Advertisment

୭ ଜଣ ମିଶି ଶିବସେନାର ୱାର୍ଡ ସଭାପତିଙ୍କୁ ନିର୍ମମ ଭାବେ ହତ୍ୟା କଲେ

ଜନତା କଲୋନୀର ୱାର୍ଡ ସଭାପତି ଶବିର ଶେଖଙ୍କୁ ୭ ଜଣ ବ୍ୟକ୍ତି ଉଲହାସନଗରରେ ହାଣିବା ସହ ଛୁରୀ ଭୁଷି ହତ୍ୟା କରିଛନ୍ତି।

Shiv Sena

Shiv Sena

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜଣେ ଶଖା ପ୍ରମୁଖ(ୱାର୍ଡ ସଭାପତି)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଜନତା କଲୋନୀର ୱାର୍ଡ ସଭାପତି ଶବିର ଶେଖଙ୍କୁ ୭ ଜଣ ବ୍ୟକ୍ତି ଉଲହାସନଗରରେ ହାଣିବା ସହ ଛୁରୀ ଭୁଷି ହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ ପୂରା ଦୃଶ୍ୟ କଏଦ ହୋଇଛି।

Advertisment

ସିସିଟିଭି ଫୁଟେଜ ଅନୁଯାୟୀ, ୭ ଜଣ ବ୍ୟକ୍ତି ମୁହଁରେ ରୁମାଲ ବାନ୍ଧି ପ୍ରଥମେ ଜନତା କଲୋନୀ ଭିତରେ ପଶିଥିଲେ। ସେମାନଙ୍କ ହାତରେ ମାରଣାସ୍ତ୍ର ରହିଥିଲା। ସେମାନେ ଶବିରଙ୍କ ପାଖରେ ପହଞ୍ଚିବା କ୍ଷଣି ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣିବା ସହ ଛୁରୀ ଭୁଷିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ କହିଛି ଯେ ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଛି। ଶବିରଙ୍କ ସହ ସହରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଶତ୍ରୁତା ରହିଥିଲା। ତେଣୁ ସେ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଇଛି। ଶବିର ଜୁଆ ଖେଳର ନେଟୱର୍କ ଚଳାଉଥିଲେ। ଏଥିପାଇଁ ତାଙ୍କର କିଛି ଲୋକଙ୍କ ସହ ଶତ୍ରୁତା ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି।

Advertisment

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶବିରଙ୍କ ଶବକୁ ଜବତ କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Maharashtra Police Maharashtra Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe