Advertisment

ମୁମ୍ବାଇ ହିଟ୍ ଆଣ୍ଡ୍ ରନ୍ ମାମଲା: ରାଜେଶ ଶାହଙ୍କୁ ପଦରୁ ହଟାଇଲା ଶିବସେନା

ପୁଅ ବିରୁଦ୍ଧରେ ଚାଲିଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ରାଜେଶ ଶାହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ।

Rajesh Shah & Mihir Shah

Rajesh Shah & his son Mihir Shah

Advertisment

ରାଜେଶ ଶାହଙ୍କୁ ପଦରୁ ବହିଷ୍କାର କରିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ। ପୁଅ ବିରୁଦ୍ଧରେ ଚାଲିଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ରାଜେଶ ଶାହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ।

Advertisment

ଶିବସେନା ସଚିବ ସଞ୍ଜୟ ମୋର ଏକ ନୋଟିସ୍ ଜାରି କରି ରାଜେଶ ଶାହଙ୍କୁ ଦଳର ଉପନେତା ପଦରୁ ବହିଷ୍କାର କରା ଯାଇଥିବା କହିଛନ୍ତି। ସେ କହିଛନ୍ତି ଯେ, ରାଜେଶ ଶାହଙ୍କୁ ଉପନେତା ପଦରୁ ବାହାର କରାଯାଇଛି। ଆଗକୁ ସେ ଦଳର ସଦସ୍ୟ ଭାବେ କାର୍ଯ୍ୟ କରିବେ।

ପ୍ରକାଶ ଥାଉକି, ଗତ ଶନିବାର ରାଜେଶ ଶାହଙ୍କ ପୁଅ ମିହିରି ଓର୍ଲି ନିକଟରେ ଏକ ଦୁର୍ଘଟଣା ଘଟାଇଥିଲେ। ସେ ଏକ ସ୍କୁଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲେ। ଏଥିରେ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମିହିର ବାରରେ ମଦ ପିଇବା ପରେ ଦ୍ରୁତଗତିରେ ଗାଡ଼ି ଚଲାଉଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। 

Advertisment

ଦୁର୍ଘଟଣା ପରେ ମିହିର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ତାଙ୍କ ବାପା ରାଜେଶଙ୍କୁ ପଚରା ଉଚରା କରିବା ସମୟରେ ସେ ପୁଲିସକୁ ତଦନ୍ତରେ ସହଯୋଗ କରିନଥିଲେ। ଫଳରେ ପୁଲିସ ତାଙ୍କୁ ଏବଂ ଦୁର୍ଘଟଣା ସମୟରେ କାରରେ ଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା। ପରେ ରାଜେଶଙ୍କୁ ଅନ୍ତରୀଣ ଜାମିନ ମିଳିଛି।

ପୁଲିସ ଅଭିଯୋଗ ଅନୁସାରେ, ଦୁର୍ଘଟଣା ଘଟାଇବା ପରେ ରାଜେଶ ଶାହ ପୁଅକୁ ଖସିଯିବାର ବାଟ ବତାଇଥିଲେ। ସେ ତାଙ୍କ ପୁଅକୁ ଡ୍ରାଇଭର ସିଟରେ ନ ବସି ଅନ୍ୟ ସିଟକୁ ପଳାଇ ଯିବାକୁ ପରାମର୍ଶ ଦେଇଥିବା ପୁଲିସ କୋର୍ଟରେ ଅଭିଯୋଗ କରିଥିଲା। 

ଘଟଣାକୁ ତିନି ଦିନ ବିତିବା ପରେ ଗତକାଲି ମିହିରଙ୍କୁ ପୁଲିସ ଗିରଫ କରିଛି। ସେପଟେ ସେ ମଦ ପିଇଥିବା ବାରକୁ ସିଲ୍ କରାଯିବା ପରେ ବୁଲଡୋଜର ଯୋଗେ ଭାଙ୍ଗି ଦିଆଯାଇଛି। ଏପରି ବିବାଦ ମଧ୍ୟରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ରାଜେଶ ଶାହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

BMW Crash Shiv Sena Leader Mumbai Hit And Run Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe