Advertisment

ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।

fire during victory celebrations

fire during victory celebrations

Advertisment

ଶନିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳା ଘୋଷଣା ହୋଇସାରିଛି। ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ପାଳନ ବେଳେ ଘଟିଛି ଅଘଟଣ। ନିଆଁ ଲାଗି ନବନିର୍ବାଚିତ ପ୍ରାର୍ଥୀଙ୍କ ସମେତ ଜଳି ଯାଇଛନ୍ତି କିଛି ମହିଳା।

Advertisment

ମହାରାଷ୍ଟର ଚନ୍ଦ୍ରଗଡ ବିଧାନସଭା ନିର୍ବାଚନ ମଣ୍ଡଳି। ଶନିବାର ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରୁ ଶିବାଜୀ ପାଟିଲ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ତେବେ ତାଙ୍କ ଜିତିବା ପରେ ପାଳନ ହୋଇଥିଲା ବିଜୟ ଉତ୍ସବ। ଏହି ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ମୁତାବକ, ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା କିଛି ମହିଳା ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାଗାଓଁରେ ବିଜୟ ପରେ କିଛି ମହିଳା ଶିବାଜୀ ପାଟିଲଙ୍କ ଆଳତି କରୁଥିଲେ। ଏହି ସମୟରେ ବହୁ ପରିମାଣର ଅବିର ସେମାନଙ୍କ ଆଳତି ପ୍ଲେଟ ଉପରେ କ୍ରେନରୁ ଖସିପଡିଥିଳା। ଏହାପରେ ଅଗ୍ନିକାଣ୍ଡ ଘଟିଥିଲା।

Advertisment

ଏଥିରେ ନବନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀ ଶିବାଜୀ ପାଟିଲଙ୍କ ସମେତ କିଛି ମହିଳା ମଧ୍ୟ ଜଳି ଯାଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କହିରଖୁ ଯେ, ଚନ୍ଦ୍ରଗଡ଼ ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଶିବାଜୀ ପାଟିଲ ଏନସିପି ଅଜିତ ପାୱାର ଏବଂ ଏନସିପି ଶରଦ ପାୱାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ ଉଭୟ ଦଳର ପ୍ରାର୍ଥୀଙ୍କୁ ସେ ମାତ୍‌ ଦେଇ ୨୪୧୩୪ ଭୋଟ୍‌ରେ ଜିତିଛନ୍ତି। ​​

Maharshtra Assembly Election Result Fire During Victory Celebrations Shivaji Patil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe