିପୁଲ ଅଞ୍ଚଳ ଏବଂ ମାଣ୍ଡିର ପଦ୍ଦାର ଅଞ୍ଚଳରେ ବାଦଲ ଫାଟି ବ୍ୟାପକ ଧ୍ୱଂସ ଘଟାଇଛି।

ଏବେବି ଆହୁରି ୫୩ ଜଣ ନିଖୋଜ ଅଛନ୍ତି ଏବଂ ୮ ଟି ମୃତଦେହ ଉଦ୍ଧାର କରାଯାଇଛି। ୬୦ରୁ ଅଧିକ ଘର ଧୋଇ ହୋଇଯାଇଛି। ବନ୍ୟା ଯୋଗୁଁ ଅନେକ ଗାଁ ବ୍ୟାପକ ରୂପେ ପ୍ରଭାବିତ ହୋଇଛି। NDRF ଏବଂ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି।

Advertisment

ନିଖୋଜ ଲୋକଙ୍କ ମଧ୍ୟରରେ ୧୭ରୁ ୧୮ ଜଣ ମହିଳା ଅଛନ୍ତି। ସେହିପରି ୮ରୁ ୯ ଜଣ ଛୋଟ ଛୁଆ ଥିବା ସୂଚନା ମିଳିଛି। ହିମାଚଳ ପ୍ରଦେଶ ମୁଖମନ୍ତ୍ରୀ ସିଖବିନ୍ଦର ସିଂହ ସୁଖୁ ପୀଡିତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ତିନି ମାସ ପାଇଁ ଭଡା ବାବାଦକୁ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହା ବ୍ୟତୀତ ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଯୋଗାଇ ଦିଆଯିବ ବୋଲି ସିଏମ୍‌ ସୁଖୁ ଘୋଷଣା କରିଛନ୍ତି।

ସେପଟେ ପ୍ରବଳ ବର୍ଷା ଯୋଗୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢ଼ିବାରେ ଲାଗିଛି। ନଦୀ ସ୍ତର ବି ବିଢ଼ ଚାଲିଛି। ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ଆଗକୁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

କହିରଖୁ ଯେ, ବୁଧବାର ରାତିରେ ହିମାଚଳ ପ୍ରଦେଶର ତିନୋଟି ଜିଲ୍ଲା କୁଲ୍ଲ, ମଣ୍ଡି ଓ ଶିମଲାରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍‌ ବନ୍ୟା ଆସିଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଫସି ରହିଥିଲେ। ସେମାନ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।

Himachal Pradesh Cloud Brust