Advertisment

ଶିବସେନାର ସଂସଦୀୟ ନେତା ପଦରୁ ସଞ୍ଜୟ ରାଉତ ଆଉଟ

ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀବ ଧନଖଡଙ୍କୁ ଶିବସେନାର ମୁଖିଆ ସିନ୍ଦେ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି।

Sanjay Raut

Sanjay Raut

Advertisment

ଶିବସେନାର କମାଣ ସମ୍ଭାଳୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ନେତା ପଦରୁ ବିଦା କରିଛନ୍ତି। ତାଙ୍କ ବଦଳରେ ଲୋକସଭା ସାଂସଦ ଗଜାନନ କିରତିକରଙ୍କୁ ଶିବସେନାର ସଂସଦୀୟ ନେତା ଭାବେ ନିଯୁକ୍ତ କରାଯାଇଛି।

Advertisment

ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀବ ଧନଖଡଙ୍କୁ ଶିବସେନାର ମୁଖିଆ ସିନ୍ଦେ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଏଣିକି ଶିବସେନାର ସଂସଦୀୟ ନେତା ଭାବେ ଗଜାନନ କାମ କରିବେ ବୋଲି ସେ ଚିଠିରେ କହିଛନ୍ତି।

ଏହି ନିଷ୍ପତ୍ତି ପରେ ସଂସଦର ତୃତୀୟ ମହଲାରେ ଥିବା ଶିବସେନାର ସଂସଦୀୟ ଅଫିସରେ ଗଜାନନଙ୍କୁ ଦଳୀୟ ସାଂସଦମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି।

Advertisment

ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବା ବେଳେ ୪ ଜଣ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଛନ୍ତି। ନିକଟରେ ନିର୍ବାଚନ କମିଶନ ଶିବସେନାର ପୂରା କମାଣ ସିନ୍ଦେଙ୍କୁ ଦେବା ପରେ ଆଜି ସେ ଉଦ୍ଧବଙ୍କ ଗୋଷ୍ଠୀର ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ନେତା ପଦରୁ ବିଦା କରିଛନ୍ତି। ସଞ୍ଜୟ ରାଉତ ଶିବସେନାର ରାଜ୍ୟସଭା ସାଂସଦ ରହିଛନ୍ତି। 

Uddhav Thackeray Shiv Sena Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe