Advertisment

୧୮ ବର୍ଷ ପରେ ହଜିଲା ଭାଇକୁ ପାଇଲା ଭଉଣୀ: ଇନଷ୍ଟା ରିଲ୍ସ ଓ ସେହି ଭଙ୍ଗା ଦାନ୍ତ

ଗୋଟିଏ ଇନଷ୍ଟା ରିଲ୍ସ ଓ ଅଧା ଭଙ୍ଗା ଦାନ୍ତ ବେଶ ନାଟକୀୟ ଢଙ୍ଗରେ ଭାଇ ଭଉଣୀଙ୍କୁ ଏକାଠି କରି ଦେଇଛି।

author-image
Hemant Lenka
Insta

Insta

ଦୀର୍ଘ ୧୮ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଭଉଣୀ ପାଖକୁ ଫେରିଛି ହଜିଲା ଭାଇ। ଗୋଟିଏ ଇନଷ୍ଟା ରିଲ୍ସ ଓ ଅଧା ଭଙ୍ଗା ଦାନ୍ତ ବେଶ ନାଟକୀୟ ଢଙ୍ଗରେ ଭାଇ ଭଉଣୀଙ୍କୁ ଏକାଠି କରି ଦେଇଛି। ଉତ୍ତର ପ୍ରଦେଶର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ହାତୀପୁର ଗାଁରେ ରୁହନ୍ତି ରାଜକୁମାର। ସେ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିବା ବେଳେ ତାଙ୍କ ନଜର ଗୋଟିଏ ଭିଡିଓ ଉପରେ ପଡ଼ିଥିଲା। ଭିଡିଓରେ ଥିବା ଚେହେରା ତାଙ୍କୁ ବେଶ ନିଜର ନିଜର ଲାଗି ଥିଲା। ଭିଡିଓରେ ଥିବା ଯୁବକ ଜଣଙ୍କ ଜୟପୁର। ତାଙ୍କ ଦାନ୍ତ କିନ୍ତୁ ଭଙ୍ଗା। ସେହି ଭଙ୍ଗା ଦାନ୍ତ ରାଜକୁମାରୀଙ୍କୁ ବିଚଳିତ କରିଥିଲା।

କାରଣ ୧୮ ବର୍ଷ ତଳେ ହଜି ଯାଇଥିବା ଭାଇ ବାଲ ଗୋବିନ୍ଦଙ୍କର ମଧ୍ୟ ପିଲାବେଳେ ସମାନ ଢଙ୍ଗରେ ଗୋଟିଏ ଦାନ୍ତ ଅଧା ଭାଙ୍ଗି ଯାଇଥିଲା। ରାଜକୁମାରୀ ଉକ୍ତ ଯୁବକଙ୍କ ବିଷୟରେ ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ।

Advertisment

୧୮ ବର୍ଷ ତଳେ ଗାଁର କିଛି ଯୁବକଙ୍କ ସହ ଗୋବିନ୍ଦ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଫେରି ନଥିଲେ। ମୁମ୍ବାଇରେ ପହଞ୍ଚିବା ପରେ ସେ ଗାଁ ସାଥୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ସେ ଗୋଟିଏ ଭିନ୍ନ ସ୍ଥାନରେ ରହି କାମ କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସାଙ୍ଗମାନଙ୍କ ଯୋଗାଯୋଗରେ ରହିଥିଲେ। କିନ୍ତୁ ଧୀରେଧୀରେ ସେ ଆଉ କାହା ସହ ଯୋଗାଯୋଗ କରି ନଥିଲେ। ତାଙ୍କ ସହ ମୁମ୍ବାଇ ଯାଇଥିବା ଅନ୍ୟ ଯୁବକମାନେ ଘରକୁ ଫେରିଥିଲେ। ହେଲେ ଗୋବିନ୍ଦ ଫେରି ନଥିଲେ।

ସମୟ ସହିତ ଜୀବନର ମୋଡ ବଦଳିଥିଲା। କାମ କରିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଗୋବିନ୍ଦ। ଏଥିପାଇଁ ସେ ଟ୍ରେନ ଟିକେଟ କରି ଗାଁକୁ ବାହାରିଥିଲେ। ହେଲେ ସେ ବସିଥିବା ଟ୍ରେନ କାନପୁର ବଦଳରେ ତାଙ୍କୁ ନେଇ ଯାଇଥିଲା ରାଜସ୍ଥାନର ଜୟପୁରକୁ।

ଅସୁସ୍ଥ ଅବସ୍ଥାରେ ଥିବା ଗୋବିନ୍ଦଙ୍କ ଦେଖା ରେଳ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। ସେ ସୁସ୍ଥ ହେବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଗୋଟିଏ ଫ୍ୟାକ୍ଟ୍ରୀରେ କାମ ଯୋଗାଇ ଦେଇଥିଲେ।

ଧୀରେଧୀରେ ସେ ସୁସ୍ଥ ହୋଇଥିଲେ ଓ ଜୟପୁରରେ ପୁଣି ଗୋଟିଏ ନୂଆ ଜୀବନ ଆରମ୍ଭ କରିଥିଲେ। ସେଠାରେ ସେ ଈଶ୍ୱର ଦେବୀ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ମଧ୍ୟ ରହିଛନ୍ତି। ସମୟ ସୟ ସବୁ ବଦଳିଥିଲା। ହେଲେ ଗୋବିନ୍ଦଙ୍କ ଅଧା ଭାଙ୍ଗି ଥିବା ଦାନ୍ତ ସେମିତି ରହିଥିଲେ।

ଜୀବନକୁ ଆଗକୁ ନେବା ବେଳେ ସେ ଇନଷ୍ଟାଗ୍ରାମ ରିଲ୍ସ ପ୍ରେମରେ ପଡ଼ିଥିଲେ। ସେ ନିୟମିତ ରିଲ୍ସ କରିବା ସହ ଜୟପୁରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଏହାର ଭିଡିଓ ଦେଖାଇଥିଲେ।

ତାଙ୍କର ଗୋଟିଏ ଭିଡିଓ କାନପୁରର ଗୋଟିଏ ଛୋଟିଆ ଗାଁରେ ରହୁଥିବା ରାଜକୁମାରୀଙ୍କ ପାଖରେ ପହଞ୍ଚିଥିଲା। ସେ ରିଲ୍ସ ସ୍କ୍ରଲ କରୁଥିବା ବେଳେ ଉକ୍ତ ଭିଡିଓ ସଂସ୍ପର୍ଶରେ ଆସିଥିଲେ।

ଯୁବକଙ୍କ ଭଙ୍ଗା ଦାନ୍ତ ଦେଖି ସେ ହିଁ ତାଙ୍କ ହଜିଥିବା ଭାଇ ବୋଲି ରାଜକୁମାରୀ ଜାଣିବାକୁ ପାଇଥିଲେ। ଇନଷ୍ଟାଗ୍ରାମରେ ମେସେଜ କରି ସେ ଗୋବିନ୍ଦଙ୍କୁ ଯୋଗାଯୋଗ କରିଥିଲେ। ପ୍ରଥମେ ଗୋବିନ୍ଦ କଥା ହେବାକୁ ପଛ ଘୁଞ୍ଚା ଦେଇଥିଲେ।

କିନ୍ତୁ ରାଜକୁମାରୀ ପିଲା ବେଳର ଅନେକ ସ୍ମୃତିକୁ ତାଙ୍କ ସହ ଶେୟାର କରିଥିଲେ। ସେସବୁକୁ ଗୋବିନ୍ଦ ମନେପକାଇଥିଲେ ଓ ରାଜକୁମାରୀ ହିଁ ତାଙ୍କ ଭଉଣୀ ବୋଲି ଜାଣିବାକୁ ପାଇଥିଲେ।

ମେସେଜରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ଶେଷରେ ଫୋନ ପାଖକୁ ଯାଇଥିଲା। ଫୋନରେ କଥା ହେବା ବେଳେ ରାଜକୁମାରୀ ଭାଇ ଗୋବିନ୍ଦଙ୍କୁ ଫେରି ଆସିବାକୁ କହିଥିଲେ। ଗୋବିନ୍ଦ ମଧ୍ୟ ଏହାକୁ ତୁରନ୍ତ ବିନମ୍ରତାର ସହ ଗ୍ରହଣ କରି ନେଇଥିଲେ।

ଜୁନ ୨୦ରେ ଗୋବିନ୍ଦ ଶେଷରେ ନିଜ ଗାଁ ହାତୀପୁରକୁ ଫେରିଥିଲେ। ସେଠାରେ ୧୮ ବର୍ଷ ପରେ ନିଜ ଭଭଣୀଙ୍କୁ ଦେଖି ବେଶ ଭାବବିହ୍ୱଳ ହୋଇଯାଇଥିଲେ।

Uttar Pradesh