Advertisment

ଛାଡ଼ିଲା ‘ଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍’

ଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍ ଶୁଭାରମ୍ଭ ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତି।

ଅଦ୍ୟତନ ହୋଇଛି
Shri Jagannath Yatra Train

Shri Jagannath Yatra Train

Advertisment

ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତି। କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁ ଭାଷାକୁ ମଣିଷ ତିଆରି କରିଛି। ମହାପ୍ରଭୁ ତାଙ୍କ ପ୍ରସାଦ ଭାବେ ଓଡ଼ିଆ ଭାଷାକୁ ତାଙ୍କ ଭକ୍ତମାନଙ୍କୁ ଦେଇଛନ୍ତି। ସେଥିପାଇଁ ଓଡ଼ିଆ ଭାଷା ଏତେ ମିଠା। ଆଜି ‘ଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍’ ଶୁଭାରମ୍ଭ ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।

Advertisment

ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡି, ରେଳ ବୋର୍ଡ ଚେୟାରମ୍ୟାନ୍, କେନ୍ଦ୍ର ପର୍ଯ୍ୟଟନ ବିଭାଗ ସଚିବ, ରେଳ ବୋର୍ଡ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଟ୍ରେନ ୮ ଦିନିଆ ଯାତ୍ରାରେ ବାହାରିଛି। ଯାତ୍ରୀମାନେ ଏହା ଜରିଆରେ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଓଡିଶାର ପ୍ରସିଦ୍ଧ ତୀର୍ଥସ୍ଥାନ ଦେଇ ଯାତ୍ରା କରିବେ।

ଏହାର ପ୍ରଥମ ରହଣି ହେବ ବାରାଣାସୀ ଠାରେ। ଏଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ଓ ଏଠାରେ ବିକାଶ ହୋଇଥିବା କରିଡର ପରିଦର୍ଶନ କରିବେ, ପରେ ଗଙ୍ଗା କୂଳରେ ଆରତୀ ଦେଖିବେ। ଏହାପରେ ଟ୍ରେନ୍ ଝାଡଖଣ୍ଡର ପ୍ରସିଦ୍ଧ ବୈଦ୍ୟନାଥ ଧାମ ମନ୍ଦିରରେ ପହଞ୍ଚିବ। ସେଠାରୁ ଏହା ପୁରୀ ଯାତ୍ରା କରିବ।

Advertisment

ପୁରୀରେ ଯାତ୍ରୀମାନେ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ପରେ ବସ୍ ଯୋଗେ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପର୍ଶୁରାମ ଓ ରାମେଶ୍ୱର ମନ୍ଦିର ହୋଇ ଉଦୟଗିରି ଗୁମ୍ଫା ଯିବେ।

ସେଠାରୁ ବାହାରି ପର୍ଯ୍ୟଟକମାନେ ବିହାରର ଗୟା ଟ୍ରେନ୍‌ ଯୋଗେ ଯିବେ। ଏହା ଯାତ୍ରୀଙ୍କ ପାଇଁ ଶେଷ ପର୍ଯ୍ୟଟନସ୍ଥଳୀ ଭ୍ରମଣ ହେବ। ଏଠାରେ ବିଷ୍ଣୁପଦ ମନ୍ଦିର ଦର୍ଶନ କରିବେ। ଭକ୍ତମାନେ ଯାତ୍ରାର ଅଷ୍ଟମ ଦିନ ଫେବ୍ରୁଆରି ପହିଲାରେ ଦିଲ୍ଲୀ ଫେରିଯିବେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବିଭିନ୍ନ ଧାର୍ମିକ ସ୍ଥଳ ଭ୍ରମଣ ନିମନ୍ତେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସର୍କିଟ ଟ୍ରନ୍ ଆରମ୍ଭ ହୋଇଥିଲା। ଏବେ ଜଗନ୍ନାଥ ଧାମକୁ ହୋଇଛି। ମହାପ୍ରଭୁଙ୍କ ଡାକରା ନ ଆସିଲେ ତାଙ୍କ ଦର୍ଶନ ଭକ୍ତଙ୍କୁ ମିଳେନି। ଏବେ ସମସ୍ତେ ଏକାବେଳେ ବିଭିନ୍ନ ସ୍ଥାନକୁ ଯାଇ ଠାକୁର ଦର୍ଶନ କରିବାର ସୁଯୋଗ ପାଇବେ। ଦିଲ୍ଲୀରେ ଗୋଟିଏ ଦିନ ହୋଟେଲରେ ରହିବାରେ ଯେତିକି ଟଙ୍କା ଖର୍ଚ୍ଚ ସେତିକି ଟଙ୍କା ଖର୍ଚ୍ଚରେ ଯାତ୍ରୀମାନେ ସମସ୍ତ ସ୍ଥାନ ବୁଲି ଆସିବେ। ଏହା ସହ ସେମାନଙ୍କୁ ରହିବା, ବୀମା ସୁବିଧା ମଧ୍ୟ ମିଳିବ। କରୋନା ପରେ ଲୋକଙ୍କ ଉତ୍କଣ୍ଠା ଏହି ଯାତ୍ରା ଜରିଆରେ ସଫଳ ହେବ। ବୁଲିବା ବେଳେ ବିଭିନ୍ନ ସ୍ଥାନର ସଂସ୍କୃତି ବିଷୟରେ ଜାଣିବେ ଓ ହାତ ତିଆରି ଜିନିଷ କିଣିବାର ସୁଯୋଗ ପାଇବେ। ମହାପ୍ରଭୁଙ୍କ ପ୍ରସାଦ ନେଇ ଟ୍ରେନ୍‌ ଯୋଗେ ଆରାମରେ ଫେରି ପାରିବେ। ଏହି ଯାତ୍ରାକୁ ଭାଗିରଥିଙ୍କ ଭଳି ରୂପ ଦିଆଯାଇଛି। ଯାତ୍ରୀଙ୍କ ଚାହିଦା ବଢ଼ିଲେ ଆଗକୁ ଏହି ଟ୍ରେନ୍ ଯାତ୍ରାକୁ ପ୍ରତି ଦେଢ଼ରୁ ୨ ମାସରେ ଥରେ କରିଯିବ ବୋଲି ସେ କହିଥିଲେ।ୟ

ସେହିପରି ସେ ଅତିଥିଙ୍କୁ ଭବ୍ୟ ସତ୍କାର ନିମନ୍ତେ ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଛନ୍ତି।

Odisha Tourism Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe