Advertisment

ସିଦ୍ଦରମୈୟାଙ୍କ ସପକ୍ଷରେ ରାହୁଲ ଗାନ୍ଧି, ନିରାଶ ହେବେ ଶିବକୁମାର!

ଖଡଗେ କୌଣସି ପକ୍ଷର ସମର୍ଥନ କରି ନାହାନ୍ତି। ସେ ଏବେ ବି ମୁଖ୍ୟମନ୍ତ୍ରୀ କିଏ ହେବେ, ସେବିଷୟରେ ଆଲୋଚନା ଜାରି ରଖିଛନ୍ତି। କଂଗ୍ରେସ ପକ୍ଷରୁ ଖଡଗେଙ୍କୁ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଦାୟିତ୍ୱ ଦିଆଯାଇଛି।

Congress

Congress

Advertisment

ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ସ୍ଥିତିରୁ କିଛି ଶିଖିନି କଂଗ୍ରେସ। କର୍ଣ୍ଣାଟକାରେ କ୍ଷମତା ଦଖଲ କରିବାକୁ କଂଗ୍ରେସ ଯେତିକି କଷ୍ଟ କରି ନଥିଲା, ଏବେ ମୁଖ୍ୟମନ୍ତ୍ରୀ ବାଛିବାକୁ ତା’ ଠାରୁ ଅଧିକ କଷ୍ଟ କଲାଣି। କର୍ଣ୍ଣାଟକାର ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଛନ୍ତି।

Advertisment

କର୍ଣ୍ଣାଟକା ପିସିସି ସଭାପତି ହେଉଛନ୍ତି ଶିବକୁମାର। ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲା। ଶିବକୁମାର ମଧ୍ୟ ଅନେକ ଘାତପ୍ରତିଘାତ ସତ୍ତ୍ୱେ ଦଳକୁ ବିଜୟ ଭେଟି ଦେଇଛନ୍ତି। ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଏବେ ମିଳିଥିବା ଖବର ଯଦି ସତ, ତା’ହେଲେ ଶିବକୁମାରଙ୍କୁ ନିରାଶ ହେବାକୁ ପଡ଼ିପାରେ।

ଏବେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀରେ ରହିଛନ୍ତି। କଂଗ୍ରେସ ନେତୃବୃନ୍ଦ ମଧ୍ୟ ଘନଘନ ଆଲୋଚନା କରୁଛନ୍ତି। ଏବେ ଏହି ଦୁଇ ନେତାଙ୍କୁ ନେଇ କଂଗ୍ରେସ ନେତୃ ମଣ୍ଡଳୀ ମଧ୍ୟ ଦୁଇ ଭାଗ ହେବା ସ୍ଥିତିରେ ପହଞ୍ଚି ଯାଇଛନ୍ତି।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ କରିବା ବେଳେ ମୁଖ୍ୟମନ୍ତ୍ରୀ ପଦରେ ସିଦ୍ଦରମୈୟାଙ୍କୁ ବସାଇବାକୁ ଅଧିକ ପସନ୍ଦ କରିଛନ୍ତି। ଅଧିକାଂଶ ବିଧାୟକ ମଧ୍ୟ କର୍ଣ୍ଣାଟକାର ଟପ୍‌ ପୋଷ୍ଟ ପାଇଁ ସିଦ୍ଦରମୈୟା ହିଁ ଯୋଗ୍ୟ ବୋଲି ମତ ରଖିଥିବା ଜଣାପଡ଼ିଛି।

ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ମତ ଶିବକୁମାରଙ୍କ ସପକ୍ଷରେ ରହିଛି। ଶିବକୁମାରଙ୍କୁ ସେ ପରୋକ୍ଷରେ ସମର୍ଥନ କରିଛନ୍ତି। ଖଡଗେ କୌଣସି ପକ୍ଷର ସମର୍ଥନ କରି ନାହାନ୍ତି। ସେ ଏବେ ବି ମୁଖ୍ୟମନ୍ତ୍ରୀ କିଏ ହେବେ, ସେବିଷୟରେ ଆଲୋଚନା ଜାରି ରଖିଛନ୍ତି। କଂଗ୍ରେସ ପକ୍ଷରୁ ଖଡଗେଙ୍କୁ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଦାୟିତ୍ୱ ଦିଆଯାଇଛି।

କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ହେଉଛନ୍ତି ଦଳର କର୍ଣ୍ଣାଟକା ପ୍ରଭାରୀ। ହେଲେ ସେ ପୂରା ପ୍ରସଙ୍ଗରେ ନିରପେକ୍ଷ ରହିଛନ୍ତି। ତେଣୁ ଶିବକୁମାରଙ୍କ ତୁଳନାରେ ସିଦ୍ଦରମୈୟାଙ୍କ ପଲ୍ଲା ସମାନ୍ୟ ଭାରୀ ରହିଛି।

ରାହୁଲ ଗାନ୍ଧି ମଙ୍ଗଳବାର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଥିଲେ। ଏହି ମିଟିଂରେ ସୂର୍ଯ୍ୟେୱାଲା ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିବାଦ ସମାଧାନ ଓ ଦୁଇ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଖଡଗେ କ୍ଷମତା ଭାଗବଣ୍ଟାର ଫର୍ମୁଲା ଦେଇଥିଲେ। କିନ୍ତୁ ଏହାକୁ ଉଭୟ ସିଦ୍ଦରମୈୟା ଓ ଶିବୁକମାର ଅଗ୍ରାହ୍ୟ କରି ଦେଇଛନ୍ତି। 

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe