Advertisment

ଇସି ପରେ ଏବେ ଉଦ୍ଧବ ଗୋଷ୍ଠୀଙ୍କୁ ଲାଗିଲା ଟ୍ୱିଟର ଝଟକା

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ।

Shiv Sena

Shiv Sena

Advertisment

ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ପାଇଁ ପୁଣି ଗୋଟିଏ ଖରାପ ଖବର ଆସିଛି। ପ୍ରଥମେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ ଧନୁ-ତୀର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦେଇଥିଲେ। ଏହାକୁ ନେଇ ଛକା ପଞ୍ଝା ଚାଲିଥିବା ବେଳେ ଏବେ ଉଦ୍ଧବ ଗୋଷ୍ଠୀଙ୍କୁ ଟ୍ୱିଟର ଝଟକା ଦେଇଛି। ଉଦ୍ଧବ ଠାକେରଙ୍କ ଶିବସେନା ଗୋଷ୍ଠୀର ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲ୍ୟୁ ଟିକ୍‌କୁ କମ୍ପାନୀ ହଟାଇ ଦେଇଛି।

Advertisment

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ। ସିନ୍ଦେ ଗୋଷ୍ଠୀର ନାଁ ରହିଥିଲା ବାଲାସାହେବଙ୍କ ଶିବସେନା। ଦଳର ଚିହ୍ନ ଦୁଇଟି ଖଣ୍ଡା ଓ ଭାଲା ରହିଥିଲା। ସେହିପରି ଉଦ୍ଧବ ଗୋଷ୍ଠୀର ନାଁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରହିଥିଲା। ଦଳକୁ ମଶାଲ ଚିହ୍ନ ମିଳିଥିଲା। ଏବେ ନିର୍ବାଚନ କମିଶନ ଚିହ୍ନକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣି ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି।

ଏହାପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଟ୍ୱିଟରରେ ନିଜ ଅଫିସିଆଲ ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିଲା। ପୂର୍ବରୁ @ShivSena ଲେଖାଯାଉଥିବା ବେଳେ ଏବେ ଏହାକୁ @ShivSenaUBT_ ଲେଖାଯାଇଛି। ଏହି ପରିବର୍ତ୍ତନ ପରେ ଟ୍ୱିଟର ପକ୍ଷରୁ ଦଳର ଆକାଉଣ୍ଟ ଆଗରେ ଲାଗିଥିବା ବ୍ଲ୍ୟୁ ଟିକ୍‌କୁ ହଟାଇ ଦିଆଯାଇଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୱିକିପେଡିଆରେ ଥିବା ଶିବସେନା ପେଜରେ ଦଳ ସଭାପତି ପଦ ଖାଲି ରହିଥିବା ଦର୍ଶାଯାଇଛି। ସେହିପରି ସାଂସଦ ରାହୁଲ ଶେୱାଲେ ଦଳର ଲୋକସଭା ନେତା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ୱିକିପେଡିଆରେ ସିନ୍ଦେ ଗୋଷ୍ଠୀର ସାଂସଦ ଓ ବିଧାୟକଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦିଆଯାଇଛି।

ଏହାବାଦ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ମିଡିଆ ଟ୍ୱିଟର ହ୍ୟାଣ୍ଡେଲ @ShivsenaComms ମଧ୍ୟ ବ୍ଲ୍ୟୁ ଟିକ୍‌ ହରାଇଛି। ଏହି ଆକାଉଣ୍ଟର ନାଁ @ShivsenaUBTComm ରହିଛି।

ତେବେ ଫେସବୁକରେ ଏବେ ବି ଉଦ୍ଧବ ଗୋଷ୍ଠୀ ଶିବସେନାର ନାଁକୁ ବ୍ୟବହାର କରୁଛନ୍ତି। ତେବେ ଶନିବାର ଠାରୁ ଦଳର ଅଫିସିଆଲ ୱେବସାଇଟ ShivSena.org କାମ କରୁନାହିଁ। ଏହାକୁ ଅପଡେଟ କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି।

Twitter Uddhav Thackeray Shiv Sena Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe