Advertisment

ସ୍ୱାମୀଙ୍କ ଟେନ୍‌ସନ୍‌ କମାଇବାକୁ ପତ୍ନୀଙ୍କ ପ୍ରୟାସ, ଫେରାଇବେ ୧୪ ପ୍ଲଟ୍‌

ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀ ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଦ୍ୱାରା ତାଙ୍କୁ ଦିଆଯାଇଥିବା ୧୪ଟି ପ୍ଲଟ୍‌ ଫେରାଇବାକୁ ପ୍ରସ୍ତାବ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Siddaramaiah with his wife parvathi

Siddaramaiah with his wife parvathi

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ମହୀଶୂର ଅରବାନ୍‌ ଡେଭଲପମେଣ୍ଟ ଅଥରଟି ଜମି ଦୁର୍ନୀତି ସହ ଜଡିତ। ଏହାରି ଭିତରେ ସ୍ୱାମୀଙ୍କ ଟେନ୍‌ସନ୍‌ ଦୂର କରିବା ପାଇଁ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍‌ ପାର୍ବତୀ ନେଇଛନ୍ତି ବଡ଼ ପଦକ୍ଷେପ।

Advertisment

ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀ ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଦ୍ୱାରା ତାଙ୍କୁ ଦିଆଯାଇଥିବା ୧୪ଟି ପ୍ଲଟ୍‌ ଫେରାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ସେ MUDA କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଚିଠିରେ କହିଛନ୍ତି, 'MUDA ପକ୍ଷରୁ ମୋତେ ଦିଆଯାଇଥିବା ୧୪ଟି ପ୍ଲଟର ଡିଲ୍‌କୁ ରଦ୍ଦ କରି ମୁଁ ଏହାକୁ ଫେରାଇବାକୁ ଚାହୁଁଛି। ମୁଁ ପ୍ଲଟଗୁଡିକର ଅଧିକାରକୁ ମହିଶୂର ସହରୀ ବିକାଶ ପ୍ରାଧିକରଣକୁ ହସ୍ତାନ୍ତର କରୁଛି। ଦୟାକରି ଯଥାଶୀଘ୍ର ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।'

ଏହି ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ସିଦ୍ଦରମୈୟା, ତାଙ୍କ ପତ୍ନୀ, ତାଙ୍କ ଶାଳକ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇଡି ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ପିଏମଏଲଏ ଧାରା ଲଗାଇଛି। ତେଣୁ ଇଡି କର୍ଣ୍ଣାଟକ ମୁଖ୍ରମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଜେରା ପାଇଁ ଡକାଇପାରେ। ଆଇନଗତ ପ୍ରକ୍ରିୟା ଅନୁଯାୟୀ, ସିଦ୍ଦରମୈୟାଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁମତି ପାଇଛି। ତଦନ୍ତ ସମୟରେ ଇଡି ତାଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରେ।

Advertisment

ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ଲୋକାୟୁକ୍ତ ପୁଲିସ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା।

ଏହି ମାମଲା ଉପରେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ସିଦ୍ଦରମୈୟା ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ସେ କହିଥିଲେ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏଭଳି ହଇରାଣ କରାଯାଉଛି। ସେ କିଛି ଭୁଲ୍ କରି ନାହାନ୍ତି। ଆଇନଗତ ଲଢେଇ ଜାରି ରଖିବେ ବୋଲି ସେ କହିଛନ୍ତି।

Karnataka Siddaramaiah MUDA Land Scam Siddaramaiah's Wife