Koustav Bagchi
ଲୋକସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟ୍କା। ଇସ୍ତଫା ଦେଲେ ପଶ୍ଚିମବଙ୍ଗ କଂଗ୍ରେସ ନେତା କୌସ୍ତବ ବାଗଚୀ। ଟିଏମ୍ସି ସହ କଂଗ୍ରେସର ମେଣ୍ଟକୁ ବିରୋଧ କରି ସେ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ବାଗ୍ଚୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଇସ୍ତଫା ଦେବା ସହ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି ବାଗ୍ଚୀ। ସନ୍ଦେଶଖାଲିରେ ଯେଉଁଠି ସ୍ଥାନୀୟ ଟିଏମ୍ସି ନେତା ଜମି ହଡପ କରିବା ସହ ଗାଁର ମହିଳାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗ ହୋଇଛି, ସେଠି କଂଗ୍ରେସର ବରିଷ୍ଠ ନେତା ଚୁପ୍ ରହିଥିବା ସେ ଅଭିଯୋଗ ଆଣିଛନ୍ତି।
ଗତ ବର୍ଷରୁ ହିଁ ଟିଏମ୍ସି ସହ କଂଗ୍ରେସର ମେଣ୍ଟକୁ ନେଇ ବିରୋଧ କରିଥିଲେ ବାଗଚୀ। ସେପ୍ଟେମ୍ବର ମାସରେ ବାଗ୍ଚୀ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ନିକଟରୁ ଏକ ଇ-ମେଲ୍ ପଠାଇଥିଲେ। ପଶ୍ଚିମବଙ୍ଗରେ କଂଗ୍ରେସ ଏକା ନିର୍ବାଚନ ଲଢ଼ିବା ଉଚିତ। ଟଏମ୍ସି ସହ ଦଳର ମେଣ୍ଟକୁ କର୍ମୀମାନେ କେବେ ସ୍ୱୀକାର କରିବେ ନାହିଁ ବୋଲି ସେ ଏହି ଇ-ମେଲ୍ରେ ଉଲ୍ଲେଖ କରିଥିଲେ।
କହିରଖୁ ଯେ, ଗତବର୍ଷ ମାର୍ଚ୍ଚ ମାସରେ ଜାମିନ୍ରୁ ଫେରିବା ପରେ ଟିଏମ୍ସିକୁ ବିରୋଧ କରି କୌସ୍ତବ ବାଗଚୀ ଲଣ୍ଡା ହୋଇଥିଲେ। ଯେତେ ଯାଏଁ ପଶ୍ଚିମବଙ୍ଗରେ ମମତା ସରକାର ରହିବ ସେବେ ଯାଏଁ ସେ ନିଜ ମୁଣ୍ଡରେ ଚୁଟି ଉଠିବାକୁ ଦେବେ ନାହିଁ ବୋଲି ଶପଥ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1709121877.jpg)