Advertisment

ପୋଷା କୁକୁର ଭୁକିବାରୁ ଫୁଟିଲା ଗୁଳି, ଟଳି ପଡ଼ିଲେ ୨ ଜଣ

ପଡ଼ୋଶୀଙ୍କ ଉପରକୁ ପୋଷା କୁକୁର ଭୁକିବାରୁ ହେଲା ତୁମୁଳ କାଣ୍ଡ। ଏହି ଘଟଣାକୁ ନେଇ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିବା ପଡ଼ୋଶୀ ହଠାତ୍‌ ଫାୟାରିଂ କରିବାକୁ ପଛାଇଲେ ନାହିଁ । ଏଥିରେ ପୋଷା କୁକୁର ରଖିଥିବା ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

author-image
Niharika Rout
Firing

ପଡ଼ୋଶୀଙ୍କ ଉପରକୁ ପୋଷା କୁକୁର ଭୁକିବାରୁ ହେଲା ତୁମୁଳ କାଣ୍ଡ। ଏହି ଘଟଣାକୁ ନେଇ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିବା ପଡ଼ୋଶୀ ହଠାତ୍‌ ଫାୟାରିଂ କରିବାକୁ ପଛାଇଲେ ନାହିଁ । ଏଥିରେ ପୋଷା କୁକୁର ରଖିଥିବା ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ ଗତକାଲି ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି।

Advertisment

ଇନ୍ଦୋରଠୁ ଶହେ କିମି ଦୂରରେ ସ୍ଥିତ ଗୋଲା ଗୁଥନ ଗ୍ରାମର ଗୋଦରା ଓ ଦେଦାଧ ପରିବାର ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଛି । ଗତକାଲି ସକାଳେ ରାଜେଶ ଗୋଦରା ନିଜ ପୋଷା କୁକୁରକୁ ଧରି ମର୍ଣ୍ଣିଂ ୱାକ୍‌ କରୁଥିଲେ। ସେ ମର୍ଣ୍ଣିଂ ୱାକ୍‌ ସାରି ଫେରୁଥିବା ବେଳେ ତାଙ୍କ କୁକୁର ପଡ଼ୋଶୀ ଘର ଆଡ଼କୁ ଅନାଇ ଭୁକିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ଘଟିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଦେଦାଧ ପରିବାର ସଦସ୍ୟ ଗୋଦରା ପରିବାର ସଦସ୍ୟଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ରାଜେଶ ଗୋଦରା ଓ ମେଡିକାଲ ଯିବା ବାଟରେ କୈଳାସ ଗୋଦରା ନାମକ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆଉ ଜଣେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି।

Advertisment

ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କ ପରିବାରର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆହୁରି ୫ ଜଣ ଫେରାର ଥିବା ଜଣାଯାଇଛି।

ଏହି ଗୁଳିକାଣ୍ଡରେ କୈଳାସ ଗୋଦରାଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଭାରତୀୟ ଜନତା ୟୁବା ମୋର୍ଚ୍ଚାର ଜିଲ୍ଲା ସଭାପତି ଅନୀଲ ଗୋଦରାଙ୍କ ପିତା ବୋଲି ଜଣାଯାଇଛି। ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ପରିବାରର ବେଆଇନ ଭାବେ ନିର୍ମିତ କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି।

Madhya Pradesh Pet Dog Tension Situation Firing