Advertisment

ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ

MUDA ଜମି ଆବଣ୍ଟନ ଦୁର୍ନୀତି ସମ୍ପର୍କରେ ମିଥ୍ୟା ଅଭିଯୋଗ କରି ବିଜେପି ଏବଂ ଜେଡିଏସ ତାଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିଥିବା ସିଦ୍ଦରମୈୟା ଅଭିଯୋଗ କରିଛନ୍ତି।

Siddaramaiah

Siddaramaiah

Advertisment

ବହୁ ଚର୍ଚ୍ଚିତ ଜମି ଆବଣ୍ଟନ ତଥା MUDA ଦୁର୍ନୀତି ମାମଲାରେ ବଢ଼ିବାରେ ଲାଗିଛି କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି।

Advertisment

ତେବେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରି ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଆଜି ଏହି ମାମଲାର ଶୁଣାଣି ହେବ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭି ମୁଖ୍ୟମନ୍ତ୍ରୀ ସିଦ୍ଧରମୈ ୟାଙ୍କ ତରଫରୁ ହାଜର ହେବେ।

ପ୍ରକୃତରେ ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍‌ ମଇସୁର ଅର୍‌ବାନ ଡେଭଲପମେଣ୍ଟ ଅଥରିଟି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ସେ ଏଥିରେ ପ୍ରଶ୍ନ କରିଥିଲେ।

Advertisment

ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସିଦ୍ଧରମୈୟା କହିଥିଲେ,"ରାଜ୍ୟପାଳଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଅସାମ୍ବିଧାନିକ, ଆମେ ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବୁ। ସେ କହିଥିଲେ ଯେ ରାଜ୍ୟପାଳ ଏହି ସରକାରକୁ ବରଦାସ୍ତ କରୁନାହାଁନ୍ତି ଏବଂ ଏହାକୁ ହଟାଇବାକୁ ଚେଷ୍ଟା କରୁଛନ୍ତି।" MUDA ଜମି ଆବଣ୍ଟନ ଦୁର୍ନୀତି ସମ୍ପର୍କରେ ମିଥ୍ୟା ଅଭିଯୋଗ କରି ବିଜେପି ଏବଂ ଜେଡିଏସ ତାଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିଥିବା ସିଦ୍ଦରମୈୟା ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀଙ୍କୁ MUDA ଦ୍ୱାରା ଦିଆଯାଇଥିବା କ୍ଷତିପୂରଣ ବାବଦକୁ ଜମି ବଣ୍ଟନରେ ହୋଇଥିବା ଅନିୟମିତତାକୁ ନେଇ ସିଦ୍ଦରମୈୟା ସ୍କାନରରେ ଅଛନ୍ତି। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଲାଗି ରହିଛି। ଏହି ଜମି ଦୁର୍ନୀତିରେ ସିଦ୍ଧରମୈୟାଙ୍କ ଶାଳକ ମଲିକାର୍ଜୁନ ସ୍ୱାମୀ ଦେବରାଜ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ MUDA ର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରହିଛି।

୨୦୨୧ରେ MUDA କେସାରେ ଗ୍ରାମରେ ସିଦ୍ଧରମୈୟାଙ୍କ ପତ୍ନୀ ପାର୍ବତୀଙ୍କର ୩ ଏକର ଜମି ଅଧିଗ୍ରହଣ କରିଥିଲା। ଏହା ପ୍ରତିବଦଳରେ ତାଙ୍କୁ ଦକ୍ଷିଣ ମୌସୁର ଅପକଲ୍ ବିଜୟାନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା। ଦାବି ଅନୁଯାୟୀ, ବିଜୟାନଗର ପ୍ଲଟଗୁଡିକର ବଜାର ମୂଲ୍ୟ କେସରରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ ଅଟେ। ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଜୁଲାଇ ୨୬ ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

ଅଗଷ୍ଟ ପ୍ରଥମ ସପ୍ତାହରେ, ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜି ଅବ୍ରହାମ ଏମ୍‌ୟୁଡିଏ କମିସନରଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା କ୍ଷତିପୂରଣ ସ୍ଥାନଗୁଡ଼ିକୁ ବାତିଲ ଏବଂ ପ୍ରତ୍ୟାହାର କରିବାକୁ କହିଥିଲେ। ଜମି ଆବଣ୍ଟନରେ ବିଭିନ୍ନ ପର୍ଯ୍ୟାୟରେ ବେଆଇନ କାରବାର ଏବଂ ଦୁର୍ନୀତିଗ୍ରସ୍ତ ପଦକ୍ଷେପ ନିଆଯାଇଥିବା ସେ କହିଥିଲେ।

Siddaramaiah Karnataka High Court MUDA Land Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe