Advertisment

କୋଲକାତା ହରର: ସିବିଆଇ ଉପରେ ରାଗିଲେ କୋର୍ଟ, କହିଲେ- କ’ଣ ସଞ୍ଜୟ ରୟକୁ ଜାମିନ ଦେଇଦେବି?

ଓକିଲଙ୍କ ଅନୁପସ୍ଥିତିରେ ଯୋଗୁ କୋର୍ଟର ବିଚାରପତି ଘଟଣା ମୁଖ୍ୟ ଅଭିଯୁକ୍ତକୁ ସଞ୍ଜୟ ରୟକୁ ଜାମିନ ଦେଇଦେବି କି ବୋଲି ପ୍ରଶ୍ନ କରିଛନ୍ତି। ସିବିଆଇକୁ କୋର୍ଟ ଭର୍ତ୍ସନା କରିଛନ୍ତି ।

Sanjoy

Sanjoy

Advertisment

କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ। ଶୁଣାଣି ବେଳେ ସିବିଆଇର ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ରହିବା ଓ ଧାର୍ଯ୍ୟ ସମୟର ୪୦ ମିନିଟ ପରେ ତଦନ୍ତକାରୀ ସଂସ୍ଥାର ଓକିଲ ଆସିବା ଘଟଣାକୁ ତୀବ୍ର ନାପସନ୍ଦ କରିଛନ୍ତି କୋର୍ଟ।

Advertisment

ଓକିଲଙ୍କ ଅନୁପସ୍ଥିତିରେ ଯୋଗୁ କୋର୍ଟର ବିଚାରପତି ଘଟଣା ମୁଖ୍ୟ ଅଭିଯୁକ୍ତକୁ ସଞ୍ଜୟ ରୟକୁ ଜାମିନ ଦେଇଦେବି କି ବୋଲି ପ୍ରଶ୍ନ କରିଛନ୍ତି। ସିବିଆଇକୁ କୋର୍ଟ ଭର୍ତ୍ସନା କରିଛନ୍ତି ଓ ଏହା ଅଳସୁଆ ପଣର ଉଦାହରଣ ବୋଲି ବି କହିଛନ୍ତି।

ଏପରି ଘଟଣା କ୍ଷମତାସୀନ ଟିଏମସିକୁ କୋଲକାତା ହରର ତଦନ୍ତ କରୁଥିବା ସିବିଆଇ ଓ ବିଜେପିକୁ ସମାଲୋଚନା କରିବାର ସୁଯୋଗ ଦେଇଛି। ଟିଏମସି କହିଛି ଯେ ନ୍ୟାୟକୁ ରଫଦଫା କରିବାକୁ ସିବିଆଇ ଉଦ୍ୟମ କରୁଛି।

Advertisment

ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କରିଥିବା ଜାମିନ ଆବେଦନର ଶୁଣାଣି ସେଆଲଦା କୋର୍ଟର ମାଜିଷ୍ଟ୍ରେଟ କରିଥିଲେ। ତେବେ ଶୁଣାଣି ସମୟରେ ସିବିଆଇର ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ରହିଥିଲେ।

ସଞ୍ଜୟର ଓକିଲ ଜାମିନ ପାଇଁ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ପାମେଲା ଗୁପ୍ତାଙ୍କୁ କୁହାଯାଇଥିଲା ଯେ ସିବିଆଇ ଓକିଲ ବିଳମ୍ବରେ ଆସିବେ। ଓକିଲଙ୍କୁ ଅପେକ୍ଷା କରାଯାଥିବା ବେଳେ ମାଜିଷ୍ଟ୍ରେଟ କହିଥିଲେ ଯେ “ସଞ୍ଜୟ ରୟକୁ କ’ଣ ମୁଁ ଜାମିନ ଦେଇଦେବି? ଏପରି ଆଭିମୁଖ୍ୟ ସିବିଆଇର ଆଳସ୍ୟପଣକୁ ଦର୍ଶାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସିବିଆଇ ଓକିଲ ପ୍ରାୟ ୪୦ ମିନିଟ ବିଳମ୍ବରରେ ପହଞ୍ଚିଥିଲେ। ଏହାର କାରଣ ମଧ୍ୟ ସେ କୋର୍ଟଙ୍କୁ ଜଣାଇଥିଲେ। ଏହାପରେ ଶୁଣାଣି ଆରମ୍ଭ ହୋଇଥିଲା। ଦୁଇ ପକ୍ଷଙ୍କୁ ଶୁଣିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ସଞ୍ଜୟ ରୟକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

ଘଟଣା ଉପରେ ପ୍ରତିକ୍ରିୟା ଦେଇ ଟିଏମସି ନେତା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, “କୋର୍ଟ କ୍ଷୁବ୍ଧ ହୋଇଥିଲେ, ଅପେକ୍ଷା କରିଥିଲେ। ତଥାପି କେହି ଆସି ନଥିଲେ। ଆମେ ପଚାରିବାକୁ ଚାହୁଁଛି, କ’ଣ ଚାଲିଛି? କାହିଁକି ବିରୋଧୀ ଏହା ଉପରେ ପ୍ରତିକ୍ରିୟା ଦେଉ ନାହାନ୍ତି?

ସିବିଆଇ ୨୪ ଦିନ ଓ ୫୭୦ ଘଣ୍ଟାରୁ ଅଧିକ ସମୟ ହେଲାଣି ତଦନ୍ତ କରୁଛି। କିନ୍ତୁ ଏହାର ରେଜଲ୍ଟ କ’ଣ? ପୂରା ଦେଶ ଏକଥା ପଚାରୁଛି। ଏଥିରୁ ଜଣାପଡ଼ୁଛି ଯେ ସିବିଆଇ ଘଟଣାକୁ ଆଦୌ ଗୁରୁତ୍ୱର ସହ ନେଉ ନାହିଁ।”

ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମ ଭିତରୁ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ କୋଲକାତା ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରିଛି।

Kolkata Police Kolkata Doctor Rape And Murder Case Sanjoy Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe