Advertisment

ପେଟ ଖରାପ ପାଇଁ ଦିଲ୍ଲୀ ଗଲେନି ଶିବକୁମାର

ସନ୍ଧ୍ୟାରେ ଡିକେ ଶିବକୁମାର ମଧ୍ୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥାଆନ୍ତେ। ହେଲେ ଶେଷ ମୁହୂର୍ତ୍ତରେ ସେ ନିଜର ଦିଲ୍ଲୀ ଗସ୍ତ ବାତିଲ କରି ଦେଇଛନ୍ତି। ପେଟ ସମସ୍ୟା ଯୋଗୁ ଶିବକୁମାର ଦିଲ୍ଲୀ ଯିବାକୁ ଅକ୍ଷମ ହୋଇଥିବା କହିଛନ୍ତି।

DK Shivakumar

DK Shivakumar

Advertisment

କର୍ଣ୍ଣାଟକାରେ କଂଗ୍ରେସ ଜିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ସବୁ ବିଧାୟକ ମତ ରଖିଥିଲେ ହେଁ ଡିକେ ଶିବକୁମାର ଓ ସିଦ୍ଦରମୈୟା ଏହି ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି। ଏସବୁ ଭିତରେ ସିଦ୍ଦରମୈୟା ଆଜି ମଧ୍ୟାହ୍ନରୁ ଦିଲ୍ଲୀ ଯାଇଛନ୍ତି।

Advertisment

ସନ୍ଧ୍ୟାରେ ଡିକେ ଶିବକୁମାର ମଧ୍ୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥାଆନ୍ତେ। ହେଲେ ଶେଷ ମୁହୂର୍ତ୍ତରେ ସେ ନିଜର ଦିଲ୍ଲୀ ଗସ୍ତ ବାତିଲ କରି ଦେଇଛନ୍ତି। ପେଟ ସମସ୍ୟା ଯୋଗୁ ଶିବକୁମାର ଦିଲ୍ଲୀ ଯିବାକୁ ଅକ୍ଷମ ହୋଇଥିବା କହିଛନ୍ତି। 

ଦିଲ୍ଲୀ ଗସ୍ତ ବାତିଲ କରିବା ପରେ ଶିବକୁମାର କହିଛନ୍ତି, “ପାର୍ଟି ହାଇକମାଣ୍ଡ ମୋତେ ଦିଲ୍ଲୀ ଡାକିଥିଲେ। କିନ୍ତୁ ମୁଁ ଅସୁସ୍ଥ ଥିବାରୁ ଯାଇ ପାରିନି।” ମୁଖ୍ୟମନ୍ତ୍ରୀ ପଦ ରୂପରେ ହାଇକମାଣ୍ଡ ଜନ୍ମଦିନ ଉପହାର ଦେବେ କି ପ୍ରଶ୍ନରେ ଶିବକୁମାର କହିଛନ୍ତି, “ ଏହା ମୋ ହାତରେ ନାହିଁ। ମୁଁ ସେମାନଙ୍କୁ କେବଳ ଏତିକି କହିଛି ଯେ କର୍ଣ୍ଣାଟକା ପାଇଁ ମୁଁ ସବୁ କିଛି କରିବି। ସୋନିଆ ଗାନ୍ଧି ମୋତେ କହିଥିଲେ ଯେ ମୋ ଉପରେ ତାଙ୍କର ବିଶ୍ୱାସ ଅଛି।

Advertisment

ମୁଁ କର୍ଣ୍ଣାଟକା ପାଇଁ କାମ କରିପାରିବି। ମୁଁ ଏଠାରେ ବସି ମୋର ନିୟମିତ ଦାୟିତ୍ୱ କରୁଛି। ସାଧାରଣ ସୌଜନ୍ୟତା ରହିବା ଦରକାର। ବିଜୟ ପଛରେ କିଏ ସେକଥାକୁ ସ୍ୱୀକାର କରି ସୌଜନ୍ୟତା ଦେଖାଇବା ଉଚିତ। ମୁଁ ବ୍ଲାକମେଲ କରିବି ନାହିଁ। ମୁଁ ସେମିତି ଲୋକ ନୁହେଁ। ସେମିତି କିଛି ଆକଳନ କରନ୍ତୁ ନାହିଁ। ମୋର ନିଜସ୍ୱ ଭାବିବା ଶକ୍ତି ରହିଛି। ମୁଁ ଛୋଟ ପିଲା ନୁହେଁ। ମୁଁ କାହା ପାଲରେ ଫସିବି ନାହିଁ।”

ବର୍ତ୍ତମାନ ଦିଲ୍ଲୀରେ ଥିବା ସିଦ୍ଦରମୈୟା ସେଠାରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ। ସେହିପରି କଂଗ୍ରେସର ୩ ପର୍ଯ୍ୟବେକ୍ଷ ମଧ୍ୟ ସେମାନଙ୍କର ରିପୋର୍ଟ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ।

ଶିବକୁମାର ଏହାପୂର୍ବରୁ କହିଥିଲେ ଯେ “ରବିକାର ୧୩୫ ଜଣ ବିଧାୟକ ସେମାନଙ୍କ ମତାମତ ଦେଇ ସାରିଛନ୍ତି। ସମସ୍ତେ ଧାଡ଼ିକିଆ ସଂକଳ୍ପ ମଧ୍ୟ ପାରିତ କରିଛନ୍ତି। କିଛି ବିଧାୟକ ନିଜସ୍ୱ ମତ ରଖିଛନ୍ତି। ମୋର ଶକ୍ତି ହେଲା ୧୩୫ ବିଧାୟକ। ମୋ ନେତୃତ୍ୱରେ କଂଗ୍ରେସ ୧୩୫ ଆସନ ଜିତିଛି। ଜଣେ ବ୍ୟକ୍ତି ବେଶ ସାହାସ ଦେଖାଇଲେ ସଂଖ୍ୟାଗରିଷ୍ଠତା ମଧ୍ୟ ପାଇବ।

ଏହା ମୁଁ ପ୍ରମାଣ କରି ଦେଖାଇଛି। ଏଇ ୫ ବର୍ଷ ଭିତରେ କ’ଣ ସବୁ ହୋଇଛି, ସେସବୁର ଖୁଲାସା କରିବାକୁ ଚାହୁଁନି। ଯେତେବେଳେ ଆମର ବିଧାୟକମାନେ ଦଳ ଛାଡ଼ୁଥିଲେ ମୁଁ ଆଦୌ ଭାଙ୍ଗି ପଡ଼ି ନଥିଲି। ମୁଁ ସାହାସର ସହ ସବୁ ଉତ୍ତରଦାୟିତ୍ୱ ଗ୍ରହଣ କରିଥିଲି। ମଲ୍ଲିକାର୍ଜୁନ ଖଡଗେ ଜଣେ ବରିଷ୍ଠ ନେତା। ସୋନିଆ ଓ ରାହୁଲ ଗାନ୍ଧିଙ୍କ ବିଶ୍ୱାସ ଆମ ଉପରେ ଅଛି। ଏବେ ମୁଖ୍ୟମନ୍ତ୍ରୀ ପଦର ନିଷ୍ପତ୍ତି ସେମାନେ ନେବେ।”

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe