Advertisment

ବୁଲିବୁଲି ଛୋଟ ପିଲାଙ୍କୁ ଧରୁଥିଲା, ଦୁଷ୍କର୍ମ କରିବା ପରେ ହତ୍ୟା କରୁଥିଲା ରବୀନ୍ଦ୍ର କୁମାର

ବେଗମପୁରରେ ଜଣେ ୬ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣାରେ ପୁଲିସ୍‌ ତାକୁ ୨୦୧୫ ମସିହା ଜୁଲାଇ ୧୬ରେ ଗିରଫ କରିଥିଲା।

author-image
Hemant Lenka
Delhi

Delhi

ତା’ ନାଁ ରବୀନ୍ଦ୍ର କୁମାର। ହେଲେ କାମ ପୂରା ଜଘନ୍ୟ। ରବୀନ୍ଦ୍ର କୁମାର ନିଜର ଟାର୍ଗେଟ ହାସଲ କରିବାକୁ ଦୈନିକ ୪୦ କିମି ବାଟ ଚାଲିଚାଲି ଅତିକ୍ରମ କରୁଥିଲା। ଏହି ସମୟରେ ତା’ର ଯୌନ ଭୋକକୁ ମେଣ୍ଟାଇବା ପାଇଁ ଛୋଟ ପିଲାଙ୍କୁ ଠାବ କରୁଥିଲା। ସେମାନଙ୍କୁ ଧରି ଦୁଷ୍କର୍ମ କରିବା ପରେ ହତ୍ୟା କରୁଥିଲା।

Advertisment

୨୦୦୮ରୁ ୨୦୧୫ ମଧ୍ୟରେ ସେ ପ୍ରାୟ ୩୦ ଜଣ ପିଲାଙ୍କ ସହ ଏପରି ଭୟଙ୍କର କାଣ୍ଡ ଘଟାଇଥିଲା। ସେ ଦୁଷ୍କର୍ମ ଓ ହତ୍ୟା କରିଥିବା ପିଲାଙ୍କ ମଧ୍ୟରେ ସର୍ବକନିଷ୍ଠଙ୍କ ବୟସ ହେଉଛି ୨ ବର୍ଷ ଓ ବରିଷ୍ଠଙ୍କ ବୟସ ହେଉଛି ୧୨ ବର୍ଷ। ଏହାର ଅର୍ଥ ରବୀନ୍ଦ୍ର କୁମାର ୨ ବର୍ଷରୁ ୧୨ ବର୍ଷ ବୟସର ପିଲାଙ୍କୁ ଟାର୍ଗେଟ କରି ଦୁଷ୍କର୍ମ ପରେ ହତ୍ୟା କରିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସେ ଏପରି କାଣ୍ଡ ଘଟାଇ ଚାଲିଥିଲା।

ନିକଟରେ କୋର୍ଟ ଦ୍ୱାରା ଦଣ୍ଡିତ ହୋଥିବା ରବୀନ୍ଦ୍ର କୁମାର ଗୋଟିଏ ସିଡି ପ୍ଲେୟାରରେ ୨ଟି ସେମି ପର୍ଣ୍ଣ ହରର ଫିଲ୍ମ ଦେଖିବା ପରେ ମାନସିକ ସ୍ତରରେ ପ୍ରଭାବିତ ହୋଇଥିଲା। ଏହାପରେ ସେ ଯୌନ କେଳେଙ୍କାରି କରିବା ସହ ହତ୍ୟା କରିବା ଆରମ୍ଭ କରିଥିଲା।

Advertisment

କାମ କରି ସନ୍ଧ୍ୟାରେ କ୍ଲାନ୍ତ ହୋଇ ଫେରୁଥିବା ଶ୍ରମିକମାନଙ୍କ ପିଲାମାନଙ୍କୁ ରବୀନ୍ଦ୍ର କୁମାର ଟାର୍ଗେଟ କରୁଥିଲା। ପିଲାମାନଙ୍କ ବାପା ମା’ ଝୁପୁଡ଼ିରେ ଶୋଇଗଲା ପରେ ଶିକାର କରିବା ପାଇଁ ବାହାରୁ ଥିଲା ରବୀନ୍ଦ୍ର। ସେ ରାତି ୮ଟାରୁ ୧୨ଟା ମଧ୍ୟରେ ଝୁପୁଡ଼ିରେ ରହୁଥିବା ପିଲାମାନଙ୍କୁ ୧୦ ଟଙ୍କିଆ ନୋଟ କିମ୍ବା ମିଠା ଦେଖାଇ ପ୍ରଲୋଭିତ କରୁଥିଲା। ଏହାପରେ ସେ ତାଙ୍କୁ କୌଣସି ନିଛାଟିଆ ସ୍ଥାନ କିମ୍ବା ବିଲଡିଂକୁ ନେଇ ଦୁଷ୍କର୍ମ କରୁଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାମାନଙ୍କୁ ରବୀନ୍ଦ୍ର କୁମାର ଧରା ପଡ଼ିଯିବା ଭୟରେ ହତ୍ୟା କରି ଦେଉଥିଲା।

