Advertisment

ଅଶାନ୍ତ ହେଲା ହଲଦ୍ୱାନୀ, ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଆସନ୍ତାକାଲି ହଲଦ୍ୱାନୀର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Violence

Violence

ଉତ୍ତରାଖଣ୍ଡର ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ବିଗିଡ଼ି ଯାଇଛି ଆଇନ ଶୃଙ୍ଖଳା ସ୍ଥିତି। ଦେଖିବା ମାତ୍ରେ ଗୁଳି କରିବାକୁ ପୁଲିସ୍‌କୁ ଦିଆଯାଇଛି ନିର୍ଦ୍ଦେଶ।

Advertisment

ଆଜି ସେଠାରେ ଏକ ବେଆଇନ ମଦ୍ରାସାକୁ ଭାଙ୍ଗିବା ପାଇଁ ସରକାରୀ ଅଧିକାରୀମାନେ ଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦେଇଛନ୍ତି ଏହି ନିର୍ଦ୍ଦେଶ। ତା’ ସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହଲଦ୍ୱାନୀର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  

ବେଆଇନ ମଦ୍ରାସା ଭାଙ୍ଗିବାକୁ ଯାଇଥିବା ପ୍ରଶାସନିକ ଟିମ୍ ଓ ପୁଲିସ୍ ଉପରକୁ ଆଖପାଖରେ ରହୁଥିବା ଲୋକେ ପଥର ମାଡ଼ କରିଥିଲେ। ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼। ଦୂରରୁ ଥାଇ ଲୋକେ ପଥର ଫିଙ୍ଗି ଥିଲେ। ପରେ ପରେ ସେମାନେ ସେଠାରେ ଥିବା ଗାଡ଼ିମୋଟରଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗୋଟିଏ ପୁଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ।

Advertisment

ଲୋକଙ୍କ ପଥର ମାଡ଼ରେ ୫୦ରୁ ଅଧିକ ପୁଲିସ୍ କର୍ମଚାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଟ୍ରାନ୍ସଫର୍ମରରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଫଳରେ କିଛି ଅଞ୍ଚଳ ଅନ୍ଧକାର ହୋଇଯାଇଛି।   

Madrassa