Advertisment

ଟିଭି, ମୋବାଇଲ ଦେଖିବାକୁ ଆକଟ କଲେ ବାପାମା’, କୋର୍ଟରେ ପହଞ୍ଚିଗଲେ ପୁଅଝିଅ

ଘରର କଳି ଏବେ କୋର୍ଟ ରୁମ୍‌ରେ ପହଞ୍ଚି। ବାପାମା’ ଟିଭି, ମୋବାଇଲ ଦେଖିବାକୁ ମନା କରିବାରୁ କୋର୍ଟରେ ପହଞ୍ଚିଛନ୍ତି ଭାଇଭଉଣୀ।

author-image
Niharika Rout
Mobile

Mobile

ପିଲାମାନେ ଟିଭି, ମୋବାଇଲ ଦେଖିଲେ ବାପାମା’ ଆକଟ କରିବା ସାଧାରଣ କଥା। ଏପରିକି ଅଧିକ ଅଝଟ କଲେ ବାପାମା’ ନିଜ ଛୁଆଙ୍କୁ ମାରଧର ମଧ୍ୟ କରିଥାନ୍ତି। ଏହା ପ୍ରାୟତଃ ପ୍ରତି ଘରର କଳି । କିନ୍ତୁ ଘରର କଳି ଏବେ କୋର୍ଟ ରୁମ୍‌ରେ ପହଞ୍ଚି। ବାପାମା’ ଟିଭି, ମୋବାଇଲ ଦେଖିବାକୁ ମନା କରିବାରୁ କୋର୍ଟରେ ପହଞ୍ଚିଛନ୍ତି ଭାଇଭଉଣୀ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଘଟିଛି।

Advertisment

ଅଭିଯୋଗକାରୀଦ୍ୱୟ ହେଲେ ୨୧ ବର୍ଷୀୟା ଯୁବତୀ ଓ ତାଙ୍କ ୮ ବର୍ଷର ଭାଇ । ୨୦୨୧ ମସିହାରେ କୋଭିଡ ଲକ୍‌ଡାଉନ୍‌ ବେଳେ ବାପାମା’ ଏହି ଭାଉଭଉଣୀଙ୍କୁ ମୋବାଇଲ ଓ ଟିଭି ଦେଖିବାକୁ ଦେଉ ନ ଥିଲେ। ଏଥିରେ ଅତିଷ୍ଠ ହୋଇ ସେମାନେ ମଧ୍ୟପ୍ରଦେଶର ଚନ୍ଦନ ନଗର ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ କରିଥିଲେ। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଏହା ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ଏହାକୁ କୋର୍ଟକୁ ପଠାଇଥିଲେ।

ଏହି ମାମଲାକୁ ଖାରଜ କରିବା ନିମନ୍ତେ ପିତାମାତା ମଧ୍ୟପ୍ରଦେଶ ହାଇକୋର୍ଟରେ ଅପିଲ୍‌ କରିଛନ୍ତି। ଏପରି ମାମଲାକୁ କୋର୍ଟକୁ ଟାଣିବା ପରିବର୍ତ୍ତେ ଘରେ ଏହାର ସମାଧାନ ବାହାର କରିବାକୁ ତତ୍ପର ଥିବା ଆବେଦନକାରୀ ଅଜୟ ଚୌହାନଙ୍କ ଓକିଲ ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି।

Advertisment

ଏହି ମାମଲାରେ କୌଣସି ଆଇନଗତ ପଦକ୍ଷେପ ନ ନେବାକୁ ସେ କୋର୍ଟଙ୍କ ନିକଟରେ ଅପିଲ୍‌ କରିଛନ୍ତି। ଏହି ମାମଲାକୁ ହାଇକୋର୍ଟ ଟ୍ରାଏଲ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ଏହି ମାମଲାର ଶୁଣାଣି ହେବ ।

Madhya Pradesh