୨୦୧୫ରେ ଯେତେବେଳେ ରବୀନ୍ଦ୍ରକୁ ୨୪ ବର୍ଷ ବୟସ ହୋଇଥିଲା ସେ ଗିରଫ ହୋଇ ତିହାର ଜେଲ ଯାଇଥିଲା। ସେବେଠାରୁ ସେ ଜେଲରେ ହିଁ ରହିଛି। ଆଡିସିନାଲ କମିଶନର ବିକ୍ରମଜିତ ସିଂହ ଡିସିପି ଥିବା ବେଳେ କୁମାର ଗିରଫ ହୋଇଥିଲା। ତାକୁ ଜେରା କରିବା ବେଳେ ମିଳିଥିବା ତଥ୍ୟ ଶୁଣି ପୁଲିସ ପୂରା ସ୍ତବ୍ଧ ହୋଇଯାଇଥିଲା।

ସେ ତା’ ଅପରାଧର ପୂରା ତଥ୍ୟ ଦେବା ସହ ତା’ର ଶିକାର ହୋଇଥିବା ସମସ୍ତଙ୍କୁ ମନେ ମଧ୍ୟ ରଖିଥିଲା ବୋଲି ଶ୍ରୀ ସିଂହ କହିଛନ୍ତି। ବିକ୍ରମଜିତ ଦୀର୍ଘ ବର୍ଷ ଧରି ଏହି ମାମଲା ସହ ଜଡ଼ିତ ଥିଲେ। ବେଗମପୁର ପୁଲିସ୍‌ ଷ୍ଟେସନରେ ୨୦୧୫ରେ ଇନସ୍ପେକ୍ଟର ଭାବେ କାମ କରୁଥିବା ପୂର୍ବତନ ଏଏସ୍‌ପି ଜଗମିନ୍ଦର ସିଂହ ଦାହିୟା ଓ ତାଙ୍କ ଟିମ ରବୀନ୍ଦ୍ର କୁମାରକୁ ହିଁ ଗିରଫ କରିଥିଲେ।

ଶ୍ରୀ ଦାହିୟା ମଧ୍ୟ ଜେରା ବେଳେ ରବୀନ୍ଦ୍ର କୁମାର କହିଥିବା କଥାକୁ ମନେ ରଖିଛନ୍ତି। ଯେଉଁ ଝିଅମାନେ ଦୁଷ୍କର୍ମକୁ ବିରୋଧ କରି ରବୀନ୍ଦ୍ର କୁମାରକୁ ହଇରାଣ କରୁଥିଲେ, ସେମାନଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ହିଁ ସେ ହତ୍ୟା କରୁଥିଲା। ସେ ଅଧିକାଂଶ ଗ୍ରାମୀଣ ଓ ଗିରବ ଶ୍ରେଣୀର ଛୋଟ ଝିଅମାନଙ୍କୁ ଟାର୍ଗେଟ କରୁଥିଲା। ତେଣୁ ସେ ଦୀର୍ଘଦିନ ଧରି ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିବାକୁ ସକ୍ଷମ ହୋଇଥିଲା ବୋଲି ସେ କହିଛନ୍ତି।

ରବୀନ୍ଦ୍ର କୁମାରର ବାପା ୟୁପିର କାସଗଞ୍ଜରେ ଦିନ ମଜୁରିଆ ଭାବେ କାମ କରନ୍ତି। ପରବର୍ତ୍ତୀ ଅବସ୍ଥାରେ ସେ ପାଇପ ମିସ୍ତ୍ରୀ ହୋଇଥିଲେ। ତା’ ମା’ ପର ଘରେ କାମ କରନ୍ତି। ୬ଷ୍ଠ ଶ୍ରେଣୀରୁ ପାଠ ଛାଡ଼ିବା ପରେ ରବୀନ୍ଦ୍ର କୁମାର ଶ୍ରମିକ ଭାବେ କାମ ଆରମ୍ଭ କରିଥିଲା। ସେ କାମ କରିବା ବେଳେ ଅଭଦ୍ର କାମ ପ୍ରତି ମନବଳାଇଥିଲା।

ଶ୍ରୀ ଦାହିୟାଙ୍କ କହିବା କଥା ଯେ ପୁଲିସ୍‌ ଜଣେ ୬ ବର୍ଷ ଝିଅର ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଥିଲା। ଏହି ସମୟରେ ଶୁଖବୀର ନଗର ବସ ଷ୍ଟାଣ୍ଡ ନିକଟରୁ ରବୀନ୍ଦ୍ର କୁମାରକୁ ଗିରଫ କରାଯାଇଥିଲା। ବିଭିନ୍ନ ପ୍ରକାରର ସର୍ଭେଲାନ୍ସ ଓ ସିସିଟିଭି ଫୁଟେଜକୁ ଆଧାର କରି ଏପରି ଗିରଫଦାରୀ କରାଯାଇଥିଲା।

ସେ ବେଗମପୁରରୁ ମଧ୍ୟ ଜଣେ ନାବାଳକକୁ ଅପହରଣ କରି ଗଳାକାଟି ସେପ୍ଟିକ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲା। ୨୦୧୪ରେ ଏଥିପାଇଁ ତାକୁ ଗିରଫ କରାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଜାମିନରେ ଖଲାସ ହୋଇଥିଲା।

ବେଗମପୁରରେ ଜଣେ ୬ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣାରେ ପୁଲିସ୍‌ ତାକୁ ୨୦୧୫ ମସିହା ଜୁଲାଇ ୧୬ରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଥିବା ବେଳେ ତା’ କଳା କାରନାମା ସାମ୍ନାକୁ ଆସିଛି। ମେ’ ୬ରେ ରୋହିଣୀ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ସପ୍ତାହ ପରେ ତା’ ବିରୋଧରେ ଦଣ୍ଡବିଧାନ କରାଯିବ।

ଯେଉଁ ସବୁ ଅଞ୍ଚଳରେ ବିଲଡିଂ ତିଆରି ହେଉଥିଲା ସେଠାରେ ରବୀନ୍ଦ୍ର କୁମାର ପହଞ୍ଚି ଯାଉଥିଲା। ଦିନ ତମାମ ସେଠାରେ ବସି ମଦ ପିଉଥିଲା। ସନ୍ଧ୍ୟା ହେବା ମାତ୍ରେ ସେ ନିଜର ଯୌନ ଲାଳସାକୁ ପୂର କରିବା ପାଇଁ ଛୋଟ ପିଲାଙ୍କୁ ଖୋଜିବା ଆରମ୍ଭ କରୁଥିଲା। ସେମାନଙ୍କୁ ଠାବ କରି ଦୁଷ୍କର୍ମ କରିବା ପରେ ହତ୍ୟା କରୁଥିଲା। ୨୦୦୮ରେ ସେ କେରଳରେ ଜଣେ ଛୋଟ ଝିଅକୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଥିଲା।

ଏହି ମାମଲାରେ ସେ ଗିରଫ ନ ହେବାରୁ ତା’ର ସାହାସ ବଢ଼ି ଯାଇଥିଲା। ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲା। ସେ ଦିଲ୍ଲୀ-ଏନସିଆର ସମେତ ବଦାଉଁ, ବାବା ହରିଦାସ କଲୋନୀ, ବେଗମପୁର, କାଞ୍ଝୱାଲା ଓ ହାଥରସକୁ ରବୀନ୍ଦ୍ର କୁମାରର ଅପରାଧିକ ଚେର ଲମ୍ବିଛି।

୨୦୧୧ରେ ସେ ମୁଣ୍ଡକା ଓ କାଞ୍ଝାୱାଲାରେ ଦୁଇଟି ଅପରାଧ ଘଟାଇଥିବା ସ୍ୱୀକାର କରିଛି। ୨୦୨୧ରେ ସେ ଆଲିଗଡ଼ରେ ନିଜର ସମ୍ପର୍କୀୟଙ୍କ ବାହାଘର କାର୍ଯ୍ୟକ୍ରମକୁ ଯାଇଥିଲା। ଏହି ସମୟରେ ଦୁଇ ଜଣ ୧୪ ବର୍ଷୀୟ ଝିଅଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ହେଲେ ତାକୁ ସଫଳତା ମିଳି ନଥିଲା। 

ସେ ନିଜର ଟାର୍ଗେଟକୁ ପାଇବା ପାଇଁ ସବୁବେଳେ ଅଲଗା ରାଜ୍ୟକୁ ଚାଲିଚାଲି ଯାଇଥାଏ। ବେଳବେଳେ ସେ ବସ୍‌ରେ ଯିବା ଆସିବା ମଧ୍ୟ କରେ। ସେ କୌଣସି ଗୋଟିଏ ସ୍ଥାନରେ ବାରମ୍ବାର ଅପରାଧ ଘଟାଏ ନାହିଁ। ୨୦୧୫ରେ ହୋଇଥିବା ତଦନ୍ତ ବେଳେ ରବୀନ୍ଦ୍ର କୁମାର ପୁଲିସ୍‌କୁ ପ୍ରାୟ ୧୫ଟି ସ୍ଥାନ ବୁଲାଇ ଦେଖାଇଥିଲା। ଏହି ସବୁ ସ୍ଥାନରେ ସେ ଛୋଟ ପିଲାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା।

Delhi Stop Rape