ଆଜି ଶପଥ ନେବେ ସିଦ୍ଦରମୈୟା, ସଜେଇ ହେଲାଣି କାନ୍ତିରଭା ଷ୍ଟାଡିୟମ

ଏହି କାର୍ଯ୍ୟକ୍ରମରେ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧି, ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

Kanteerava Stadium

ସିଦ୍ଦରମେୟଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସଜେଇ ହେଉଛି କାନ୍ତିରଭା ଷ୍ଟାଡିୟମ ।

Niharika Rout
  • Published: Saturday, 20 May 2023
  • Updated: 20 May 2023, 12:42 PM IST

Sports

Latest News

ଆଜିଠୁ କର୍ଣ୍ଣାଟକାରେ ଆରମ୍ଭ ହେବ ସିଦ୍ଦରମୈୟା ଯୁଗ । କଂଗ୍ରେସ ଗଢ଼ିବ ନୂଆ ସରକାର । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଜୋରସୋର ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ। ଆଜି ଅପରାହ୍ନ ୧୨ଟା ୩୦ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ।

ଆଜି ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ ମନ୍ତ୍ରୀ ଶପଥ ନେବେ । ଏନେଇ ସିଦ୍ଧରମୈୟାଙ୍କ ଅଫିସରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତାଲିକାରେ ଜି ପରମେଶ୍ୱର, କେ.ଏଚ୍‌ ମୁନିୟାପ୍ପା, କେ.ଜେ ଜର୍ଜ, ଏମ୍‌. ବି ପାଟିଲ, ସତୀଶ ଜାରାକିହୋଲି, ପ୍ରିୟଙ୍କ ଖଡଗେ, ରାମଲିଙ୍ଗା ରେଡ୍ଡି, ଜମିର ଅହମଦ ଖାନଙ୍କ ନାମ ପ୍ରକାଶ ପାଇଛି।   

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଏକ ଗ୍ରାଣ୍ଡ ସେଲିବ୍ରିଶନ କରିବାକୁ କଂଗ୍ରେସ ତରଫରୁ ଜୋର ସୋରରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧି ଯୋଗ ଦେବେ ବୋଲି ପ୍ରଥମେ ଶୁଣିବାକୁ ମିଳୁଥିବା ବେଳେ ଶେଷ ପର୍ଯ୍ୟନ୍ତ ଏନେଇ କିଛି ଠିକ୍‌ ସୂଚନା ମିଳି ପାରିନି। ତାଙ୍କୁ ବାଦ ଦେଲେ ଉଭୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମେଣ୍ଟ ସରକାରଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

Also Read

ଏହି ସମାରୋହରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ବିହାର ସିଏମ୍‌ ନିତିଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ଏଥିରେ ସାମିଲ ହେବେନି ବୋଲି ଜଣାଯାଇଛି। ସେ ନିଜର ଜଣେ ପ୍ରତିନିଧୀ ଏହି କାର୍ଯ୍ୟକ୍ରମକୁ ପଠାଇବେ ବୋଲି ଜଣାଯାଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନ ଥିବା ଜଣାଯାଇଛି।

ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ୨୦୧୩ ମସିହାରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଏହି ଷ୍ଟାଡିୟମକୁ ହିଁ ପୁନର୍ବାର ତାଙ୍କ ଶପଥ ଗ୍ରହଣ ନିମନ୍ତେ ବଛା ଯାଇଛି। ତେବେ ଏହାର ବସିବା କ୍ଷମତା ୨୫ ହଜାର ଥିବା ବେଳେ ଆଜି ପ୍ରାୟ ୬୦ ହଜାର ଲୋକ ଏକତ୍ରିତ ହେବାର ଆକଳନ କରାଯାଇଛି।

କଂଗ୍ରେସ ନେତା ଡିକେ ଶିବକୁମାର ଗତକାଲି କାନ୍ତିରଭା ଷ୍ଟାଡିୟମ ପରିଦର୍ଶନ କରିଥିବା ବେଳେ ଏପରି ସମାରୋହ ସମଗ୍ର ଦେଶବାସୀଙ୍କୁ ଚକିତ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story