Advertisment

ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା କ୍ଷତିପୂରଣ ଦେବେ ସରକାର

ବିରୋଧୀ ଏହି କ୍ଷତିପୂରଣ ସ୍ୱଳ୍ପ ବୋଲି ଦାବି କରି ବିଧାନସଭାରେ ହଙ୍ଗାମା କରିଛନ୍ତି। ସେମାନେ ଚାଷୀଙ୍କ ପାଇଁ କ୍ୱିଣ୍ଟାଲ ପିଛା ୫୦୦ କିମ୍ବା ୭୦୦ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିବାକୁ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Onion

Onion

Advertisment

‌ଅକ୍ଲାନ୍ତ ପରିଶ୍ରମ କରି ମହାରାଷ୍ଟ୍ରର ଚାଷୀମାନେ ପିଆଜ ଉତ୍ପାଦନ କରିଥିଲେ ମଧ୍ୟ ସେମାନଙ୍କୁ ଉଚିତ ଦାମ ମିଳୁନି। ପିଆଜ ଏତେ କମ ଦାମରେ ବିକ୍ରି ହେଉଛି ଯେ ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉନାହାନ୍ତି। ଏପରି ସ୍ଥିତିରେ କିଛି ଚାଷୀ ନିଜ ଫସଲକୁ ନଷ୍ଟ କରି ଦେଉଥିବା ବେଳେ ଆଉ କିଛି କମ ଦାମରେ ବାଧ୍ୟ ହୋଇ ପିଆଜ ବିକ୍ରି କରୁଛନ୍ତି। ଏହାକୁ ନେଇ ଦିନକୁ ଦିନ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ବିରୋଧରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି।

Advertisment

ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଚେଷ୍ଟା କରିଛନ୍ତି। କ୍ଷତିଗ୍ରସ୍ତ ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା କ୍ଷତିପୂରଣ ବାବଦରେ ୩୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ବିରୋଧୀ ଏହି କ୍ଷତିପୂରଣ ସ୍ୱଳ୍ପ ବୋଲି ଦାବି କରି ବିଧାନସଭାରେ ହଙ୍ଗାମା କରିଛନ୍ତି। ସେମାନେ ଚାଷୀଙ୍କ ପାଇଁ କ୍ୱିଣ୍ଟାଲ ପିଛା ୫୦୦ କିମ୍ବା ୭୦୦ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିବାକୁ ଦାବି କରିଛନ୍ତି। ସେମାନେ ସରକାରଙ୍କ ଘୋଷଣାକୁ ବିରୋଧ କରି ବିଜେପି-ଶିବସେନା ଚାଷୀ ବିରୋଧୀ ବୋଲି ନାରାବାଜୀ କରିଛନ୍ତି। ପିଆଜ ତାତି ଯୋଗୁ ବିଧାନସଭା ବାରମ୍ବାର ମୁଲତବୀ ହେଉଛି।

ବିଜେପି-ଶିବସେନା ସରକାର ପିଆଜ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ଓ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା କରୁ ନଥିବା ବିରୋଧୀ ଦଳ ଗୁଡ଼ିକ ବିଧାନସଭା ଓ ବିଧାନ ପରିଷଦରେ ଅଭିଯୋଗ କରିଛନ୍ତି। ଗୃହରେ ପ୍ରଶ୍ନକାଳ ପୂର୍ବରୁ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜର ମତ ରଖିଥିଲେ। ସେ କହିଛନ୍ତି, ଭଲ ଉତ୍ପାଦନ ଯୋଗୁ ପିଆଜ ଦର ହ୍ରାସ ପାଇଛି। ଅନ୍ୟ ରାଜ୍ୟରେ ମଧ୍ୟ ଉତ୍ପାଦନ ଭଲ ହୋଇଛି। ତେଣୁ ପିଆଜର ଚାହିଦା କମିଛି।

Advertisment

ଖରିଫ ଋତୁରେ ନାଲି ପିଆଜର ଉତ୍ପାଦନ ବିପୁଳ ପରିମାଣରେ ହୋଇଥାଏ। ଚଳିତ ବର୍ଷ ମଧ୍ୟ ପ୍ରବଳ ମାତ୍ରାରେ ଉତ୍ପାଦନ ହୋଇଛି। ରପ୍ତାନୀ ଓ ଘରୋଇ ଚାହିଦା ସମେତ ବିଭିନ୍ନ କାରଣ ପାଇଁ ଦାମ କମିଛି। ସରକାର ସମସ୍ୟାର ସମାଧାନ ପାଇଁ ଗୋଟିଏ କମିଟି ଗଠନ କରିଥିଲେ। ଉକ୍ତ କମିଟି ସ୍ଥିତିକୁ ଯାଞ୍ଚ କରିବା ପରେ କ୍ୱିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ଦେବାକୁ ସୁପାରିସ କରିଥିଲେ। ଆମେ ସବୁ ବେଳେ ଚାଷୀଙ୍କ ସହ ରହିଛୁ। ତେଣୁ ଆମେ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛୁ। ଏହା ଚାଷୀଙ୍କୁ ଆଶ୍ୱସ୍ତି ଦେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଲାସଲଗାଓଁ କୃଷି ଉତ୍ପାଦ ମାର୍କେଟ କମିଟିରେ ପିଆଜ ଦାମ କେଜି ପିଛା ୪ ଟଙ୍କାରୁ ୨ ଟଙ୍କାକୁ ଖସିବାରୁ ଚାଷୀଙ୍କ ସମସ୍ୟା ଆରମ୍ଭ ହୋଇଥିଲା। ଏହାପରେ ପିଆଜି ବିକ୍ରି କରି ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ଉଠାଇବାକୁ ସକ୍ଷମ ହୋଇ ନଥିଲେ।

Maharashtra Govt Farmer Onion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe