Advertisment

ଲୋକସଭା ନିର୍ବାଚନ ଲଢ଼ିବେ ଶିବରାଜ, ଭୋପାଳରୁ ପ୍ରଜ୍ଞାଙ୍କୁ ମିଳିଲାନି ଟିକେଟ

ମଧ୍ୟ ପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବା ବେଳେ ୨୪ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

ଅଦ୍ୟତନ ହୋଇଛି
Shivraj Singh Chauhan

Shivraj Singh Chauhan

Advertisment

ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତା’ ଭିତରେ ମଧ୍ୟ ପ୍ରଦେଶର ୨୪ଟି ଆସନ ରହିଛି। ମଧ୍ୟ ପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବା ବେଳେ ୨୪ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କୁ ଦଳ ବିଦିଶାରୁ ଟିକେଟ୍ ଦେଇଛି।

Advertisment

୧୫ ବର୍ଷ ଧରି ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜେପି ଜିତିବା ସତ୍ତ୍ୱେ ତାଙ୍କୁ ଆଉ ମୁଖ୍ୟମନ୍ତ୍ରୀ କରାଯାଇ ନଥିଲା। ସେ ଏବେ ବିଧାୟକ ଅଛନ୍ତି। ସେ ବୁଧନୀ ଆସନରୁ ବିଜୟୀ ହୋଇଥିଲେ।

ଅନ୍ୟପକ୍ଷରେ ବିଦିଶାରୁ ଲୋକସଭା ନିର୍ବାଚନ ଲଢ଼ିବା ଶିବରାଜଙ୍କ ପାଇଁ କିଛି ନୂଆ ନୁହେଁ। ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଓ ୨୦୦୪ରେ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଏହି ଆସନରୁ ବିଜେପି ଟିକେଟରେ ରମାକାନ୍ତ ଭାର୍ଗବ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ରୁ ଏହି ଆସନଟି ବିଜେପି ଅକ୍ତିଆର କରି ରଖିଛି।

Advertisment

ଶିବରାଜ ଲୋକସଭା ଟିକେଟ୍ ପାଇ ଖୁସି ଅଛନ୍ତି। କିନ୍ତୁ ବିଜେପିର ଅନ୍ୟତମ ଜଣାଶୁଣା ନେତ୍ରୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଦଳ ଏଥର ଭୋପାଳରୁ ଟିକେଟ୍ ଦେଇ ନାହିଁ। ତାଙ୍କ ବଦଳରେ ଦଳ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

୨୦୧୯ରେ ପ୍ରଜ୍ଞା ସିଂହ ଠାକୁର ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ। ଭୋପାଳ ଲୋକସଭା ଆସନରେ ବିଜେପି ତରଫରୁ ପ୍ରାର୍ଥୀ ହୋଇ ୮ ଲକ୍ଷ ୬୬ ହଜାର ୪୮୨ ଖଣ୍ଡ ଭୋଟ୍ ପାଇଥିଲେ। ସେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ପରାସ୍ତ କରିଥିଲେ। ଦିଗ୍‌ବିଜୟଙ୍କୁ ୫,୦୧,୬୬୦ଟି ଭୋଟ୍ ମିଳିଥିଲା।

Bjp Shivraj Singh Chauhan Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe