Advertisment

ଦିଲ୍ଲୀ ଗଲେ ସିଦ୍ଦରମୈୟା, ଗଲେନି ଶିବକୁମାର

ଏସବୁ ଭିତରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦରମୈୟା। କିନ୍ତୁ ଶିବକୁମାର ଦିଲ୍ଲୀ ଯାଇଛନ୍ତି। ଆଜି ହେଉଛି ଶିବକୁମାରଙ୍କ ଜନ୍ମଦିନ। ରାଜ୍ୟରେ ତାଙ୍କ ସର୍ଥକମାନେ ଉତ୍ସବ ମନାଉଛନ୍ତି। ସେମାନେ ମଧ୍ୟ ଶିବକୁମାର ମୁଖ୍ୟମନ୍ତ୍ରୀ ହଅନ୍ତୁ ବୋଲି ଦାବି କରିଛନ୍ତି।

Congress

Congress

Advertisment

କର୍ଣ୍ଣାଟକାରେ କଂଗ୍ରେସର ରେକର୍ଡ ବିଜୟ ପରେ ଏବେ ସରକାର ଗଢ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଦଳ। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ରହିଛି। ଗୋଟିଏ ପଟେ ସିଦ୍ଦରମୈୟା ରହିଥିବା ବେଳେ ଅନ୍ୟପଟେ କର୍ଣ୍ଣାଟକା କଂଗ୍ରେସ ମୁଖିଆ ଡିକେ ଶିବକୁମାର ରହିଛନ୍ତି। ଭଭୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି।

Advertisment

ଏସବୁ ଭିତରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦରମୈୟା। କିନ୍ତୁ ଶିବକୁମାର ଦିଲ୍ଲୀ ଯାଇଛନ୍ତି। ଆଜି ହେଉଛି ଶିବକୁମାରଙ୍କ ଜନ୍ମଦିନ। ରାଜ୍ୟରେ ତାଙ୍କ ସର୍ଥକମାନେ ଉତ୍ସବ ମନାଉଛନ୍ତି। ସେମାନେ ମଧ୍ୟ ଶିବକୁମାର ମୁଖ୍ୟମନ୍ତ୍ରୀ ହଅନ୍ତୁ ବୋଲି ଦାବି କରିଛନ୍ତି।

ଶିବକୁମାର କହିଛନ୍ତି ଯେ “ଦିଲ୍ଲୀ ଯିବାକୁ ମୋତେ ଫୋନ ଆସନି। ପବିତ୍ର ମୁହୂର୍ତ୍ତରେ ସରକାର ଗଠନ ହେବ। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋତେ କେନ୍ଦ୍ରୀୟ ନେତୃବୃନ୍ଦ ଡାକି ନାହାନ୍ତି।

Advertisment

ମୁଁ ମୁଖ୍ୟମନ୍ତ୍ରୀ ହେବି କି ନାହିଁ, ସେକଥା ଜାଣନି। ମୋତେ ଯେଉଁ କାମ ଦିଆଯାଇଛି, ମୁଁ ସେସବୁ କରିଛି। ଆମେ ଗୋଟିଏ ଧାଡ଼ିକା ସଂକଳ୍ପପତ୍ର ଦିଲ୍ଲୀ ପଠାଇଛୁ। ମୁଁ ମୋର ଡ୍ୟୁଟି କରିଛି। ଏବେ ହାଇକମାଣ୍ତଙ୍କ ଉପରେ ସବୁ କିଛି ନର୍ଭର କରୁଛି। ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।”

ଅନ୍ୟପକ୍ଷରେ କର୍ଣ୍ଣାଟକା ପାଇଁ ନିଯୁକ୍ତ ହୋଇଥିବା ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ ମଧ୍ୟ ଆଜି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ। ଏହି କମିଟିରେ ସୁଶୀଲ କୁମାର ସିନ୍ଦେ, ଦୀପକ ବାୱାରିଆ ଓ ବନୱର ଜିତେନ୍ଦ୍ର ସିଂହ ରହିଛନ୍ତି। ୩ ପର୍ଯ୍ୟବେପକ୍ଷ କର୍ଣ୍ଣାଟକାର ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ଆମେ ବିଧାୟକମାନଙ୍କ ସହ ୪ରୁ ୫ ଘଣ୍ଟା ବିସ୍ତୃତ ଆଲୋଚନା କରିଛୁ। ସେମାନେ ନିଜ ନିଜର ମତାମତ ଦେଇଛନ୍ତି। ଆମେ ଏହି ରିପୋର୍ଟକୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦେବୁ। କଂଗ୍ରେସ ବିଧାୟକ ଦଳ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଖଡଗେ ବାଛିବେ ବୋଲି ନିଷ୍ପତ୍ତି ହୋଇଛି।”

Congress Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe