Advertisment

କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ କି? କ’ଣ କହିଲେ ସୁପ୍ରିମକୋର୍ଟ

କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିବା ପରଠାରୁ ବିରୋଧୀ ବିଜେପି ତାଙ୍କ ଇସ୍ତଫା ମାଗି ଚାଲିଛି। ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାହାନ୍ତି।

Kejriwal

Kejriwal

Advertisment

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଜାମିନ ମିଳିବା ସତ୍ତ୍ୱେ କେଜ୍ରିୱାଲ ଜେଲରୁ ବାହାରି ପାରିବେ ନାହିଁ। କାରଣ ସେ ଏବେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାରରେ ରହିଛନ୍ତି।

Advertisment

କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିବା ପରଠାରୁ ବିରୋଧୀ ବିଜେପି ତାଙ୍କ ଇସ୍ତଫା ମାଗି ଚାଲିଛି। ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାହାନ୍ତି। କୋର୍ଟରେ ମଧ୍ୟ ଆଜି ଶୁଣାଣି ବେଳେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଦରକାର କି ନାହିଁ, ସେକଥା ଉଠିଥିଲା। ହେଲେ କୋର୍ଟ ଏହା ଉପରେ କୌଣସି ପ୍ରକାର ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ଜଣେ ନିର୍ବାଚିତ ନେତା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏହି ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଏହାର ପ୍ରଭାବ ମଧ୍ୟ ରହିଛି। ଆମେ କୌଣସି ନିର୍ଦ୍ଦେଶ ଦେଉ ନାହୁଁ।

Advertisment

ଏଥିସହ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପଦ ଛାଡ଼ିବାକୁ କୋର୍ଟ କହିପାରିବେ କି ନାହିଁ, ତା’କୁ ନେଇ ମଧ୍ୟ ଆମେ ଦ୍ୱନ୍ଦ୍ୱରେ ରହିଛୁ। ନିର୍ବାଚିତ ପ୍ରତିନିଧି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଭାବେ କାମ କରିପାରିବେ ନାହିଁ ବୋଲି ଆମେ କହିପାରିବୁ ନାହିଁ। କିନ୍ତୁ ଆମେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଏହାର ନିଷ୍ପତ୍ତି ଛାଡ଼ୁଛୁ।”

ଗିରଫ ହେବା ଦିନ ଠାରୁ ବିଜେପି ବାରମ୍ବାର କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ଚାଲିଛି। ହେଲେ ଆପ୍‌ ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ଷଡ଼ଯନ୍ତ୍ର ରହିଛି ଓ କେଜ୍ରିୱାଲ ଏଯାଏ ଦୋଷୀ ସାବ୍ୟସ୍ତ ହୋଇ ନଥିବାରୁ ଇସ୍ତଫା ଦେବେ ନାହିଁ ବୋଲି କାଉଣ୍ଟର କରିଛି।

ଏହାବାଦ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ କେଜ୍ରିୱାଲଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦାବିରେ ଏକାଧିକ ପିଆଇଏଲ ମଧ୍ୟ ସୁପ୍ରିମକୋର୍ଟରେ ଆଗତ କରାଯାଇଛି।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe