Advertisment

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମସଜିଦରେ ସର୍ଭେକୁ ମିଳିଲା ହାଇକୋର୍ଟଙ୍କ ଅନୁମତି

ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ଯାଞ୍ଚ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।

ଅଦ୍ୟତନ ହୋଇଛି
Mathura Krishna Janmabhoomi

Mathura Krishna Janmabhoomi

Advertisment

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆଜି ବିଚାର କରି ମସଜିଦରେ ସର୍ଭେ କରାଇକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Advertisment

ଆହ୍ଲାବାଦ ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏ ଉପରେ ବିଚାର କରି ସର୍ଭେକୁ ଅନୁମତି ଦେଇଛନ୍ତି। ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ ଏନେଇ ସୂଚନା ଦେଇଛନ୍ତି। ଶାହି ଇଦଗାହ ମସଜିଦ ପକ୍ଷ ଓକିଲଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅନୁମତି ଦେଇଥିବା ସେ କହିଛନ୍ତି। 

ହିନ୍ଦୁ ପକ୍ଷ ଦାବି ଅନୁସାରେ, ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନର ୧୩.୩୭ ଏକର ଜମିରେ ଏକ ମନ୍ଦିର ଭାଙ୍ଗି ଇଦଗାହ ମସଜିଦ ନିର୍ମାଣ କରାଯାଇଛି। ମୋଗଲ ଶାସନ ସମୟରେ ଔରଙ୍ଗଜେବଙ୍କ ଦ୍ୱାରା ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା। ଏହି ମାମଲାର ମୂଳ ମକଦ୍ଦମା ହାଇକୋର୍ଟରେ ବିଚାରାଧୀନ ଅଛି।

Advertisment

ଏ ଉପରେ ହାଇକୋର୍ଟରେ ପ୍ରାୟ ୧୭ ଟି ମକଦ୍ଦମା ବିଚାରାଧୀନ ରହିଛି, ଯେଉଁଥିରେ ମୁଖ୍ୟ ଆବେଦନ କରାଯାଇଛି ଯେ, ମସଜିଦ ଥିବା ବିବାଦୀୟ ଜମିର ଯାଞ୍ଚ କରାଯାଉ ଏବଂ ସେଠାରୁ ମସଜିଦକୁ ହଟାଯାଉ। ହିନ୍ଦୁ ପକ୍ଷଙ୍କ ଦାବି ଅନୁସାରେ, ମସଜିଦରେ ପଦ୍ମଫୁଲ ଏବଂ ନାଗ ଫଣା ଚିହ୍ନ ରହିଛି। ସମସ୍ତ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ମସଜିଦର ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି। 

Allahabad High Court Shri Krishna Janmabhoomi Case Shahi Idgah Complex Krishna Janmabhoomi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe