Advertisment

ସିଦ୍ଦରମୈୟାଙ୍କ ବିରୋଧରେ ପାଟି ଫିଟାଇ ଶିକ୍ଷକ ହିନସ୍ତା

ସାନ୍ଥା ମୂର୍ତ୍ତିଙ୍କ ଏକ ଫେସବୁକ୍‌ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Teacher

Teacher

Advertisment

ନୂଆ କରି ଶାସନ ଭାର ସମ୍ଭାଳିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଙ୍କ ସରକାରଙ୍କ ବିରୋଧରେ ପାଟି ଫିଟାଇବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। କର୍ଣ୍ଣାଟକାରେ କଂଗ୍ରେସ ନିଜ ଇନିଂସ ଆରମ୍ଭ କରୁ କରୁ ଏହାକୁ ସମାଲୋଚନା କରି ନିଲମ୍ବିତ ହୋଇଛନ୍ତି ଶିକ୍ଷକ ଜଣଙ୍କ। ଏହି ଶିକ୍ଷକଙ୍କ ନାଁ ସାନ୍ଥା ମୂର୍ତ୍ତି।

Advertisment

ସାନ୍ଥା ମୂର୍ତ୍ତିଙ୍କ ଏକ ଫେସବୁକ୍‌ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ପୋଷ୍ଟରେ ସିଦ୍ଦରମୈୟା ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଥିଲେ ଯେ ମାଗଣାରେ ବାଣ୍ଟିବା ବ୍ୟତୀତ ଆଉ କିଛି କରିପାରିବେନି ଏ ସରକାର। 

ଏହାବାଦ୍ ସାନ୍ଥା ମୂର୍ତ୍ତି ଏହି ଫେସବୁକ୍‌ ପୋଷ୍ଟରେ ବିଭିନ୍ନ ମୁଖ୍ୟମନ୍ତ୍ରୀ ନିଜ ଶାସନ କାଳରେ କରିଥିବା ଋଣ ସମ୍ପର୍କରେ ବି ଉଲ୍ଲେଖ କରିଛନ୍ତି। ତାଙ୍କ ପୋଷ୍ଟ ଅନୁଯାୟୀ, ଏସ୍‌ ଏମ୍‌ କ୍ରିଷ୍ଣା ମୁଖ୍ୟମନ୍ତ୍ରୀ ଥିବା ବେଳେ ୩,୫୯୦ କୋଟି ଟଙ୍କା ଋଣ କରିଥିଲେ। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ଥିବା ଧରମା ସିଂ ୧୫,୬୩୫ କୋଟି, ଏଚଡି କୁମାରସ୍ୱାମୀ ୩,୫୪୫ କୋଟି, ବିଏସ୍‌ ୟେଦୁରୁପ୍ପା ୨୫,୬୫୩ କୋଟି, ଡିଭି ସଦାନନ୍ଦ ଗୌଡ଼ା ୯,୪୬୪ କୋଟି, ଜଗଦୀଶ ଶେଟ୍ଟାର ୧୩,୪୬୪ କୋଟି ଓ ସିଦ୍ଦରମୈୟା ୨,୪୨,୦୦୦ କୋଟି ଟଙ୍କା ଋଣ କରିଛନ୍ତି। 

Advertisment

ଜଣେ ସରକାରୀ କର୍ମଚାରୀ ହିସାବରେ ବିଭିନ୍ନ ସରକାରର ଋଣ ବିଷୟରେ ଫେସବୁକ୍‌ରେ ପୋଷ୍ଟ କରି ସାନ୍ଥା ମୂର୍ତ୍ତି ଆଇନ ଉଲ୍ଲଘଂନ କରିଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Congress Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe