Advertisment

ରଦ୍ଦ ହେବ ରେଭାନ୍ନାଙ୍କ ପାସ୍‌ପୋର୍ଟ, ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟକୁ ବାତିଲ କରିବାକୁ ମୋଦିଙ୍କୁ ଚିଠି ଲେଖି ସିଦ୍ଦରମୈୟା ଦାବି କରିଛନ୍ତି

author-image
Madhupriya Mistry
Prajwal Revanna

Prajwal Revanna

ଯୌନ ଉତ୍ପୀଡନ ମାମଲାରେ ଫସିଥିବା କର୍ଣ୍ଣାଟକର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଥମୁନି ଅଡୁଆ। ରଦ୍ଦ ହୋଇପାରେ ତାଙ୍କ ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

Advertisment

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟକୁ ବାତିଲ କରିବାକୁ ମୋଦିଙ୍କୁ ଚିଠି ଲେଖି ସିଦ୍ଦରମୈୟା ଦାବି କରିଛନ୍ତି। ଏଥିସହ ଜେଡିଏସ୍‌ ସାଂସଦଙ୍କୁ ଭାରତ ଫେରାଇ ଆଣିବାକୁ ଠୋସ୍‌ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଏପ୍ରିଲ ୨୭ ତାରିଖ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଜଘନ୍ୟ କଳା କାରନାମାର ପର୍ଦ୍ଦାଫାଶ ହୋଇଥିଲା। ଏହାକୁ ନେଇ ପ୍ରଥମ ଏଫ୍‌ଆଇଆର୍‌ ରୁଜୁ ହେବାର କିଛି ଘଣ୍ଟା ପରେ ନିଜର ରଜନୈତିକ ପାସପୋର୍ଟକୁ ବ୍ୟବହାର କରି ପ୍ରଜ୍ଜ୍ୱଳ ଦେଶ ଛାଡ ଜର୍ମାନୀକୁ ପଳାୟନ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଡିପ୍ଲୋମେଟିକ୍‌ ପାସପୋର୍ଟକୁ ବାତିଲ କରାଯିବା ଉଚିତ ବୋଲି ଚିଠିରେ ସିଦ୍ଦରମୈୟା ଉଲ୍ଲେଖ କରିଛନ୍ତି।

Advertisment

ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ବିଦେଶରେ ଲୁଚି ରହିଥିବା ରେଭାନ୍ନାର ପାସପୋର୍ଟକୁ ବାତିଲ କରିବାକୁ ବୈଦେଶିକ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା। ସେପଟେ ସୋମବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁର ଏକ କୋର୍ଟ ବରିଷ୍ଠ ଜନତା ଦଳ (ସେକ୍ୟୁଲାର) ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଏଚଡି ରେଭାନ୍ନାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

କହିରଖୁ ଯେ, ଏପ୍ରିଲ ୨୮ ତାରିଖରେ ଏଚ୍‌ଡି ରେଭାନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ତାଙ୍କର ଘରୋଇ ସହାୟିତା ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏନେଇ ସେ ହୋଲେନାରାସିପୁରା ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ପ୍ରଜ୍ଜ୍ୱଳ ରେଭାନ୍ନା ବର୍ତ୍ତମାନ ଭାରତରୁ ପଳାୟନ କରି ବିଦେଶରେ ଲୁଚି ରହିଛନ୍ତି। ତାଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ତାଙ୍କ ବିରୋଧରେ ଏକ ଇଣ୍ଟରପୋଲ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି।

Siddaramaiah Prajwal Revanna Prajwal Revanna Sex Scandal